Videos
|
Odisha

ମାମୁଁ ଭଣଜାର ଅନନ୍ୟ ପରମ୍ପରା, ମାଧବ ପୀଠରୁ ବାହାରିଲା ଅଣସର ଭାର

Smruti Parija
Browse all articles by Smruti Parija
·2 years ago
ମାମୁଁ ଭଣଜାର ଅନନ୍ୟ ପରମ୍ପରା, ମାଧବ ପୀଠରୁ ବାହାରିଲା ଅଣସର ଭାର

ନିଆଳି: ଆଜି ସକାଳୁ ସକାଳୁ ପ୍ରଭୁ ଜଗନ୍ନାଥଙ୍କ ମାମୁଁ ଘର ନିଆଳି ମାଧବ ପୀଠରୁ ଅଣସର ଭାର  ଶ୍ରୀକ୍ଷେତ୍ର ଅଭିମୁଖେ ବାହାରିଛି । ବିଭିନ୍ନ ପ୍ରକାର ଫଳ ମୂଳ ସହ ଦିବ୍ୟ ବଞ୍ଜନ ନେଇ ଶ୍ରଦ୍ଧାଳୁ ମାନେ ପୁରୀ ଯାଉଛନ୍ତି । ପାରମ୍ପରିକ କଳାକୃତି ପ୍ରଦର୍ଶନ, ସଙ୍କୀର୍ତ୍ତନ ମାଧ୍ୟମରେ ସୃଷ୍ଟି ହେଉଛି ଆଧ୍ୟାତ୍ମିକ ପରିବେଶ । 

ଦେବସ୍ନାନ ପୂର୍ଣ୍ଣିମା ପରଠାରୁ ମହାପ୍ରଭୁ ଜ୍ଵରରେ ପୀଡ଼ିତ ହୋଇ ଧିରେ ଧିରେ ସୁସ୍ଥ ହେଉଛନ୍ତି ।  ମହାପ୍ରଭୁଙ୍କ ମାମୁଁ ଘର ନିଆଳି ପ୍ରାଚୀ କ୍ଷେତ୍ର ଆଜି ଉତ୍ସବ ମୁଖର । ମାମୁଁ ଭଣଜାର ଏ ହେଉଛି ଦିବ୍ୟ ଅନନ୍ୟ ପରମ୍ପରା । ଆମ୍ବ, ପଣସ, ସପୁରୀ, ସପୁରୀ, ପଦ୍ମଫୁଲ, ଚନ୍ଦନ, ତୁଳସୀ ପତ୍ର ଆଦି ବିଭିନ୍ନ ଦିବ୍ୟ ସାମଗ୍ରୀ ପୁରୀ ଶ୍ରୀ ମନ୍ଦିରକୁ ଯାଉଛି । 

ଆହୁରି ପଢନ୍ତୁ ଓଡିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
anasara-bhara-goes-to-srimandir-from-niali-madhaba | Argus News