Border Dispute / ପୁଣି କୋଟିଆରେ ଆନ୍ଧ୍ରର ଅନୁପ୍ରବେଶ ,ଓଡିଶା ମାଟିରେ ଆନ୍ଧ୍ର ଆରମ୍ଭ କଲା ଜନଗଣନା
·4 months ago·2 min read

Key Points
ପୁଣି କୋଟିଆରେ ଆନ୍ଧ୍ରର ଅନୁପ୍ରବେଶ
ଓଡିଶା ମାଟିରେ ଆନ୍ଧ୍ର ଆରମ୍ଭ କଲା ଜନଗଣନା
ତଳସେମ୍ବି, ଉପରସେମ୍ବି, ଫାଟୁସୀନେରୀ ଅଞ୍ଚଳରେ ଜନଗଣନା

୦୭/୦୫, ଭୁବନେଶ୍ବର: ପୁଣି କୋଟିଆରେ ଆନ୍ଧ୍ରର ଅନୁପ୍ରବେଶ । ଓଡିଶା ମାଟିରେ ଆନ୍ଧ୍ର ଆରମ୍ଭ କଲା ଜନଗଣନା। କୋଟିଆର ସୀମାନ୍ତ ଗାଁ ଗୁଡିକରେ ଆନ୍ଧ୍ର ପ୍ରଦେଶ ପ୍ରଶାସନ ଦ୍ଵାରା ଚାଲିଛି ଜନଗଣନା କାର୍ଯ୍ୟକ୍ରମ। ଆନ୍ଧ୍ରର ଜନଗଣନା ଅଧିକାରୀ କୋଟିଆ ପଂଚାୟତର ତଳସେମ୍ବି, ଉପରସେମ୍ବି, ଫାଟୁସିନେରୀ ପ୍ରଭୁତି ଅଞ୍ଚଳରେ ଜନଗଣନା କରିଛନ୍ତି।
ସେପଟେ ବାରମ୍ବାର ଆନ୍ଧ୍ରର ଅନୁପ୍ରବେଶ ଭିତରେ ଏବେ ବିକାଶକୁ ଅସ୍ତ୍ର କରିଛି ଓଡ଼ିଶା। ବିକାଶମୂଳକ କାମର ସ୍ପିଡ ବଢାଇବାକୁ ଓଡ଼ିଶାର ମନ୍ତ୍ରୀ ମାନେ ଘନ ଘନ କୋଟିଆ ଗସ୍ତ କରୁଛନ୍ତି। ଗତ ୫ ତାରିଖରେ ରାଜସ୍ବ ମନ୍ତ୍ରୀ ସୁରେଶ ପୁଜାରୀ ଓ ଆଇନମନ୍ତ୍ରୀ ପୃଥ୍ବିରାଜ ହରିଚନ୍ଦନ କୋଟିଆରେ ପହଞ୍ଚି ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିବାସହ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ଏହାସହ ପୁରୀରୁ ଦେବୀ ସୁଭଦ୍ରାଙ୍କ ରଥ ଚକ ନେଇ କୋଟିଆରେ ସ୍ଥାପନ କରିଥିଲେ।
ପଢନ୍ତୁ ଏହି ଖବର:ରଥଯାତ୍ରା ପାଇଁ ପ୍ରସ୍ତୁତି ଜୋର୍ ସୋରରେ, CCTV ସର୍ଭିଲାନସରେ ରହିବ ଉତ୍ତରାରୁ ବଡ଼ଦାଣ୍ଡ
ଏଯାଏଁ ଛିଡୁନି କୋଟିଆ କେଁ। ଆନ୍ଧ୍ର ଅସ୍ତ୍ରରେ ଆନ୍ଧ୍ରକୁ ସାବାଡ କରିବାକୁ ଏବେ ବିକାଶମୂଳକ କାମକୁ ଏକମାତ୍ର ଏଜେଣ୍ଡା କରିଛି ଓଡ଼ିଶା। ରାଜ୍ୟସରକାରଙ୍କ ମନ୍ତ୍ରୀ ବାରମ୍ବାର କୋଟିଆ ଗସ୍ତ କରୁଛନ୍ତି। କୋଟିଆବାସୀଙ୍କୁ ଜନଗଣନାରେ ସାମିଲ କରି ଆନ୍ଧ୍ର ନିଜର ହକ୍ ଓ ଆଧିପତ୍ୟ ବିସ୍ତାର କରିବାକୁ ଯଥାସାଧ୍ୟ ଉଦ୍ୟମ କରୁଛି। ଯାହାକୁ କାଉଣ୍ଟର କରି ରାଜସ୍ବ ମନ୍ତ୍ରୀ କହିଛନ୍ତି, ପୂର୍ବରୁ ମା’ ସ୍ନେହ ମିଳୁନଥିଲା ମାଉସୀ ପାଖକୁ ଦୌଡ଼ୁଥିଲେ। ଏବେ ଓଡ଼ିଶା ମା’ର ସ୍ନେହ ଅଧିକ ରହିଛି। ତେଣୁ ଆନ୍ଧ୍ର ମାଉସୀ ହୋଇ ରହୁ ମା’ ନହେଉ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କୋଟିଆରେ ବିକାଶର ବେଗ ବଢାଇବାକୁ ସରକାର ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି। ମନ୍ତ୍ରୀଙ୍କ ବାରମ୍ବାର ଗସ୍ତ ଏହାକୁ ବଳ ଦେଉଛି। ଏହିକ୍ରମରେ କୋଟିଆ ଠାରୁ ପଟାଙ୍ଗି ଯାଏଁ ରାସ୍ତାର ଦୋହରୀକରଣ କାମ ଆରମ୍ଭ ହୋଇଛି। ୩ଟି ରାସ୍ତାର ଉଦଘାଟନ ସହ ଖୁବଶୀଘ୍ର ଅନ୍ୟ ଆନୁସଙ୍ଗିକ ସୁବିଧା ଯୋଗାଇ ଦେବାକୁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି ଆଇନମନ୍ତ୍ରୀ ପୃଥ୍ବିରାଜ ହରିଚନ୍ଦନ।
ଦୀର୍ଘ ଦିନର ସମସ୍ୟା ହେଉଛି କୋଟିଆ। ସମାଧାନ ପାଇଁ ସରକାର ପ୍ରୟାସ କରୁଛନ୍ତି। ମନ୍ତ୍ରୀ ମାନଙ୍କ ର ଗସ୍ତ ହେଉଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥ ଚକ କୋଟିଆ ରେ ପ୍ରତିଷ୍ଠା କରାଯାଇଛି। କୋଟିଆ ଓଡିଶାର ଅଭିନ୍ନ ଅଙ୍ଗ। କୋଟିଆ ଓଡିଶାର ହୋଇକି ରହିବ। ଆଗାମୀ ଦିନରେ ଆମ ସରକାରରେ କୋଟିଆ ସମାଧାନ ହୋଇଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି।
ବାରମ୍ବାର ଆନ୍ଧ୍ର ଅଧିକାରୀ ଜୋରଜବରଦସ୍ତି ପଶି କୋଟିଆକୁ ନିଜର ବୋଲି ଦାବି କରୁଛନ୍ତି। କୋଟିଆ ବିବାଦ ପ୍ରସଙ୍ଗକୁ ନେଇ ପୁର୍ବରୁ ଏକ ରାଜ୍ୟସ୍ତରୀୟ କମିଟି ଗଠନ କରିଥିଲେ ରାଜ୍ୟ ସରକାର।
ଏଥିରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଅଧ୍ୟକ୍ଷ ଥିବାବେଳେ ମୋଟ ୧୬ ଜଣ କମିଟିରେ ରହିଛନ୍ତି।

Related Topics
Explore more stories