Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ପୁଣି ଶ୍ରୀମନ୍ଦିରରେ ପଶିଲେ ଅଣହିନ୍ଦୁ

Odisha

ପୁଣି ଶ୍ରୀମନ୍ଦିରରେ ପଶିଲେ ଅଣହିନ୍ଦୁ

Ritu Das
Browse all articles by Ritu Das
·2 years ago·1 min read
ପୁଣି ଶ୍ରୀମନ୍ଦିରରେ ପଶିଲେ ଅଣହିନ୍ଦୁ

ଅର୍ଗସ ବ୍ୟୁରୋ: ପୁଣି ଶ୍ରୀମନ୍ଦିର ସୁରକ୍ଷା ଉପରେ ଉଠିଲା ପ୍ରଶ୍ନ। ଶ୍ରୀମନ୍ଦିରରେ ଅଣହିନ୍ଦୁ ପ୍ରବେଶ । ବାଲାଂଦେଶରୁ ଆସିଥିବା ଅଣହିନ୍ଦୁ ମାନେ ମନ୍ଦିରକୁ ପ୍ରବେଶ କରିବା ପରେ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାରେ ଥିବା ବଡ ଧରଣର ତ୍ରୁଟି ଜଳଜଳ ହୋଇ ଦେଖାଯାଉଛି।। ସାତଜଣଙ୍କୁ ଅଟକ ରଖି ଛାନଭିନ କରୁଛି ସିଂହଦ୍ଵାର ଥାନା ପୋଲିସ। ସିସିଟିଭି ଯାଞ୍ଚ କରାଯାଉଛି। 

ପ୍ରକୃତରେ କେତେଜଣ ମନ୍ଦିରକୁ ପ୍ରବେଶ କରିଥିଲେ ଓ ତାଙ୍କର ଆକ୍ଟିଭିଟି ଅନୁଧ୍ୟାନ କରାଯାଉଛି। ତେବେ ସୂଚନା ଅନୁଯାୟୀ ଆଜି ସନ୍ଧ୍ୟା ସମୟରେ ବାଲାଂଦେଶର ୪ଜଣ ଅଣହିନ୍ଦୁ ସନ୍ଦେହ ଜନକ ଭାବେ ଉତ୍ତରଦ୍ୱାର ନିକଟ ପରିକ୍ରମା ମାର୍ଗରେ ବସିଥିବା ବଜରଙ୍ଗ ଦଳର କିଛି କର୍ମକର୍ତ୍ତା ଦେଖିଥିଲେ। ସେମାନଙ୍କୁ ପଚରାଉଚରା କରିବା ପରେ ତାଙ୍କର ୫ଜଣ ଲୋକ ମନ୍ଦିରକୁ ଯାଇଥିବା କହିଥିଲେ। ସେମାନଙ୍କ ମଧ୍ୟରେ ଜଣେ ହିନ୍ଦୁ ଓ ୪ଜଣ ଅଣହିନ୍ଦୁ ବୋଲି ସେମାନଙ୍କ ଠାରୁ ଜାଣିବାକୁ ପାଇଥିଲେ। ବଜରଙ୍ଗ ଦଳର କର୍ମୀମାନେ ସେମାନଙ୍କୁ ସିଂହଦ୍ଵାର ଥାନାରେ ପୋଲିସର ଜିମା ଦେଇଛନ୍ତି। ମିଳିଥିବା ସୂଚନା ଅନୁସାରେ ଏହି ଅଣହିନ୍ଦୁ ବାଙ୍ଗ୍ଲାଦେଶୀ ନାଗରିକ ମାନେ ମନ୍ଦିରକୁ ପ୍ରବେଶ କରିବା ସହ ମହାପ୍ରଭୁଙ୍କ ଦର୍ଶନ ସହ ପ୍ରସାଦ  ଧରି ଫେରିଛନ୍ତି। ତେବେ ଶ୍ରୀମନ୍ଦିରକୁ ବାରମ୍ବାର ଅଣହିନ୍ଦୁଙ୍କ ପ୍ରବେଶ ନିଶ୍ଚିତ ଭାବେ ଶ୍ରୀମନ୍ଦିର ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସେପଟେ ଘଟଣାର ତଦନ୍ତ ଜାରି ରହିଛି ଓ ପାସଫଟୋ ମଧ୍ୟ ଯାଞ୍ଚ କରାଯାଉଛି କହିଛନ୍ତି ଅତିରିକ୍ତ ଏସପି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
And the non- | Argus News