Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଅମରେଶଙ୍କ ସବୁ ଆଶା ଆଶାରେ ହିଁ ରହିଗଲା

Jitendra Dash
Browse all articles by Jitendra Dash
·2 years ago·1 min read
ଅମରେଶଙ୍କ ସବୁ ଆଶା ଆଶାରେ ହିଁ ରହିଗଲା

ଦମ୍‌ ଦେଖାଇଲେ ଅନନ୍ତ  
ଫ୍ଲପ୍‌ ହେଲେ ଅମରେଶ 

ଅର୍ଗସ ବ୍ୟୁରୋ : ବାଜି ମାରିଲେ ଅନନ୍ତ, ଫ୍ଲପ୍‌ ହେଲେ ଅମରେଶ । ଘନଘନ ନବୀନ ନିବାସ ଦଉଡ଼ିଲେ । ହେଲେ ବି ଆଶା ପୂରଣ ହେଲାନି । ଅର୍ଥାତ ଟିକଟ ପାଇଲେନି ଅମରେନ୍ଦ୍ର । ଆଶା ଥିଲା କି ଏଥର ବିଧାନସଭା ଯିବେ...କିନ୍ତୁ ଟିକଟ ଘୋଷଣା ହେବା ପରେ ଅମରେନ୍ଦ୍ରଙ୍କ ସବୁ ଆଶା ଆଶାରେ ହିଁ ରହିଗଲା । କୁହାଯାଉଛି କି ଟିକଟ ନମିଳିବା ପରେ ଖୁବଶୀଘ୍ର ସେ ନେଇପାରନ୍ତି ବଡ଼ ନିଷ୍ପତ୍ତି । ହେଲେ ସେ ନିଷ୍ପତ୍ତି କଣ ହେବ ସେନେଇ କିନ୍ତୁ ସ୍ପଷ୍ଟ ସୂଚନା ମିଳିପାରିନାହିଁ ।

ଆଜି ସବୁ ଅପେକ୍ଷାର ହେଲା ଅନ୍ତ ଶେଷରେ ସବୁ ଦ୍ୱନ୍ଦ୍ୱର ଅନ୍ତ ଘଟାଇ ବିଜେଡି ଭୁବନେଶ୍ୱର ମଧ୍ୟ ଆସନ ପାଇଁ ବିଧାନସଭା ଟିକେଟ ଘୋଷଣା କରିଛି । ବିଜେଡି ପୁଣି ଏହି ଆସନରୁ ଅନନ୍ତ ନାରାୟଣ ଜେନାଙ୍କୁ ଟିକେଟ ଦେଇଛି । ଭୁବନେଶ୍ୱର ମଧ୍ୟ ପାଇଁ କର୍ପୋରେଟର ଅମରେଶ ଜେନା ଆଶାୟୀ ଥିବା ନେଇ ଚର୍ଚ୍ଚା ହେଉଥିଲା । ହେଲେ ଦଳ ପୁଣି ଅନନ୍ତ ଜେନାଙ୍କୁ ଭରସା କରିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

ଭୁବନେଶ୍ୱର ମଧ୍ୟ ପାଇଁ ଅମରେଶଙ୍କ ବ୍ୟତୀତ ରୁଦ୍ର ସାମନ୍ତରାୟ ବି ଆଶାୟୀ ଥିବା ଚର୍ଚ୍ଚା ହେଉଥିଲା । ଅନନ୍ତଙ୍କୁ ବିରୋଧ କରି ଏହି ଦୁଇ ନେତା ଭୁବନେଶ୍ୱରରେ ଶକ୍ତି ପ୍ରଦର୍ଶନ ମଧ୍ୟ କରିଥିଲେ । ହେଲେ ବହୁ କସରତ ପରେ ବିଜେଡି ଶେଷରେ ଅନନ୍ତଙ୍କୁ ଏହି ଆସନ ପାଇଁ ପୁଣି ବାଛିଚି । ତେବେ ପୂର୍ବରୁ ବିଜେଡି ଭୁବନେଶ୍ୱର ଏକାମ୍ର ଓ ଉତ୍ତର ଆସନ ପାଇଁ ଟିକେଟ ଘୋଷଣା କରିସାରିଥିଲା । 
 

Sponsored
Ananta Narayan Jena in Bhubaneswar-Central seat, battlelines have been finally drawn for the three city assembly constituencies. | Argus News