Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଆଉ କିଛି ଦିନ ପରେ ସାରଦୀୟ ଦୁର୍ଗାପୂଜା, ଉତ୍ସବ ମୁଖର ହେବ ଗାଁଠୁ ସହର

Odisha

ଆଉ କିଛି ଦିନ ପରେ ସାରଦୀୟ ଦୁର୍ଗାପୂଜା, ଉତ୍ସବ ମୁଖର ହେବ ଗାଁଠୁ ସହର

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଆଉ କିଛି ଦିନ ପରେ ସାରଦୀୟ ଦୁର୍ଗାପୂଜା,  ଉତ୍ସବ ମୁଖର ହେବ ଗାଁଠୁ ସହର

ଅର୍ଗସ ବ୍ୟୁରୋ:  ଆଉ କିଛି ଦିନ ପରେ ଧରାବତରଣ କରିବେ ମା ଦୁର୍ଗା l ପ୍ରତିବର୍ଷ ଭଳି ଏ ବର୍ଷ ବି ଖଡ଼ିଆଳରେ ଜମିବ ଦୁର୍ଗାପୂଜା l ଶାରଦୀୟ ଦୁର୍ଗାପୂଜା ପ୍ରସ୍ତୁତି ନେଇ ଚଳଚଞ୍ଚଳ ଐତିହାସିକ ଖଡ଼ିଆଳ l ସହରର ପଟ୍ଟନାୟକ ପଡା ଦୁର୍ଗାପୂଜା କମିଟି ଆକର୍ଷଣୀୟ ତୋରଣ ସାଜ ସଜ୍ଜା ନେଇ ବେଶ ପ୍ରସିଦ୍ଧ ଥିବା ବେଳେ ଚଳିତ ବର୍ଷ ମଧ୍ୟ  ଲୋକଙ୍କ ମନ କିଣିଲା ଭଲି ତୋରଣ ତିଆରିରେ ଅଣ୍ଟା ଭିଡିଛି  l ଦିନ ରାତି ଏକ କରି କାରିଗରମାନେ ତୋରଣ ଏବଂ ମାଙ୍କ ମୃଣ୍ମୟ ମୂର୍ତ୍ତି ତିଆରି କରିବାରେ ବ୍ୟସ୍ତ l

ଖଡ଼ିଆଳ ସହରର ସମଲେଶ୍ବରୀ ମନ୍ଦିର ନିକଟରେ 1952 ମସିହାରୁ ପୂଜା କରି ଆସୁଥିବା ରାଜାପଡା ଦୁର୍ଗାପୂଜା କମିଟି ମଧ୍ୟ ପ୍ରସ୍ତୁତିକୁ ଜୋରଦାର କରିଛନ୍ତି l ଏଠାରେ ବାହାର ଜିଲ୍ଲାର କାରିଗର ଆସି ମାଙ୍କ ମୂର୍ତ୍ତି ତିଆରି କରୁଥିବା ବେଳେ ଏଠାରେ ମାଙ୍କୁ ରୁପା ଅଳଙ୍କାର ପରିଧାନ କରାଯାଏ l ସେହିପରି ସିନାପାଲି, ବୋଡେ଼ନ ସହର ସମେତ ତୁକୁଳା, ଟିମନପୁର, ଗଣ୍ଡାବାହାଳି ଭଲି ଅନେକ ଗାଁର ଦୁର୍ଗାପୂଜା ପ୍ରସ୍ତୁତିକୁ ଜୋରଦାର କରିଛି ପୂଜା କମିଟି l ନବରାତ୍ର ପୂଜା ପାଇଁ ବିଭିନ୍ନ ମନ୍ଦିର, ଶକ୍ତି ପୀଠ, ଦେବୀ ମନ୍ଦିରରେ ମଧ୍ୟ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି l ଦଶ ଦିନ ଧରି ଖଡ଼ିଆଳ ଅଞ୍ଚଳରେ ଦୁର୍ଗାପୂଜାକୁ ଉପଭୋଗ କରିବା ପାଇଁ ଅପେକ୍ଷାରେ ଅଞ୍ଚଳବାସୀ l

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
And after a few days of Durga Puja, the festival will be from village to town | Argus News