Videos
|
Odisha

କୋଟିଆରେ ପୁଣି ଅନୁପ୍ରବେଶ କଲା ଆନ୍ଧ୍ର

Swayangprajna Mishra
Browse all articles by Swayangprajna Mishra
·1 year ago·1 min read
କୋଟିଆରେ ପୁଣି ଅନୁପ୍ରବେଶ କଲା ଆନ୍ଧ୍ର

ଅର୍ଗସ ବ୍ୟୁରୋ : କୋଟିଆରେ ପୁଣି ଅନୁପ୍ରବେଶ କଲା ଆନ୍ଧ୍ର। କୋଟିଆର ନେରେଡିୱାଲାସା ଗ୍ରାମରେ ଆନ୍ଧ୍ର ଅନୁପ୍ରବେଶ କରି ଆର୍ଥିକ ସାକ୍ଷ ରତା କାର୍ଯ୍ୟକ୍ରମ କରିଛି। କେନ୍ଦ୍ର ର ଆର୍ଥିକ ସେବା ବିଭାଗ ଦ୍ଵାରା ଉକ୍ତ କାର୍ଯ୍ୟକ୍ରମ ହୋଇଛି । ଆନ୍ଧ୍ରପ୍ରଦେଶ ଗ୍ରାମୀଣ ବିକାଶ ବ୍ୟାଙ୍କ ମାୱିଡିପିଲୀ ଦ୍ଵାରା ଏହି କାର୍ଯ୍ୟକ୍ରମ ଟି ଆୟୋଜନ କରାଯାଇଛି। ଏହି କାର୍ଯ୍ୟକ୍ରମ ରେ ବିଭିନ୍ନ ଗ୍ରାମର ଲୋକମାନଙ୍କୁ ଏକତ୍ରିତ କରାଯାଇଥିଲା।

ଅଧିକ ପଢନ୍ତୁ : ମୌଳିକ ସୁବିଧାରୁ ବଞ୍ଚିତ ହୋଇ ଭୋଟ ବର୍ଜନ କଲେ ୩ ଗାଁ ଲୋକେ

କିଛି ଅଧିକାରୀ ମଧ୍ୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଅଧିବାସୀ ମାନେ ଆଦାୟ ଟଙ୍କା କୁ କିଭଳି ସଠିକ ଭାବେ ଉପଯୋଗ କରିପାରିବେ ସେନେଇ ଅଧିକାରୀମାନେ ସଚେତନ କରିଥିବା ଜଣାପଡ଼ିଛି। ଲୋକଙ୍କୁ ପଥପ୍ରାନ୍ତ ନାଟକ ଦ୍ଵାରା ମଧ୍ୟ ସଚେତନ କରିଥିବା ନେଇ ସୂଚନା ମିଳିଛି। ଦୀର୍ଘ ଦିନ ଧରି ଆନ୍ଧ୍ର ନୀରବ ରହି କୋଟିଆ ର ତିନୋଟି ସ୍ଥାନରେ ସ୍ଵାଧୀନତା ଦିବସ ପାଳିଥିଲା। ପୂଣି ଆଜି ଅନୁପ୍ରବେଶ କରି କାର୍ଯ୍ୟକ୍ରମ ର ଆୟୋଜନ କରିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Andhra pradesh enterd into kotia again | Argus News