ଛତିଶାନିଯୋଗ ବୈଠକରେ ବଡ଼ ନିଷ୍ପତ୍ତି, ଆନନ୍ଦ ବଜାର ହେବ ପଲିଥିନ ମୁକ୍ତ

ଅର୍ଗସ ବ୍ୟୁରୋ: ଛତିଶାନିଯୋଗ ବୈଠକରେ ହୋଇଛି ବଡ଼ ନିଷ୍ପତ୍ତି । ଆନନ୍ଦ ବଜାର ହେବ ପଲିଥିନ ମୁକ୍ତ । ଆନନ୍ଦ ବଜାର ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ମହାପ୍ରସାଦ ବିକ୍ରି ହୋଇପାରିବ ନାହିଁ । ଆନନ୍ଦ ବଜାରରେ ମହାପ୍ରସାଦ ବିକ୍ରି ଉପରେ ଶୃଙ୍ଖଳା ଆଣିବା ପାଇଁ ସୁଆର ମହାସୁଆର ନିଯୋଗ ଦର ତାଲିକା ଦେବା ପରେ ନିଷ୍ପତ୍ତି ନିଆଯିବ । ସେହିପରି ପହିଲି ଭୋଗ, ମକର ସଂକ୍ରାନ୍ତି ଓ ଦେବାଭିଷେକ ପୂର୍ଣ୍ଣିମା ପାଇଁ ଚୁଡାନ୍ତ ହୋଇଥିବା ନୀତି ନିର୍ଘଣ୍ଟକୁ ଛତିଶାନିଯୋଗ ବୈଠକରେ ଅନୁମୋଦନ ମିଳିଛି । ଶୃଙ୍ଖଳିତ ନୀତିକାନ୍ତି ପାଇଁ ସମସ୍ତଙ୍କ ସହଯୋଗ ଲୋଡିଛି ଶ୍ରୀମନ୍ଦିର ପ୍ରଶାସନ ।
ଜାନୁଆରୀ ୧୭ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବରେ ସମସ୍ତ ଅତିଥିଙ୍କୁ ନିମନ୍ତ୍ରଣ କରାଯିବ। ଜଗନ୍ନାଥ ବଲ୍ଲଭ ଠାରେ ମହାପ୍ରଭୁଙ୍କ ବିଭିନ୍ନ ବେଶ ଓ ସାହିଯାତ ପ୍ରଦର୍ଶିତ ହେବ । ସେପଟେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ପହିଲି ଭୋଗ ନିତି ନିର୍ଘଣ୍ଟ ହୋଇଛି । ଡିସେମ୍ବର ୧୬ରୁ ଜାନୁଆରୀ ୧୪ ପର୍ଯ୍ୟନ୍ତ ନୀତି ନିର୍ଘଣ୍ଟ କରାଯାଇଛି । ପ୍ରତିଦିନ ରାତି ୨ଟାରୁ ହେବ ଦ୍ବାର ଫିଟା । ଡିସେମ୍ବର ୩୧ରେ ଭକ୍ତଙ୍କ ଦର୍ଶନ ପାଇଁ ହେବନି ରାତ୍ର ପହୁଡ । ରାତି ସାରା ମହାପ୍ରଭୁଙ୍କ ଦର୍ଶନ କରିପାରିବେ ଭକ୍ତ । ଜାନୁଆରୀ ୧ରୁ ଶ୍ରୀମନ୍ଦିରରେ ଡ୍ରେସକୋର୍ଡ ଓ ପାନ ଗୁଟଖା ଉପରେ କଟକଣା କଡାକଡି କରାଯିବ।
ଅଧିକ ପଢ଼ନ୍ତୁ ଓଡିଶା ଖବର: