Videos
|
Odisha

ପୁଣି ସୁରଙ୍କୁ ସୋ' କଜ୍ ନୋଟିସ୍, ୨୪ ଘଣ୍ଟା ଭିତରେ ଉତ୍ତର ଦେବାକୁ ନିର୍ଦ୍ଦେଶ

Ritu Das
Browse all articles by Ritu Das
·2 years ago
ପୁଣି ସୁରଙ୍କୁ ସୋ' କଜ୍ ନୋଟିସ୍, ୨୪ ଘଣ୍ଟା ଭିତରେ ଉତ୍ତର ଦେବାକୁ ନିର୍ଦ୍ଦେଶ

ଅର୍ଗସ ବ୍ୟୁରୋ: ବିଜେଡି ସାଂସଦ ପ୍ରାର୍ଥୀ ବନିଥିବା ସାନ ପୁଅ ମନ୍ମଥଙ୍କ ପାଇଁ ପ୍ରଚାର କରୁଥିବା ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟଙ୍କ ପାଇଁ ବଢ଼ିବ କି ଦଳୀୟ ଅଡୁଆ ? କାରଣ ସୁରଙ୍କୁ ଏ ସଂପର୍କରେ ଏକ କାରଣ ଦର୍ଶାଅ ନୋଟିସ୍ ପଠାଇଛି ପିସିସି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ କମିଟି । ସେଥିରେ ଉଲ୍ଲେଖ ଅଛି ଯେ, ବିଜେଡିରେ ଯୋଗ ଦେଇଥିବା ଏବଂ ବିଜେଡି ପକ୍ଷରୁ ନିର୍ବାଚନ ଲଢ଼ୁଥିବା ପୁଅଙ୍କ ସପକ୍ଷରେ ଭୋଟ୍ ପ୍ରଚାର କରିବେ ବୋଲି ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି ସୁରେଶ ରାଉତରାୟ । 

ଏଭଳି ଦଳ ବିରୋଧୀ କାର୍ଯ୍ୟ ପାଇଁ କାହିଁକି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଯିବ, ସେ ସଂପର୍କରେ ୨୪ ଘଣ୍ଟା ଭିତରେ ଉତ୍ତର ଦେବାକୁ ନୋଟିସରେ ଦର୍ଶାଯାଇଛି। ପିସିସି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ କମିଟି ଅଧ୍ୟକ୍ଷ ସନ୍ତୋଷ ସିଂ ସାଲୁଜା ଏହି ନୋଟିସ୍ ଜାରି କରିଛନ୍ତି ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
And ordered Sura | Argus News