Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News -  ଆନନ୍ଦ ବଜାର ଜଗିବେ ଏକ୍ସ ଆର୍ମି  

Odisha

 ଆନନ୍ଦ ବଜାର ଜଗିବେ ଏକ୍ସ ଆର୍ମି  

Manini Pattanayak
Browse all articles by Manini Pattanayak
·1 year ago·1 min read
 ଆନନ୍ଦ ବଜାର ଜଗିବେ ଏକ୍ସ ଆର୍ମି  

ପୁରୀ:  ଶୃଙ୍ଖଳିତ ହେବ ଆନନ୍ଦ ବଜାର ।  ଆନନ୍ଦ ବଜାରକୁ ଶୃଙ୍ଖଳିତ କରିବା ପାଇଁ ଆସିଲା  ନୂଆ ପଦକ୍ଷେପ। ।  ଏକ୍ସ ଆର୍ମିଙ୍କ ନଜରରେ ରହିବ ଆନନ୍ଦ ବଜାର। ଆଜ୍ଞା ହଁ  ଏଥର ଆଉ ପୂର୍ବ ପରି ଚଳିବନି। ଆନନ୍ଦ ବଜାରରେ କେବଳ ମହାପ୍ରଭୁଙ୍କ ଭୋଗ ହେଇଥିବା ଦ୍ରବ୍ୟ ବ୍ୟତୀତ ଅନ୍ୟ ଖାଦ୍ୟ ପ୍ରଦାର୍ଥ ବିକ୍ରି ହୋଇ ପାରିବ ନାହିଁ ।  ଆନନ୍ଦ ବଜାରରେ ବାସି ଅବଢା ବିକ୍ରି ଉପରେ ଲାଗିବ ରୋକ୍‌।  ଅଣସୂପକାର  ଅବଢା  ବିକ୍ରି କରିପାରିବେନି।  ଭକ୍ତଙ୍କ ପ୍ରତି ଆଚରଣ ଓ ଉଚ୍ଚାରଣ ଠିକ୍‌ ରଖିବା  ଉପରେ  ଗୁରୁତ୍ୱ ଦିଆଯିବ।  ନିର୍ଦ୍ଦିଷ୍ଟ ସ୍ଥାନ ବ୍ୟତିତ ଅନ୍ୟ ସ୍ଥାନରେ ଭୋଗ  ବିକ୍ରିକୁ ମଧ୍ୟ ବାରଣ।   ତେବେ ଏ ସମସ୍ତ କାର୍ଯ୍ୟକଳାପ ଉପରେ   ନଜର ରହିବ   ଅବସରପ୍ରାପ୍ତ  ସେନା  କର୍ମଚାରୀ ଅର୍ଥାତ୍‌ ଏକ୍ସ ଆର୍ମି। ସୂପକାର ଓ ଅଣସୂପକାରଙ୍କ ଉପରେ ନଜର ରଖିବେ ଏହି  ସ୍ବତନ୍ତ୍ର ସୁରକ୍ଷା କର୍ମୀ ।  

୧ ତାରିଖରୁ ଆନନ୍ଦ ବଜାରରେ ମୁତୟନ ହେବେ ଏହି ସ୍ବତନ୍ତ୍ର ସୁରକ୍ଷା କର୍ମୀ । ଏଥିପାଇଁ ନିଯୁକ୍ତ ହେବେ ୨୦ ଜଣ ଦକ୍ଷ ଅବସର ପ୍ରାପ୍ତ ସେନାନିବୃତ କର୍ମୀ । ଏନେଇ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଆରମ୍ଭ ହୋଇଛି ନିଯୁକ୍ତି ପ୍ରକ୍ରିୟା । ପ୍ରାୟ ୬୦ ଜଣ ସେନାନିବୃତ କର୍ମୀ ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକଙ୍କ ନିକଟରେ ସାକ୍ଷାତକାର ଦେଉଛନ୍ତି । ପି ଏସ ଆଇପି ଏଲ୍ ନାମକ ଏକ ଘରୋଇ ଆଉଟ୍ ସୋର୍ସିଂ ସଂସ୍ଥା ଜରିଆରେ ଏହି ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି । ଆସନ୍ତା ୩୦ ତାରିଖ ସୁଦ୍ଧା ପୂରଣ ହେବ ସମସ୍ତ ୨୦ ପଦବୀ ।  ସୁରକ୍ଷାକର୍ମୀଙ୍କ  ପାଇଁ ଲାଗୁ ହେବ ସ୍ବତନ୍ତ୍ର ଡ୍ରେସ କୋଡ । ନିଯୁକ୍ତି ପରେ ଆନନ୍ଦ ବଜାରରେ ବିଭିନ୍ନ ଶୃଙ୍ଖଳା ଉପରେ କଡା ନଜର ରଖିବେ ଏବଂ ଏଥିପାଇଁ ସ୍ଵତନ୍ତ୍ର ପ୍ରଶିକ୍ଷଣ ନେବେ ।   
ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Anand Bazar will be guarded by X Army in puri | Argus News