Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସମୁଦ୍ରରେ ଭାସୁଛି ଅଜଣା ବିରାଟକାୟ ବସ୍ତୁ

Ritu Das
Browse all articles by Ritu Das
·1 year ago·1 min read
ସମୁଦ୍ରରେ ଭାସୁଛି ଅଜଣା ବିରାଟକାୟ ବସ୍ତୁ

ଅର୍ଗସ ବ୍ୟୁରୋ: ବାତ୍ୟା ଦାନା ପ୍ରଭାବରେ ଓଡିଶା ସୀମାନ୍ତ ଭୋଗରାଇ ଉଦୟପୁର ସମୁଦ୍ର ନିକଟରେ ଠାବ ହେଲା ଏକ ଅଜଣା ବିରାଟ କାୟ ଲୁହା ବସ୍ତୁ। ଏହାକୁ ଦେଖିବା ପାଇଁ ଲୋକେ ଭିତରେ ଉତ୍ସାହ। ସୂଚନା ଅନୁଯାୟୀ ଗତ ବାତ୍ୟା ଦାନା ପ୍ରଭାବରେ ସମୁଦ୍ର ଅଶାନ୍ତ ହେବା ଫଳରେ ସମୁଦ୍ରରେ ବଡ ବଡ଼ ଲହଡ଼ି ଉପକୂଳ ଆଡକୁ ମାଡି ଆସିଥିଲା। ଏହା ପରେ ବାଲେଶ୍ୱର ଜିଲ୍ଲା ଭୋଗରାଇ ଉଦୟପୁର ସମୁଦ୍ର ନିକଟରେ ଏକ ଅଜଣା ବିରାଟକାୟ ଲୁହା ବସ୍ତୁ ଭାସି ଆସିଥିବା ଲୋକେ ଦେଖିବାକୁ ପାଇଥିଲେ। ଯାହାକୁ ନେଇ ସ୍ଥାନୀୟ କିଛି ମତ୍ସ୍ୟଜୀବୀ ବୋଟ ସାହାଯ୍ୟରେ ଉକ୍ତ ବସ୍ତୁ ନିକଟକୁ ଯାଇ ଯାଇ ଦେଖିଥିଲେ। 

ବସ୍ତୁଟି ଲୁହା ହୋଇଥିବା ବେଳେ ତାହା ନାଲି ରଙ୍ଗର ରହିଥିଲା ଯେଉଁଥି B.I.W.T.A ବୋଲି ଲେଖାଯାଇଛି। ତେବେ କିଛି ମତ୍ସ୍ୟଜୀବୀ ଏହା ମଝି ସମୁଦ୍ରରେ ଜାହାଜକୁ ମାର୍ଗ ଦର୍ଶାଉ ଥିବା କହିଛନ୍ତି। ଏହା ପ୍ରଥମେ ଉଦୟପୁର ସମୁଦ୍ରରେ ଲାଗିବାପରେ ଏବେ ଧୀରେ ଧୀରେ ଭାସି ଭାସି ଦିଘା ସମୁଦ୍ର କୂଳ ନିକଟରେ ପହଞ୍ଚିଲାଣି। ତେବେ ସେଥିରେ ଲାଗିଥିବା କିଛି ମୂଲ୍ୟବାନ ଜିନିଷ କେହି ବାହାର କରିନେଇଥିବା ଜଣା ପଡିଛି।  ଅର୍ଥାତ ମଝି ସମୁଦ୍ରରେ ଜାହାଜ ମାନଙ୍କୁ ସିଗ୍‌ନାଲ ଦେଇଥାଏ ଏହି ବସ୍ତୁଟି। ଯେଉଁଥିରେ ଅନେକ ମୂଲ୍ୟବାନ ଜିନିଷ ଖଞ୍ଜାଯାଇଥାଏ। ଯାହା ଏବେ ଦେଖିବାକୁ ମିଳୁନାହିଁ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
An unknown huge | Argus News