Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - କୋଟିଆରେ ଖୁଲମଖୁଲ୍ଲା ଆନ୍ଧ୍ର ଆୟୋଜନ କରିଛି ଭୋଟର ସଚେତନତା ଶିବିର

Odisha

କୋଟିଆରେ ଖୁଲମଖୁଲ୍ଲା ଆନ୍ଧ୍ର ଆୟୋଜନ କରିଛି ଭୋଟର ସଚେତନତା ଶିବିର

Manini Pattanayak
Browse all articles by Manini Pattanayak
·2 years ago·2 min read
କୋଟିଆରେ ଖୁଲମଖୁଲ୍ଲା ଆନ୍ଧ୍ର ଆୟୋଜନ କରିଛି ଭୋଟର ସଚେତନତା ଶିବିର

କୋରାପୁଟ:  ଓଡ଼ିଶା ସୀମାରେ ଆନ୍ଧ୍ରର ସିରିଜ୍ ଦାଦାଗିରି । ଦୁଇ ସପ୍ତାହ ଭିତରେ 6-6 ଥର ଅନୁପ୍ରବେଶ । କୋଟିଆରେ  ଭୋଟର ସଚେତନତା ଶିବିର ଆୟୋଜନ କରି ବିଜେଡି ସରକାରକୁ ଆନ୍ଧ୍ରର ଖୋଲା ଚ୍ୟାଲେଞ୍ଜ । ପୂର୍ବରୁ ପୋଲିଓ କ୍ୟାମ୍ପ ଓ ସ୍ବାସ୍ଥ୍ୟ ଶିବିର ସହ ଛତା, ରାସନ ବାଣ୍ଟିଥିଲେ ଜଗନ ସରକାର । ବିପଦରେ ସୀମା, ବିପଦରେ ଭାଷା । କାହିଁକି ଚୁପ ଓଡ଼ିଶା ସରକାର ?  ଦୁଇ ସପ୍ତାହ ମଧ୍ୟରେ  କୋଟିଆରେ ଏମିତି ବାରମ୍ବାର ଅନୁପ୍ରବେଶ କରିଛନ୍ତି ଆନ୍ଧ୍ର ସରକାର ଓ ସରକାରୀ ଦଳ ଏହି ଅନୁପ୍ରବେଶ ର ଖବର କୋରାପୁଟ ପ୍ରଶାସନ ଓ ରାଜ୍ୟ ସରକାରଙ୍କ ପାଖରେ ଥିଲେ ଚୁପ ବସିଛନ୍ତି ଆମ ସରକାର... କହିବାକୁ ଗଲେ ଆନ୍ଧ୍ର ହାତକୁ ସୀମାକୁ ଟେକି ଦେଇଛନ୍ତି 24 ବର୍ଷର ସ୍ଥିର ସରକାର...କୋଟିଆରେ ଆନ୍ଧ୍ରର ବାରମ୍ବାର ଅନୁପ୍ରବେଶକୁ ନେଇ ସ୍ଥାନୀୟ ବୁଦ୍ଦି ଜୀବି ଓ ସାଧାରଣ ଲୋକେ ଅସନ୍ତୋଷ ଝାଡୁଥିବା ବେଳେ ପ୍ରଶ୍ନ କାହିଁକି ନିଦା ବିଷ୍ଣୁ ସାଜିଛନ୍ତି ସରକାର । ଯୋଜନା ବଦ୍ଦ ଭାବେ  କ୍ରସ ମିଶନ କରି  ଚର୍ଚ୍ଚ ମାଧ୍ୟମରେ  ଓଡିଆ ସଂସ୍କତିକୁ ନଷ୍ଟ କଲା ଆନ୍ଧ୍ର।  ମନ୍ଦିର ଜାଗାରେ ଚର୍ଚ୍ଚ କଲା .. ଲୋକଙ୍କୁ ପ୍ରଲୋଭିତ କରି ଧର୍ମ ପରିବର୍ତ୍ତନ କଲା। ତା ପରେ ଓଡିଆ ଭାଷାକୁ ନଷ୍ଟ କରି ତେଲୁଗୁ ଭାଷାକୁ ସ୍କୁଲରେ ପଢାଇଲା.. ଓଡିଆ ପିଲା ଓଡିଆ ବଦଳରେ ତେଲୁଗୁ ପଢିଲେ। .ତା ପରେ ସୀମା ଦଖଲ ପାଇଁ ଯୋଜନା କରିଛି ଆନ୍ଧ୍ର.. ଆଉ ଏହା ପଛରେ କୁହାଯାଉଛି ଖଣିଜ ସଂପଦ ଦଖଲ ରହିଛି ଉଦ୍ଦେଶ୍ୟ।
 
କେତେବେଳେ ଜମି ପଟ୍ଟା ଦେବାକୁ କୋଟିଆରେ ଆନ୍ଧ୍ର ଅଧିକାରୀ ସର୍ଭେ କରୁଛନ୍ତି ତ ଆଉ କେତେବେଳେ ସ୍ବାସ୍ଥ୍ୟ ସେବା ପହଁଞ୍ଚାଇବାକୁ କ୍ୟାମ୍ପ କରୁଛନ୍ତି... ପୁଣି କେତେବେଳେ ଆନ୍ଧ୍ରର ଲୋଭନୀୟ  ଯୋଜନା ବାଣ୍ଟୁଛନ୍ତି.. ଆନ୍ଧ୍ର ସରକାରଙ୍କୁ ସହ ତାଳ ଦେଇ ସରକାରୀ ଦଳ ବି ଏଠି ପ୍ରଚାରରେ ମାତିଛି..  ଧୁଳି ପଦରେ  ଜାନୁଆରୀରେ ୱାଇଏସଆର କଂଗ୍ରସ ନିଜ ଦଳର ପତକା ଲଗାଇଥିଲେ..ଖବର ପ୍ରସାରଣ ପରେ ବ୍ଲକ ପ୍ରଶାସନ ଯାଇ ପତକା କାଢିଥିଲେ.. ତେବେ ତିନି ଦିନ ପରେ ପୁଣି  ନାଲିଆଖି ଦେଖାଇ ଦଳର ପତକା ଲଗାଇବା ସହ ଧୁଳିପଦର ପ୍ରବେଶ ପଥରେ ଲୋକଙ୍କୁ କାମ ଦେବାକୁ ତାଙ୍କ ସରକାରଙ୍କ ଏନଆରିଜିଏସ ବୋର୍ଡ ଲଗାଇଛି ୱାଇଆସଆର କଂଗ୍ରେସ।

ଅଧିକ ପଢନ୍ତୁ ଓଡିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Andhra open challenge to BJD government by organizing voter awareness camp in Kotia | Argus News