Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଆରମ୍ଭ ହୋଇଛି ୩୦ ତମ ମା' ଅନ୍ଧାରୀଙ୍କ ପାହାଡ ଯାତ୍ରା

Odisha

ଆରମ୍ଭ ହୋଇଛି ୩୦ ତମ ମା' ଅନ୍ଧାରୀଙ୍କ ପାହାଡ ଯାତ୍ରା

Jitendra Dash
Browse all articles by Jitendra Dash
·2 years ago·2 min read
ଆରମ୍ଭ ହୋଇଛି ୩୦ ତମ ମା' ଅନ୍ଧାରୀଙ୍କ ପାହାଡ ଯାତ୍ରା

ଅର୍ଗସ ବ୍ୟୁରୋ : ଆରମ୍ଭ ହୋଇଛି ୩୦ ତମ ମା' ଅନ୍ଧାରୀଙ୍କ ପାହାଡ ଯାତ୍ରା । ବନ ସୁରକ୍ଷା ସଚେତନତାର ନିଆରା ପରମ୍ପରା ଭାବେ ଏହି ଯାତ୍ରା ସମଗ୍ର ରାଜ୍ୟରେ ପରିଚିତ ରହିଥିବା ବେଳେ ନିରାଡାମ୍ବର ଭାବେ ପ୍ରତ୍ୟେକ ବର୍ଷ ଏହି ଯାତ୍ରା ଗୋପାଷ୍ଟମି ଓ ଅଁଳା ନବମୀରେ ଦୁଇ ଦିନ ଧରି ଏହି ଯାତ୍ରା ହୋଇଥାଏ । ଏହି ଯାତ୍ରାକୁ ୩୦ ବର୍ଷ ପୂର୍ବେ ୧୯୯୪ ମସିହାରେ ଲଇକେରା ବ୍ଲକ କୁଆଁରମାଲର ସମାଜ ସେବୀ ସୁବ୍ରତ ନାଏକ ଆରମ୍ଭ କରିଥିଲେ । ଯାହା ଝାରସୁଗୁଡ଼ା ଜିଲ୍ଲା ଲଇକେରା ବ୍ଲକରେ ଏହି ଯାତ୍ରା ସମଗ୍ର ପଶ୍ଚିମ ଓଡ଼ିଶା ରେ ପ୍ରସିଦ୍ଧି ଲାଭ କରିଛି ।

 

ପାହାଡ଼ର ପ୍ରାୟ ୨୦ କିମି ପରିଧିରେ ରହିଥିବା ୧୫ଟି ଗାଁର ବନ ସୁରକ୍ଷା ସମିତିକୁ ନେଇ ଗଠିତ ମା’ ଅନ୍ଧାରୀ ବନ ସୁରକ୍ଷା ମହାସଂଘର ନିଷ୍ଠା ଦ୍ୱାରା ସୃଷ୍ଟି ହୋଇପାରିଛି ଅନ୍ଧାରୀ ପ୍ରାକୃତିକ ଜଙ୍ଗଲ । ଏହି ଜଙ୍ଗଲରୁ ପ୍ରତିଫଳିତ ସୂର୍ଯ୍ୟାଲୋକର ହସରେ ପ୍ରତି ବର୍ଷ ଆଖପାଖ ଅଂଚଳବାସୀ ସାମିଲ ହେଉଛନ୍ତି । ବିଭିନ୍ନ ପ୍ରାନ୍ତରୁ ଲୋକମାନେ ଆସି ପାହାଡ଼ ସଂରକ୍ଷଣର ବାର୍ତ୍ତା ଦେଉଛନ୍ତି । ସ୍ଥାନୀୟ ଲୋକଙ୍କ ହସଖୁସିରେ ସାମିଲ ହେଉଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଦୁଇ ଦିନ ପାଇଁ ପ୍ରତି ବର୍ଷ ଏହି ଯାତ୍ରା ଲୋକଙ୍କ ଜୀବନରେ ଆଣି ଦେଉଛି ହସଖୁସି, ଆନନ୍ଦ । ପାହାଡ଼ ତଥା ଜଙ୍ଗଲ ସଂରକ୍ଷଣ ଭଳି ଏକ ମହତ ଉଦ୍ଦେଶ୍ୟ ସଂପାଦନ ହେଉଥିବାରୁ ସେମାନେ ଉତ୍ସବ ମାଧ୍ୟମରେ ତାହା ପାଳନ କରୁଛନ୍ତି । ବୁଢ଼ାବୁଢ଼ି, ଯୁବକଯୁବତୀ, ପିଲାଛୁଆ ସବୁ ବର୍ଗର ଲୋକମାନେ ପାହାଡ଼ ଚଢ଼ୁଛନ୍ତି । ଏହାଦ୍ୱାରା ଆଧୁନିକତା ଓ ପ୍ରକୃତିର ଏକ ନିଆରା ସହାବସ୍ଥାନ ଦେଖିବାକୁ ମିଳୁଛି ।

ଲୋକଙ୍କ ଆସ୍ଥାକୁ ଆଧାର କରି ବିଗତ ୨୯ ବର୍ଷ ଧରି ଚାଲି ଆସୁଚି ଏହି ପରମ୍ପରା । ଜଙ୍ଗଲ ସଂରକ୍ଷଣ ହିଁ ମା’ ଅନ୍ଧାରୀ ଦେବୀଙ୍କ ପୂଜାର୍ଚନାକୁ ଫଳବତୀ କରିବ ବୋଲି ଲୋକଙ୍କ ମନରେ ବିଶ୍ୱାସ ଜନ୍ମିଥିଲା । ପ୍ରାକୃତିକ ଜଙ୍ଗଲର ସୁରକ୍ଷାରୁ ମିଳୁଥିବା ଆନନ୍ଦକୁ ପ୍ରତିବର୍ଷ ଅଞ୍ଚଳବାସୀ ଅନ୍ଧାରୀ ଯାତ୍ରା ମାଧ୍ୟମରେ ପାଳନ କରି ଆସୁଛନ୍ତି ।
 

Sponsored
andhari pahada jatra festival | Argus News