ପୁଣି ବିବାଦରେ ଓ-ହବର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଓମକାର ରାୟ

ଅର୍ଗସ ବ୍ୟୁରୋ: ଓ-ହବର ଏକଜିକ୍ୟୁଟିଭ୍ ଚେୟାରମ୍ୟାନ୍ ଓମକାର ରାୟ । କୋଟି କୋଟି ଟଙ୍କା ଚଳୁ କରିବା ପାଇଁ BJD ନେତା ଭି. କେ ପଣ୍ଡିଆନ ଓ ପୂର୍ବତନ IT ସଚିବଙ୍କ ମନୋଜ ମିଶ୍ରଙ୍କ ଏଜେଣ୍ଟ ସାଜିଥିବା ଏ ବାବୁ ପୁଣି ଫସିଛନ୍ତି ବଡ଼ ବିବାଦରେ । ଓଡ଼ିଶାରେ ଷ୍ଟାର୍ଟ ଅପ୍ ପ୍ରତିଷ୍ଠା ନାଁରେ ବଡ଼ ଧରଣର ଦୁର୍ନୀତି କରିଥିବା ଏ ଅଣ ଓଡ଼ିଆ ଅଧିକାରୀଙ୍କୁ ବେଆଇନ କାମ ପାଇଁ ଦଣ୍ଡିତ କରିଛନ୍ତି ରାଜ୍ୟ ସରକାର। ଆର୍ଥିକ କ୍ଷମତା ଉପରେ ଲଗାମ ଲଗାଯାଇଛି। ସରକାରଙ୍କୁ ମିଛ ତଥ୍ୟ ଦେଇ ଅଧିକ ଦରମା ନେଇଥିବାରୁ ଟଙ୍କା ଫେରାଇବାକୁ ନିର୍ଦ୍ଦେଶ ହୋଇଛି । ବାବୁଙ୍କ ବିରୋଧରେ ବିଭାଗୀୟ ତଦନ୍ତ ଚାଲିଥିବାବେଳେ ପୁଣି ଚଳାଇଛନ୍ତି କେଳେଙ୍କାରୀ। ଚାକିରିରୁ ଅବସର ନେଇଥିବା ବ୍ୟକ୍ତିଙ୍କୁ ପୁଣି ଥଇଥାନ କରିବାକୁ କରୁଛନ୍ତି ବଡ ଚକ୍ରାନ୍ତ । ସରକାରଙ୍କ ନିୟମକୁ ବେଖାତିର କରି କାହା ସାହାସରେ ଏମିତି କାରନାମା କଲେ ଓମକାର ରାୟ ତାହା ସବୁଠାରୁ ବଡ଼ ପ୍ରଶ୍ନ।
STPIରେ ନିର୍ଦେଶକ ଥିବା ବେଳେ ନିଜକୁ DG ଦର୍ଶାଇ କୌଶଳ କ୍ରମେ ଓ ହବ୍ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ପଦ ଅକ୍ତିଆର କରିଥଲେ ଓମ୍ କାର ରାୟ । ଓ - ହବରେ ଓଡ଼ିଆ ଉଦୋଗୀଙ୍କୁ କରାଯାଇଛି କୋଣଠେସା । ଗ୍ରାଣ୍ଟ ନାଁରେ କୋଟି କୋଟି ଟଙ୍କାର ସ୍କାମ କରିଛନ୍ତି ଏହି ଅଣ ଓଡ଼ିଆ ଠିକା ସଚିବ ଓମ୍ କାର ରାୟ । ଓଡ଼ିଆ ଉଦ୍ୟୋଗୀଙ୍କ ଭବିଷ୍ୟତ ସହ ଖେଳ ଖେଳି କୋଟି କୋଟି ଟଙ୍କା ଆତ୍ମସାତ କରିଥିବା ଓମକାରଙ୍କୁ କାହିଁକି ଗିରଫ କରାଯିବନି ବୋଲି ଉଠିଛି ପ୍ରଶ୍ନ।
କେବେ ଟଙ୍କା ଫେରସ୍ତ କରିବେ ଓମ୍ କାର ରାୟ । କେବେ ଫିଟିବ ଓ-ହବ କେଳେଙ୍କାରୀର ଗୁମର। କେବେ ଦାଖଲ ହେବ ବିଭାଗୀୟ ତଦନ୍ତ ରିପୋର୍ଟ । କେବେ ସରକାର ନେବେ ଦୃଢ଼ କାର୍ଯ୍ୟାନୁଷ୍ଠନ ତାକୁ ହିଁ ଅପେକ୍ଷା।
📱 Get Argus News App
✨ଅଧିକ ପଢ଼ନ୍ତୁ ଓଡିଶା ଖବର...