Videos
|
Odisha

ଓଡ଼ିଶା ମାଟି ଉପରେ ହକ୍ ସାବ୍ୟସ୍ତ ପାଇଁ ଆନ୍ଧ୍ରର ବଡ଼ ପ୍ଲାନ୍

Manini Pattanayak
Browse all articles by Manini Pattanayak
·2 years ago·2 min read
ଓଡ଼ିଶା ମାଟି ଉପରେ ହକ୍ ସାବ୍ୟସ୍ତ ପାଇଁ ଆନ୍ଧ୍ରର ବଡ଼ ପ୍ଲାନ୍

କୋରାପୁଟ:  କୋଟିଆରେ ଓଡ଼ିଆ ଅସ୍ମିତା ପ୍ରତି ବଡ଼ ଆହ୍ବାନ । ଓଡ଼ିଶା ମାଟି ଉପରେ ହକ୍ ସାବ୍ୟସ୍ତ ପାଇଁ ଆନ୍ଧ୍ରର ବଡ଼ ପ୍ଲାନ୍ । ପୂର୍ବରୁ କୋଟିଆରେ ଲଗାଇଥିଲେ ଆନ୍ଧ୍ର ଶାସକ ଦଳର ପତାକା । ଏବେ କୋଟିଆ ଲୋକଙ୍କୁ ନେଇ ରାଲି କଲେ ଆନ୍ଧ୍ର ନେତା ।   ପୂର୍ବରୁ ଆନ୍ଧ୍ର୍ ସରକାର କୋଟିଆ ଲୋକଙ୍କୁ ବନାଇସାଛନ୍ତି ଭୋଟର ଆଉ ଏବେ କୋଟିଆ ଲୋକଙ୍କୁ ନେଇ ଆନ୍ଧ୍ରର ଶାସକ ଦଳ YSRCP କରୁଛି ପ୍ରଚାର। ସାମ୍ନାକୁ ଆସିଛି କୋଟିଆ ମାଟିକୁ କବଜା କରିବା ଲାଗି ଆନ୍ଧ୍ର ସରକାରର ବଡ଼ ପ୍ଲାନ୍। କୋଟିଆ ଓଡ଼ିଶାର ନୁହେଁ ଆନ୍ଧ୍ରର ଏହା ସାବ୍ୟସ୍ତ କରିବାକୁ କୋଟିଆ ଲୋକଙ୍କୁ ଆନ୍ଧ୍ରରେ ନେଇ କରାଯାଉଛି ଭୋଟ୍ ପ୍ରଚାର। ଆନ୍ଧ୍ରପ୍ରଦେଶ ସାଲୁର ନିର୍ବାଚନ ମଣ୍ଡଳିରୁ ବୁଧବାର YSRCP ପ୍ରାର୍ଥୀ ରାଜନ ଦୋରା ପ୍ରାର୍ଥୀପତ୍ର ଦାଖଲ କରିଥିଲେ।

ଏଥିପାଇଁ ବିଶାଳ ରାଲିର ଆୟୋଜନ କରାଯାଇଥିଲା। ଯେଉଁଥିରେ ସାମିଲ ହୋଇଥିଲେ କୋଟିଆର ଶହ ଶହ ଜନତା। କୋଟିଆ ଲୋକଙ୍କୁ ଉପହାର ଦିଆଯାଇ ପ୍ରଚାରରେ ସାମିଲ ହେବାକୁ ପ୍ରଲୋଭିତ କରାଯାଇଥିବା ଅଭିଯୋଗ ହୋଇଛି। ଓଡ଼ିଶା ଭୋଟର ଲିଷ୍ଟରେ ଥିବା କୋଟିଆ ଲୋକଙ୍କ ନାଁ ପରିବର୍ତ୍ତନ କରି ଆନ୍ଧ୍ରର ବ ଭୋଟର ବନାଇବାକୁ ରଚାଯାଇଛି ଷଡ଼ଯନ୍ତ୍ର। 
ନିର୍ବାଚନ ବେଳେ ସିଲ ହେଉ କୋଟିଆ ସୀମା। କୋଟିଆ ଭୋଟର କିଭଳି ଆନ୍ଧ୍ର ରେ ଭୋଟ ଦେଇ ନ ପାରିବେ ସେଥିପାଇଁ କଡା ପଦକ୍ଷେପ ନେଉ ପ୍ରଶାସନ। କୋଟିଆ ଲୋକଙ୍କୁ ଆଇନ ଗତ ଭାବେ ଆନ୍ଧ୍ର ର ଭୋଟର ଭାବେ ପ୍ରମାଣିତ କରିବାକୁ ଚକ୍ରାନ୍ତ କରୁଛି ଆନ୍ଧ୍ର। ସେଥିପ୍ରତି ନିର୍ବଚନ କମିଶନ ଦୃଷ୍ଟି ଦେବାକୁ ସାମ୍ବାଦିକ ସମ୍ମିଳନୀ ଡାକି ଅନୁରୋଧ କରିଛି ଉତ୍କଳ ସମ୍ମିଳନୀ ସଂଗଠନ..

କୋଟିଆରେ ଲଗାତାର ଅନୁପ୍ରବେଶ କରୁଛି ପଡ଼ୋଶୀ ରାଜ୍ୟ। ପାର୍ବରୁ ଆମେ ଦେଖାଇଥିଲୁ କିପରି ଆନ୍ଧ୍ରପ୍ରଦେଶର ସରକାରୀ ଦଳ YSRCP ପକ୍ଷରୁ କୋଟିଆରେ ଦଳୀୟ ପତାକା ଲଗାଯାଇଥିଲା। କୋଟିଆ ପଂଚାୟତର ଧୂଳିପଦର ଗାଁର ପ୍ରବେଶ ଛକରେ ଲାଗିଥିଲା ୱାଇଏସଆର କଂଗ୍ରେସର ପତକା । ଏଥିରେ ତେଲୁଗୁରେ ଲେଖାଥିଲା.. "ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ  ହିଁ ଆମ ଭରସା" ଯେଉଁଠି କିଛି ଦିନ ତଳେ ଫଳକ ମାରିଥିଲା ଆନ୍ଧ୍ର , ଠିକ ସେଇଠି ସରକାରୀ ଦଳ ଲଗାଇଛି ପତାକା। ଅର୍ଥାତ୍ ଓଡ଼ିଶା ମାଟିରେ ନିଜର ଅଧିକାର ସାବ୍ୟସ୍ତ କରୁଛି ଆନ୍ଧ୍ର। ସବୁ ଦେଖି ରାଜ୍ୟ ସରକାର ଚୁପ୍। ଜାନୁଆରୀ ମାସରେ କୋରାପୁଟ ଯାଇଥିଲେ ରାଜସ୍ବମନ୍ତ୍ରୀ ସୁଦାମ ମାରାଣ୍ଡି। କିନ୍ତୁ କୋଟିଆ ଯିବାକୁ ସେ ଉଚିତ ମଣିଲେ ନାହିଁ। ଏଥିରୁ ବୁଝାପଡୁଛି କୋଟିଆକୁ ନେଇ କେତେ ଚିନ୍ତିତ ବିଜେଡି ସରକାର। ଆଞ୍ଚଳିକ ଦଳ ଭାବେ ଓଡ଼ିଶାର ସୀମା, ଭାଷା ଓ ସଂସ୍କୃତିର ସୁରକ୍ଷା କରିବ ବୋଲି କହି କ୍ଷମତାକୁ ଆସିଥିଲା ବିଜୁ ଜନତା ଦଳ। କିନ୍ତୁ 25 ବର୍ଷ ଭିତରେ ବିଜେଡି ସରକାରଙ୍କ ଅବହେଳା ଓ ଅପାରଗତାରୁ ଏବେ ସଂକଟରେ ରାଜ୍ୟର ସୀମା ଓ ଆଉ ସଙ୍କଟରେ ଓଡ଼ିଆ ଭାଷା।  

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Andhra leaders now rally with crores of people | Argus News