କୋଟିଆରେ ଆନ୍ଧ୍ରର ଦବଦବା, କାହିଁକି ଚୁପ ରାଜ୍ୟ ସରକାର?
·2 years ago

ଅର୍ଗସ ବ୍ୟୁରୋ: ସୀମା - ଭାଷା ଓ ସଂସ୍କୃତି ସୁରକ୍ଷାରେ ଫେଲ୍ 24 ବର୍ଷର ବିଜେଡି ସରକାର। ଓଡ଼ିଶା ସୀମାନ୍ତ କୋଟିଆରେ ଆନ୍ଧ୍ର ସମୟ କ୍ରମେ ନିଜର ଦବଦବା ଜାହିର କରି ଚାଲିଥିବା ବେଳେ ସବୁ ଦେଖି ଚୁପ୍ ରାଜ୍ୟ ସରକାର। ତେବେ ନୂଆ ବର୍ଷରେ କୋଟିଆ ପଞ୍ଚାୟତରେ ଦେଖିବାକୁ ମିଳିଛି ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ଦଳୀୟ ପତାକା।
କୋଟିଆ ପଂଚାୟତର ଉପର ସେମ୍ବି ଓ ନେରେଡିବାଲାସା ମଧ୍ୟରେ ଥିବା ଧୂଳିପଦର ଗାଁର ପ୍ରବେଶ ଛକରେ ସୋମବାର ସକାଳେ "ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ହିଁ ଆମ ଭରସା" ବୋଲି ତେଲୁଗୁରେ ଲେଖାଥିବା ପତାକା ଉତ୍ତୋଳନ କରାଯାଇଥିବା ଦେଖିବାକୁ ମିଳିଛି। ପ୍ରଥମେ ସୀମାରେ ମାଡି ମାଡି ଆସୁଥିଲେ ଏବେ ସିଧା ଗାଁରେ ଆସି ଦଳୀୟ ପତାକା ମାରିଲେଣି ଆନ୍ଧ୍ର ସରକାର। ଯାହା ଓଡ଼ିଶାର 24 ବର୍ଷ ସରକାର ପୁରୁଷାର୍ଥ ଉପରେ ସିଧା ସୃଷ୍ଟି କରିଛି ପ୍ରଶ୍ନବାଚୀ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: