Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆଉ ଦୁଇ ଦିନ ପରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା

Ritu Das
Browse all articles by Ritu Das
·2 years ago·2 min read
ଆଉ ଦୁଇ ଦିନ ପରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା

ଅର୍ଗସ ବ୍ୟୁରୋ: ବିଶ୍ବପ୍ରସିଦ୍ଧ ଘୋଷଯାତ୍ରାକୁ ଆଉ ମାତ୍ର ଦୁଇ ଦିନବାକି । ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି। ଆଜି ଅଣସରର ତ୍ରୟୋଦଶୀ ତିଥିରେ ମହାପ୍ରଭୁଙ୍କ ଘଣା ଏବଂ ଖଳି ପ୍ରସାଦ ଲାଗି ନୀତି ଅନୁଷ୍ଠିତ ହୋଇଛି। ଘଣ୍ଟ, ଛତ୍ରୀ, କାହାଳି ସହ ଖଳି ପ୍ରସାଦ ଶୁଦ୍ଧ ସୁଆରଙ୍କ ଘରଠାରୁ ଶ୍ରୀମନ୍ଦିରକୁ ବିଜେ କରାଯାଇଥିଲା। 
ଶୁଦ୍ଧ ସୁଆରଙ୍କ ଦ୍ବାରା ପ୍ରସ୍ତୁତ ଦିବ୍ୟ ପ୍ରଲେପକୁ ରୂପା ପିଙ୍ଗଣରେ ରଖି ଦଇତାପତି ସେବକ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି କରିଯାଇଥିଲା । ଏଥିସହ ଶ୍ରୀଜିଉଙ୍କୁ ରକ୍ତବସ୍ତ୍ର ଆବରଣ କରି ସପ୍ତାବରଣ ଶେଷ ହୋଇଛି । ଆସନ୍ତାକାଲି ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। 

ସେପଟେ ଚଳଚଞ୍ଚଳ ରଥଖଳା । ଦୁଇ ଦିନ ପରେ ରଥରେ କାଳିଆ ଠାକୁର ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ବଡ଼ଦାଣ୍ଡରେ ଭକ୍ତଙ୍କ ଗହଣରେ ମାନବୀୟ ଲୀଳା କରିବେ । ଏଥିପାଇଁ ତିନି ରଥରେ ଶେଷ ସ୍ପର୍ଶ ଦେଉଛନ୍ତି ସେବକ । କୋଠ ସୁଆଁଶିଆ ମାନେ ରଥରେ କନାପକା କାର୍ଯ୍ୟ ଜାରି ରଖିଛନ୍ତି । ତିନି ରଥକୁ କଳସ ଉଠି ସାରିଥିବାବେଳେ ଓଲଟ ଶୁଆ ଓ ଅଁଳା ମଧ୍ୟ ଉଠି ସାରିଛି। ଚିତ୍ରକର ସେବାୟତ ତୂଳୀର ସ୍ପର୍ଶରେ ରଙ୍ଗ ଦେଉଛନ୍ତି । ୨୪୦ରୁ ଉର୍ଦ୍ଧ୍ବ ନିର୍ମାଣ ସେବକଙ୍କ ଉପସ୍ଥିତିରେ ଜୋରସୋରରେ ଚାଲିଛି କାମ। 

ଅନ୍ୟପଟେ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ନେଇ ରଥଯାତ୍ରା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ଡିଜିପି।  ଆଇନ ଶୃଙ୍ଖଳା, ଟ୍ରାଫିକ ନିୟନ୍ତ୍ରଣ ଓ ଭିଡ ନିୟନ୍ତ୍ରଣ ଉପରେ ଗୁରୁତ୍ବରୋପ କରାଯାଇଛି। ଏହା ପୂର୍ବରୁ ପୁରୀ ଟାଉନ ଥାନାରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା । ଏଥିସହ ରଥଯାତ୍ରାକୁ ଶୃଙ୍ଖଳିତ ତଥା ସୁରକ୍ଷିତ ଭାବେ ସମ୍ପନ୍ନ ପାଇଁ ବିଭିନ୍ନ ବିଭାଗ ମଧ୍ୟରେ ସୁସମନ୍ବୟ ରଖାଯାଇ ମକଡ୍ରିଲ କରାଯାଇଥିଲା । ଯେଉଁଥିରେ NDRF, ଓଡ୍ରାଫ, ଅଗ୍ନିଶମ, ମେଡିକାଲ, ପୋଲିସ, ପରିବହନ, ଆମ୍ବୁଲାନ୍ସ, ସ୍ବେଚ୍ଛାସେବୀ ସଙ୍ଗଠନ ଓ ଅନ୍ୟାନ୍ୟ ବିଭାଗ ମକଡ୍ରିଲରେ ସାମିଲ ହୋଇଥିଲେ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆଜି ଅଲାରନାଥଙ୍କ ଅନବସର ଦର୍ଶନ ଶେଷଦିନ ହୋଇଥିବାବେଳେ ୧୩ଦିନ ଧରି ଶୀଳାକ୍ଷେତ୍ରରେ କାଳିଆ ସାଆଁନ୍ତଙ୍କ  ଲୀଳାଖେଳା ସରିଛି । ଜୁଲାଇ 7 ତାରିଖରେ ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ବଡ଼ଦାଣ୍ଡକୁ ଓହ୍ଲାଇ ଆସିବେ ମହାପ୍ରଭୁ। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Sponsored
And two days | Argus News