Videos
|
Odisha

ପୁଣି ସାମ୍ନାକୁ ଆସିଲା ବିଜେଡି ଗୁଣ୍ଡାଙ୍କ ହିଂସ୍ର ଆଚରଣ

Banajyotshna Ray
Browse all articles by Banajyotshna Ray
·2 years ago·2 min read
ପୁଣି ସାମ୍ନାକୁ ଆସିଲା ବିଜେଡି ଗୁଣ୍ଡାଙ୍କ ହିଂସ୍ର ଆଚରଣ
  • ମୁଖବନ୍ଧରେ ଅହିଂସା, ରାଜରାସ୍ତାରେ ହିଂସା
  • ପୁଣି ସାମ୍ନାକୁ ଆସିଲା ବିଜେଡି ଗୁଣ୍ଡାଙ୍କ ହିଂସ୍ର ଆଚରଣ
  • ନିଶ୍ଚିତକୋଇଲି, ଧାମନଗର ପରେ  ଆଠଗଡ଼ରେ ବି ମୋଦି ଗ୍ୟାରେଣ୍ଟି ରଥକୁ ଆକ୍ରମଣ
  • ବିକଶିତ ଭାରତ ସଂକଳ୍ପ ରଥକୁ ଆକ୍ରମଣ ସହ ପ୍ରଧାନମନ୍ତ୍ରୀଙ୍କ ଚିତ୍ର ଚିରିଲେ ବିଜେଡି ଗୁଣ୍ଡା
  • ଅହିଂସାର ଓକିଲାତି କରୁଥିବା ଦଳର କର୍ମୀ କାହିଁକି ହେଉଛନ୍ତି ହିଂସ୍ର ?
  • କାହିଁକି ଅସହିଷ୍ଣୁତାର ସବୁ ସୀମା ଟପୁଛନ୍ତି ଶଙ୍ଖ ଦଳର କର୍ମୀ ?
  • ବିଜେଡି କର୍ମୀଙ୍କ ଗୁଣ୍ଡାରାଜ୍ ବାବଦରେ ଜାଣିଛନ୍ତି ତ ମୁଖ୍ୟମନ୍ତ୍ରୀ ?

ଅର୍ଗସ ବ୍ୟୁରୋ: ବିକଶିତ ଭାରତ ସଂକଳ୍ପ ଯାତ୍ରାର ରଥକୁ ପୁଣି  ବିଜେଡି ଗୁଣ୍ଡାଙ୍କ ଆକ୍ରମଣ। ଆଠଗଡ ସଠିଲୋ  ପଞ୍ଚାୟତରେ  ରଥ ପହଁଞ୍ଚିବା ପରେ ପିଇଓଙ୍କ ଉପସ୍ଥିତିରେ ହଠାତ ଦୁଇଜଣ ବିଜେଡି କର୍ମୀ  ଆସି ଆକ୍ରମଣ କରିଥିଲେ । ଏଠିକି କାହିଁକି ଆସିଛି ଓ କିଏ ପଠାଇଛି କହି ରଥ ଦାୟିତ୍ବରେ ଥିବା ଦୁଇ ଜଣଙ୍କୁ ମାଡ ମାରିଥିଲେ। ଏଲ ଇ ଡି ଭାଙ୍ଗିଥିଲେ. ଟେକାପଥର ଫିଙ୍ଗିଥିଲେ। ପ୍ରଧାନମନ୍ତ୍ରୀଙ୍କ ଫଟୋକୁ ଚିରିଥିଲେ । ଗାଡିର ଡ୍ରାଇଭର ଓ ତାଙ୍କ ସହଯୋଗୀ ଜୀବନ ବଞ୍ଚାଇ ସଠିଲୋରୁ ସିଧା ଆଠଗଡ ଥାନା ଆସି ଏ  ନେଇ ଅଭିଯୋଗ କରିଛନ୍ତି।

ଭାରତ ସରକାରଙ୍କ  ଏ କାର୍ଯ୍ୟକ୍ରମକୁ  ସ୍ଥାନୀୟ ପ୍ରଶାସନ କରାଉଥିବା ବେଳେ ଆଠଗଡ ବିଡିଓ କିନ୍ତୁ ମୁହଁ ଖୋଲୁନାହାଁନ୍ତି ଏପଟେ ବିଜେପି ଅଭିଯୋଗ କରିଛି । ମୋଦି ସରକାରଙ୍କ ବିକାଶକୁ  ସହିପାରୁନି ବିଜେଡି ସରକାର। ଗତକାଲି  ପ୍ରଶାସନ ତିଗିରିଆରେ ଶୁନଶାନ ସ୍ଥାନରେ ମୋଦି ଗ୍ୟାରେଣ୍ଟି ରଥର କାର୍ଯ୍ୟକ୍ରମ କରିବାକୁ ନେଇ ବିରୋଧ କରିଥିଲେ ବିଜେପି କର୍ମୀ।

ପୂର୍ବରୁ ସାଲେପୁରରେ ମଧ୍ୟ ଭାରତ ବିକଶିତ ସଂକଳ୍ପ ରଥ ଉପରେ ବିଜେଡି କର୍ମୀ ଉଦ୍ଦଣ୍ଡ ନୃତ୍ୟ କରିଥିଲେ। ହେଲେ ଯେଉଁ ମାନଙ୍କ ବିରୋଧରେ ଅଭିଯୋଗ ହେଲା ପୋଲିସ କାର୍ଯ୍ୟାନୁଷ୍ଠାନ ନେଲାନି। କାର୍ଯ୍ୟାନୁଷ୍ଠାନ ଦାବିରେ ବିଜେପି ଶୋଭାଯାତ୍ରା କଲା ବେଳେ ଓଲଟା ପୋଲିସ ଉପସ୍ଥିତିରେ ବିଜେଡି କର୍ମୀ ଆକ୍ରମଣ କଲେ। ଧାମନଗରରେ ଅସିହିଷ୍ଣୁତାର ସବୁ ସୀମା ଟପି ମୋଦି ଗ୍ୟାରେଣ୍ଟି ରଥକୁ  ଆକ୍ରମଣ କରିଥିଲେ ବିଜେଡି ଗୁଣ୍ଡା। ଧାମନଗର ବିଧାୟକଙ୍କ ଉପସ୍ଥିତିରେ ଆତଙ୍କ ଖେଳାଇଥିଲେ  ବିଜେଡି କର୍ମୀ।

ମୋଦି ସରକାରଙ୍କ ଗ୍ୟାରେଣ୍ଟି ସମ୍ପର୍କରେ ଲୋକଙ୍କୁ ଅବଗତ କରାଇବା ପାଇଁ ଏବେ ଦେଶର ଗାଁ ଗାଁରେ ବୁଲୁଛି ବିକଶିତ ଭାରତ ସଂକଳ୍ପ ରଥ। ଏଥିରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ହିତାଧିକାରୀଙ୍କୁ ସୂଚନା ଦିଆଯାଉଛି। ଲୋକେ ବିଭିନ୍ନ ଯୋଜନାରେ ସାମିଲ ପାଇଁ  ସିଧା ଆବେଦନ ସହ ଅଭିଯୋଗ ବି କରିପାରୁଛନ୍ତି । ତାଛଡ଼ା ଲୋକଙ୍କର ସ୍ବାସ୍ଥ୍ୟ ପରୀକ୍ଷା ବି କରାଯାଉଛି। ମୋଦି ଗ୍ୟାରେଣ୍ଟି ରଥକୁ ନେଇ ଗାଁ ଗହଳିରେ ଲୋକଙ୍କ ଭିତରେ ପ୍ରବଳ ଆଗ୍ରହ ଦେଖିବାକୁ ମିଳୁଥିବା ବେଳେ ଏଥିରେ ଅସହିଷ୍ଣୁ ହୋଇ ବିଜେଡି ଗୁଣ୍ଡା  ବାରମ୍ବାର ରଥ ଉପରେ କରୁଛନ୍ତି ଆକ୍ରମଣ। ପ୍ରଶ୍ନ ମୋଦି ଗ୍ୟାରେଣ୍ଟି ରଥକୁ ଭୟ କରୁଛି କି ବିଜେଡି ? 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡିଶା ଖବର:

And the violent behavior of BJd leader came to the fore | Argus News