Rath Yatra Preparation / ରଥଯାତ୍ରା ପାଇଁ ପ୍ରସ୍ତୁତି ଜୋର୍ ସୋରରେ, CCTV ସର୍ଭିଲାନସରେ ରହିବ ଉତ୍ତରାରୁ ବଡ଼ଦାଣ୍ଡ
·2 hours ago·2 min read

Key Points
ରଥଯାତ୍ରା ପାଇଁ ପ୍ରସ୍ତୁତି ଜୋର୍ ସୋରରେ
ମେ ୮ ରେ ହେବ ପ୍ରଥମ ରଥଯାତ୍ରା ସମନ୍ୱୟ ବୈଠକ
CCTV ସର୍ଭିଲାନସରେ ରହିବ ଉତ୍ତରାରୁ ବଡ଼ଦାଣ୍ଡ
ମେ ୮ ରେ ହେବ ପ୍ରଥମ ରଥଯାତ୍ରା ସମନ୍ୱୟ ବୈଠକ
CCTV ସର୍ଭିଲାନସରେ ରହିବ ଉତ୍ତରାରୁ ବଡ଼ଦାଣ୍ଡ
୦୬/୦୫, ପୁରୀ: ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଜୋର୍ ସୋର୍ ରେ ଆଗେଇ ଚାଲିଛି ପ୍ରସ୍ତୁତି । ଆସନ୍ତା ମେ ୮ ତାରିଖରେ ହେବ ପ୍ରଥମ ରଥଯାତ୍ରା ସମନ୍ୱୟ ବୈଠକ। ଏଥିରେ ଆର୍ ଡି ସି ସୁଧାଂଶୁ ସାମଲ ଦେବେ ଟିପ୍ସ ଓ ଟାସ୍କ । କ୍ରାଉଡ ମ୍ୟାନେଜମେଣ୍ଟ ପାଇଁ ନିର୍ଦ୍ଧାରିତ ହୋଇଛି ଥ୍ରେସ ହୋଲ୍ଡ ଲିମିଟ। ଟ୍ରାଫିକ ମୋବିଲାଇଜେଶନ ପାଇଁ ନିଷିଦ୍ଧାଞ୍ଚଳକୁ ଗୁଗୁଲ୍ ମ୍ୟାପ୍ ରେ ରେଡ୍ ଜୋନ୍ ଦର୍ଶାଯାଉଛି। ଶ୍ରଦ୍ଧାଳୁଙ୍କ ଗମନାଗମନ ସୁବିଧା ପାଇଁ ହୋଇଛି ବ୍ୟବସ୍ଥା। ଅଟୋ ଟୋଟୋ ପାଇଁ ପ୍ରସ୍ତୁତ ହୋଇଛି ସ୍ୱତନ୍ତ୍ର ନିୟମ। CCTV ସର୍ଭିଲାନସରେ ରହିବ ଉତ୍ତରାରୁ ବଡ଼ଦାଣ୍ଡ। ପ୍ରସ୍ତୁତ ହୋଇଛି ଏମର୍ଜେନ୍ସି ଇଭାକ୍ୱେଶନ ପ୍ଲାନ। ପୋଲିସ - ଭକ୍ତ ଯୋଗାଯୋଗକୁ ଦୃଷ୍ଠିରେ ରଖି ସମସ୍ତ ଜନ ଗହଳି ଅଞ୍ଚଳରେ Led ମାଧ୍ୟମରେ ଭକ୍ତଙ୍କୁ ମିଳିବ ସୂଚନା ।
ଚଳିତବର୍ଷ ଇନ୍ସିଡେଣ୍ଟ ଫ୍ରି, ରଥଯାତ୍ରା ପାଇଁ ଫୋକସ ରଖିଛନ୍ତି ରାଜ୍ୟ ସରକାର । ଗତବର୍ଷ କମିଟି ନେଇଥିବା ସମସ୍ତ ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବାକୁ ପ୍ରସ୍ତୁତ ହୋଇଛି ରୋଡ ମ୍ୟାପ୍ । ଭିଡ ନିୟନ୍ତ୍ରଣ ପାଇଁ ନିର୍ଦ୍ଧାରିତ ହୋଇଛି ଥ୍ରେସହୋଲ୍ଡ ଲିମିଟ । ବଡ଼ଦାଣ୍ଡର କ୍ଷମତାକୁ ନେଇ ହେବ ଭିଡ ନିୟନ୍ତ୍ରଣ। ସର୍ଭେ ଅନୁଯାୟୀ ବଡ଼ଦାଣ୍ଡରେ ଜନ ସମାଗମର କ୍ଷମତା ରହିଛି ପ୍ରାୟ 4 ରୁ 5 ଲକ୍ଷ। ଅଢ଼େଇ କିଲୋମିଟର ଲମ୍ବା ବଡ଼ଦାଣ୍ଡରେ ଓସାର ପ୍ରାୟ 35 ରୁ 105 ମିଟର ପର୍ଯ୍ୟନ୍ତ ରହିଛି । ତେବେ ରଥ ଟଣା ସମୟରେ ବଡ଼ଦାଣ୍ଡରେ ଦୁଇ ଗୁଣ ଭକ୍ତଙ୍କ ସମାଗମ ହୋଇଥାଏ । ତେଣୁ ଏଣ୍ଟ୍ରି ଏକଜିଟ୍ ସହ ଏମର୍ଜେନ୍ସି ଇଭାକ୍ୱେଶନ ଓ ଡି କଞ୍ଜକ୍ସନ୍ ଉପରେ ରହିଛି ଫୋକସ। ସେପଟେ ଗୁଗଲ ମ୍ୟାପରେ ନିଷିଦ୍ଧାଞ୍ଚଳ ବା ନୋ ଭେହିକିଲ୍ ଏରିଆକୁ ରେଡ୍ ଜୋନ୍ ଦର୍ଶାଯାଇଛି । ସହର ଭିତରକୁ ଅଯଥା ଭିଡ ରୋକିବା ପାଇଁ ପଦକ୍ଷେପ ନିଆଯାଇଛି ବୋଲି କହିଛନ୍ତି ପୁରୀ ଜିଲ୍ଳାପାଳ ଦିବ୍ୟଜୌତି ପରିଡା।
ପଢନ୍ତୁ ଏହି ଖବର: କାଳ ହେଲା ଜଗନ୍ନାଥଙ୍କୁ ଅପମାନ, ଚିତ୍ ପଟାଙ୍ଗ ମାରିଲେ ନବୀନ ଓ ମମତା
ଆସନ୍ତା 8 ତାରିଖରେ ହେବ ପ୍ରଥମ ରଥ ସମନ୍ୱୟ ବୈଠକ । ଆର୍ ଡି ସି ସୁଧାଂଶୁ ସାମଲଙ୍କ ଅଧ୍ୟକ୍ଷତାରେ ପୁରୀ ପୌର ସଦନ ରେ ହେବାକୁ ଥିବା ବୈଠକରେ ଆକ୍ସନ ପ୍ଲାନ୍ ରିପୋର୍ଟ ଦେବେ ବିଭିନ୍ନ ବିଭାଗୀୟ ଅଧିକାରୀ । ଡେଡ୍ ଲାଇନ୍ ଅବଧି ସରିଥିବା ବେଳେ ଆର ଡି ସି ଦେବେ ଟିପ୍ସ ଓ ଟାସ୍କ । ଚଳିତ ବର୍ଷ ପ୍ରଶାସନ ଓ ସେବାୟତଙ୍କ ମଧ୍ୟରେ ଉତ୍ତମ ସମନ୍ୱୟ ରଖି କାର୍ଯ୍ୟ କଲେ ତ୍ରୁଟିଶୂନ୍ୟ ରଥଯାତ୍ରା ହେବ କହିଛନ୍ତି ସେବାୟତ ।
ଅନ୍ୟପଟରେ ଫାଷ୍ଟ ଏଡ ଓ ଆମ୍ବୁଲାନ୍ସ ସେବା ପାଇଁ ଏସ ଓ ପି ଜାରି ହେବା ସହ ସ୍ମୁଥ ଆମ୍ବୁଲାନ୍ସ ମୋମେଣ୍ଟ ପାଇଁ ରହିବ ଫୋକସ ।ସେପଟେ ସିସି ଟିଭି ସର୍ଭିଲାନସ୍ ରେ ରହିବ ଉତ୍ତରାରୁ ବଡ଼ଦାଣ୍ଡ। ରଥଯାତ୍ରା ପରିଚାଳନା ପାଇଁ ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ଓଭର ଅଲ୍ ଇନଚାର୍ଜ୍ ଦାୟିତ୍ୱ ମିଳିଥିବା ବେଳେ ପୂର୍ବ ବର୍ଷର ଅଘଟଣ ଏଡ଼ାଇବା ପାଇଁ ହୋଇଛି ମାଷ୍ଟର ପ୍ଲାନ୍।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories