Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଓଡିଶା-ଆନ୍ଧ୍ରର ସିମାବର୍ତ୍ତୀ ଗାଁରେ ପାଣି ଟାଙ୍କି ତିଆରି କଲା ଆନ୍ଧ୍ର

Odisha

ଓଡିଶା-ଆନ୍ଧ୍ରର ସିମାବର୍ତ୍ତୀ ଗାଁରେ ପାଣି ଟାଙ୍କି ତିଆରି କଲା ଆନ୍ଧ୍ର

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଓଡିଶା-ଆନ୍ଧ୍ରର ସିମାବର୍ତ୍ତୀ ଗାଁରେ ପାଣି ଟାଙ୍କି ତିଆରି କଲା ଆନ୍ଧ୍ର

ଅର୍ଗସ ବ୍ୟୁରୋ:  ଓଡିଶା-ଆନ୍ଧ୍ରର ସିମାବର୍ତ୍ତୀ ଗାଁକୁ ନିଜ ଅକ୍ତିଆରକୁ ନେବା ପାଇଁ ଆନ୍ଧ୍ରର ବଡ ଷଡ଼ଯନ୍ତ୍ର। ଆନ୍ଧ୍ର ସରକାର ସିଧା ସଳଖ ପାଣି ଟାଙ୍କି ନିର୍ମାଣ କରିବା ବଦଳରେ ସ୍ବେଚ୍ଛାସେବୀ ସଂଙ୍ଗଠନ ଜରିଆରେ ନିର୍ମାଣ କରିଛି ପାଣି ଟାଙ୍କି। ପାଡୁଆ ଥାନା ଅଧିନ ପାନ୍ଥଲୁଙ୍ଗ ପଞ୍ଚାୟତ ଅନ୍ତର୍ଗତ ଅଣ୍ଡରଗୁଡ଼ା ଗ୍ରାମରେ ଏକ ନୂଆ ପ୍ରକଳ୍ପ ସ୍ଥାପନକୁ ନେଇ ଚର୍ଚ୍ଚା ଜୋର ଧରିଛି।

ଆନ୍ଧ୍ରର ସତ୍ୟସାଇ ନାମକ ସଂସ୍ଥା ଦ୍ଵାରା ଏହି ଗାଁ କୁ ନିକଟସ୍ଥ ପାହାଡ଼ରୁ ପାଇପ ଯୋଗେ ଗାଁ କୁ ଜଳ ଯୋଗାଇବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି।  ଗାଁ ର ୨୮୦ ପରିବାରକୁ ଜଳ ଯୋଗାଣ ପାଇଁ ଗାଁରେ ପାଣି ଟାଙ୍କି ସ୍ଥାପନ କରାଯାଇଛି। ରବିବାର ଦିନ ଏହି ପ୍ରକଳ୍ପର ଲୋକାର୍ପଣ ପାଇଁ ବ୍ୟବସ୍ଥା ହୋଇଛି। ବିଭିନ୍ନ ଯୋଜନା ଆଳରେ ଆନ୍ଧ୍ର ଓଡିଶାରେ ଅନୁପ୍ରେବଶ କରୁଥିବା ବେଳେ ରାଜ୍ୟ ସରକାର ଚୁପ୍ ,ସ୍ଥାନୀୟ ପ୍ରଶାସନ ଚୁପ୍। ଓଡିଶାର ଆଞ୍ଚଳିକ ଦଳର ସରକାର ଏ ଘଟଣାକୁ ଦେଖି ଆଖି ବୁଜି ଦେଇଛି। ଏଭଳି ଘଟଣା ବାରମ୍ବାର ଘଟୁଥିବା ବେଳେ ସରକାରଙ୍ ନିରବତା ପ୍ରଶ୍ନବାଚୀ ଶୃଷ୍ଟି କରିଛି। ସୀମା ଭାଷା ସଂସ୍କୃତିକୁ ସୁରକ୍ଷା ଦେବାରେ ଫେଲ ମାରିଛି ୨୪ ବର୍ଷର ସ୍ଥିର ସରକାର।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Andhra's conspiracy to take over the village of border in odisha | Argus News