ଜଗାଦର୍ଶନ ପାଇଁ ଯାଇଥିବା ବୃଦ୍ଧ ପୁରୀରେ ନିଖୋଜ
·2 years ago·1 min read

ଅର୍ଗସ ବ୍ୟୁରୋ: ଜଗା ଦର୍ଶନ କରିବାକୁ ଯାଇ ଜଣେ ବୃଦ୍ଧ ନିଖୋଜ ହୋଇଛନ୍ତି। ୪ ଦିନ ହେବ ବୃଦ୍ଧଙ୍କ କୌଣସି ପତ୍ତା ନ ମିଳିବାରୁ ଚିନ୍ତାରେ ଅଛନ୍ତି ପରିବାର ଓ ଗ୍ରାମବାସୀ। ଏଭଳି ଘଟଣା ଦେଖିବାକୁ ମିଳିଛି କୋରେଇ ବ୍ଲକ ଧନେଶ୍ୱର ପଞ୍ଚାୟତ ଚିଲିପଦା ଗାଁରେ ।
ସୂଚନା ମୁତାବକ ଗତ ମଙ୍ଗଳବାର ଗାଁର କିଛି ଯୁବକ ସ୍ଥାନୀୟ ଅଞ୍ଚଳର ୩୦ରୁ ଉର୍ଦ୍ଧ୍ବ ଲୋକଙ୍କୁ ନେଇ ବସ ଯୋଗେ ଜଗା ଦର୍ଶନ ନିମନ୍ତେ ପୁରୀ ବାହାରିଥିଲେ। ସେଠାରେ ପହଞ୍ଚି ଜଗା ଦର୍ଶନ ସାରିବା ପରେ ଦିନ ୨ଟା ପରଠାରୁ ଉକ୍ତ ଗାଁର ୭୫ ବର୍ଷୀୟ ବୃଦ୍ଧ ଚୈତନ୍ୟ ନାୟକ କେଉଁଆଡ଼େ ଚାଲିଯାଇଥିଲେ। ସେହିଦିନ ଗାଁ ଲୋକେ ଚୈତନ୍ୟଙ୍କୁ ବହୁ ଖୋଜାଖୋଜି କରିବା ପରେ ନ ମିଳିବାରୁ ନିରାଶ ହୋଇ ତାଙ୍କ ପରିବାରକୁ ଜଣାଇଥିଲେ। ବାପା ହଜିଯାଇଥିବା ଖବର ପାଇ ଚୈତନ୍ୟଙ୍କ ବଡ଼ ପୁଅ ପୁରୀଯାଇ ସିଂହଦ୍ୱାର ଥାନାରେ ଅଭିଯୋଗ କରିଛନ୍ତି। ଆଜକୁ ଚାରିଦିନ ହେବ ଚୈତନ୍ୟଙ୍କର କୌଣସି ପତ୍ତା ମିଳୁନି,ଏହାକୁ ନେଇ ପରିବାର ଲୋକ ଚିନ୍ତାରେ ଅଛନ୍ତି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: