Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆଉ ଗୋଟିଏ ଦିନ ପରେ ରତ୍ନସିଂହାସନକୁ ବାହୁଡ଼ିବେ ମହାପ୍ରଭୁ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଆଉ ଗୋଟିଏ ଦିନ ପରେ ରତ୍ନସିଂହାସନକୁ ବାହୁଡ଼ିବେ ମହାପ୍ରଭୁ

ଅର୍ଗସ ବ୍ୟୁରୋ:  ସରିଆସୁଛି ମହାପ୍ରଭୁଙ୍କ ନବଦିନାତ୍ମକ ଯାତ୍ରା । ଆଉ ଗୋଟିଏ ଦିନ ପରେ ରତ୍ନସିଂହାସନକୁ ବାହୁଡ଼ିବେ ମହାପ୍ରଭୁ | ଆଜି ସକାଳେ ତିନି ରଥ ଉପରେ ମହାପ୍ରଭୁଙ୍କ ମଙ୍ଗଳଆଳତି ବଢିବା ପରେ ଅନ୍ୟାନ୍ୟ ନୀତି ମାନ ଚାଲୁରହିଛି | ଆଜି ସନ୍ଧ୍ୟାରେ ତିନି ରଥ ଉପରେ ମହାପ୍ରଭୁଙ୍କ ଅଧରପଣା ନୀତି ପରମ୍ପରା ଅନୁଯାୟୀ ଅନୁଷ୍ଠିତ ହେବ | ବିଶ୍ବାସ ରହିଛି ରଥଯାତ୍ରା ସମୟରେ ଶ୍ରୀଜିଉମାନଙ୍କ ସହିତ ବହୁ ଦେବାଦେବୀ, ଚଣ୍ଡୀ, ଚାମୁଣ୍ଡା ମଧ୍ୟ ଯାତ୍ରା କରିଥାନ୍ତି | ତେବେ ସେମାନଙ୍କ ସନ୍ତୁଷ୍ଟି ପାଇଁ ଅଧର ହାଣ୍ଡିକୁ ରଥ ଉପରେ ଭଙ୍ଗାଯାଇଥାଏ ।

ଏହି ପାଣା ପାଇଁ ସ୍ବତନ୍ତ୍ର ଭାବେ ବଡଓଡ଼ିଆ ମଠ, ରାଘବଦାସ ମଠ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପଣା ସାମଗ୍ରୀ ଓ ୩ଟି ଲେଖାଏ ଅଧରହାଣ୍ଡି  ଯୋଗାଇ ଦିଆଯାଇଥାଏ। ସିଂହଦ୍ବାର ସମ୍ମୁଖ ଛାଉଣୀମଠ କୂଅରୁ ପାଣିଆପଟ ସେବକ ମାନେ ପଣା ପାଇଁ ପାଣି ଯୋଗାଇବେ | ପରେ ପତ୍ରିବଡୁ, ସୁଆର ବଡ଼ୁ, ଗରାବଡୁ ସେବକ ତିନିରଥରେ ପଣା ପ୍ରସ୍ତୁତ କରିବା ସହ ପୂଜାପଣ୍ଡା ମାନେ ପଞ୍ଚ ଉପଚାର ପୂଜା କରି ରଥ ଉପରେ ଅଧର ହାଣ୍ଡିକୁ ଭାଙ୍ଗିଵେ ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
And after one day, the Lord will return to Ratna Singhasan | Argus News