Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ନିମ୍ନମାନର କାମ ଯୋଗୁ ଭୁଶୁଡ଼ିଲା ନିର୍ମାଣାଧୀନ ବ୍ରିଜର ଓ୍ବାଲ

Odisha

ନିମ୍ନମାନର କାମ ଯୋଗୁ ଭୁଶୁଡ଼ିଲା ନିର୍ମାଣାଧୀନ ବ୍ରିଜର ଓ୍ବାଲ

Ritu Das
Browse all articles by Ritu Das
·2 years ago
ନିମ୍ନମାନର କାମ ଯୋଗୁ ଭୁଶୁଡ଼ିଲା ନିର୍ମାଣାଧୀନ ବ୍ରିଜର ଓ୍ବାଲ

ଅର୍ଗସ ବ୍ୟୁରୋ: ନିମ୍ନମାନର କାର୍ଯ୍ୟ ପାଇଁ ଭୁଶୁଡି ପଡ଼ିଲା ନିର୍ମାଣଧୀନ ବ୍ରିଜ ୱାଲ। ନୀଳଗିରି ଦେଇ ଯାଉଥିବା ସାଳନ୍ଦୀ କେନାଲ ଯୋଜନା  ସନ୍ତରାଗଡିଆର ଅସ୍ତିଆ ଗ୍ରାମ ନିକଟରେ ନିର୍ମାଣାଧୀନ ବ୍ରିଜର୍ ବଡ଼ ୱାଲ ଗଡି ପଡ଼ିଲା। ଗତକାଲି ରାତିରେ ବିନା ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ ଢଳେଇ ପଡିଥିବା ବେଳେ ନିମ୍ନମାନର କାର୍ଯ୍ୟ ପାଇଁ ଆଜି ଗଳିପଡିଛି। ଅଳ୍ପକେ ବର୍ତ୍ତିଯାଇଛନ୍ତି କାର୍ଯ୍ୟରତ ଶ୍ରମିକ। 

କୋଟି କୋଟି ଟଙ୍କାର ଏକ ବଡ଼ କେନାଲ ନିର୍ମାଣ ହେଉଥିବାରୁ ୬ଟି ୱାଲ ହୋଇଥିଲା। ତେବେ କାମ ଅତ୍ୟନ୍ତ ନିମ୍ନ ମାନର ହୋଇଥିବାରୁ ବିନା ବେଶରେ ୱାଲ ହୋଇଥିବା ଯୋଗୁ ଗୋଟିଏ ୱାଲ ଭୁଶୁଡି ପଡିଥିବା ଅଭିଯୋଗ ହେଉଛି। କାମ ଆରମ୍ଭରୁ ଏମିତି ହେଲାଣି ଆଗକୁ ବ୍ରିଜ କେତେ ସୁରକ୍ଷିତ ବୋଲି ବି ପ୍ରଶ୍ନ କରିବା ସହ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି ସ୍ଥାନୀୟ ସରପଞ୍ଚ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
An under-construction | Argus News