Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଓଡ଼ିଶା ସୀମା ଦଖଲ କରୁଛି ଆନ୍ଧ୍ର , ସୀମାରେ ଆନ୍ଧ୍ର କରୁଛି ଦାଦାଗିରି

Manini Pattanayak
Browse all articles by Manini Pattanayak
·2 years ago·2 min read
ଓଡ଼ିଶା ସୀମା ଦଖଲ କରୁଛି ଆନ୍ଧ୍ର , ସୀମାରେ ଆନ୍ଧ୍ର କରୁଛି ଦାଦାଗିରି

କୋରାପୁଟ:  ପୁଣି ସାମ୍ନାକୁ ଆସିଲା ଓଡ଼ିଶା ସୀମା ପ୍ରତି ରାଜ୍ୟ ସରକାରଙ୍କ ଉପେକ୍ଷାର ଚିତ୍ର । କୋରାପୁଟ ନନ୍ଦପୁରରେ ଫେଲ୍ ମାରିଛି ବିଜେଡି ସରକାରଙ୍କ ବସୁଧା ଯୋଜନା । ସାମାଜିକ ସଂଗଠନ ପହଞ୍ଚି ପିଇବା ପାଣିର ବ୍ୟବସ୍ଥା କରିଛି । ରାଜ୍ୟ ସରକାରଙ୍କ ଉଦାସୀନତାର ଫାଇଦା ନେଇ ସୀମାରେ ଆଡ୍ଡା ଜମାଉଛି ଆନ୍ଧ୍ର । ତଥାପି 24 ବର୍ଷର ଆଞ୍ଚଳିକ ଦଳ ସରକାରର ଭାଙ୍ଗୁନି ନିଦ । ଆଉ ରାଜ୍ୟ ସରକାରଙ୍କ ସ୍ଥାଣୁତା ଓ ଅପାରଗତାରୁ ଫାଇଦା ଉଠାଇବାରେ ଲାଗିଛି ଆନ୍ଧ୍ର । ଓଡିଶା ସୀମା ଦଖଲ କରିବା ପାଇଁ ଆନ୍ଧ୍ର ସରକାର କରୁଛନ୍ତି ବହୁମୁଖୀ ଯୋଜନା । ଆନ୍ଧ୍ରରେ ଥିବା ବିଭିନ୍ନ ଏନଜିଓ ମାନଙ୍କୁ ଲଗାଇ ଲୋକଙ୍କୁ ମଧ୍ୟ କରାଯାଉଛି ଆକୁଷ୍ଟ । ଲୋକଙ୍କୁ ବିଶୁଦ୍ଧ ପାଣି ଯୋଗାଇ ଦେବାର ବାହାସ୍ପୋଟ ମାରି ରାଜ୍ୟ ସାରା ହୋଡିଂ ମାରିଛନ୍ତି ରାଜ୍ୟ ସରକାର । ହେଲେ ସୀମାବର୍ତ୍ତୀ ଜିଲ୍ଲାରେ କେବଳ ସରକାରୀ ଭାଷଣରେ ଅଟକିଯାଇଛି ଯୋଜନା । ଏ ହେଉଛି ନନ୍ଦପୁରର ଅଣ୍ଡରାଗୁଡା ଅଞ୍ଚଳ, ଆଉ ଏଠି ବାଟ ହୁଡିଛି ନବୀନ ସରକାରଙ୍କ ବସୁଧା ଯୋଜନା । ଯେତେବେଳେ ରାଜ୍ୟ ସରକାର ସୀମାନ୍ତବର୍ତ୍ତୀ ଲୋକଙ୍କ ପାଇଁ ପାନୀୟ ଜଳ ବ୍ୟବସ୍ଥା କରିପାରିନାହାନ୍ତି ସେତେବେଳେ ସାମାଜିକ ସଙ୍ଗଠନ ଲୋକଙ୍କୁ ପାଇଁ ବିଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା କରିଛନ୍ତି । ଯାହାକୁ ନେଇ ଖୁସି ପ୍ରକଟ କରିଛନ୍ତି ଅଞ୍ଚଳବାସୀ ।

ଭାଷା, ସାହିତ୍ୟ, ସଂସ୍କୁତିର ସୁରକ୍ଷାର ଦ୍ୱାହି ଦେଇ ଗଠନ ହୋଇଥିବା ବିଜୁ ଜନତା ଦଳ ରାଜ୍ୟର ସୀମାକୁ ସୁରକ୍ଷା ରଖିବାରେ ହୋଇଛି ବିଫଳ । କୋରାପୁଟର କୋଟିଆ ଠାରୁ ଆରମ୍ଭ କରି ଗଞ୍ଜାମ ଓ ଗଜପତି ଜିଲ୍ଲାର ଗଙ୍ଗାବାଡ, ଗୁଡିଖଳା ପରି ଅଞ୍ଚଳରେ ଆନ୍ଧ୍ର ସରକାର କରୁଛନ୍ତି ଦାଦାଗିରି । ଯେତେବେଳେ ଓଡିଶା ଲୋକେ ସରକାରୀ ଯୋଜନା ପାଇବାରୁ ବଞ୍ଚିତ ହେଉଛନ୍ତି ସେତେବେଳେ ଏହାର ଫାଇଦା ଉଠାଉଛି ଆନ୍ଧ୍ର । ଆଉ ଆନ୍ଧ୍ର କବାଜ କରୁଛି ଓଡିଶା ସୀମାକୁ । ଯାହାକୁ ନେଇ ସରକାରଙ୍କ ପାରିବାପଣିଆ ଉପରେ ପ୍ରଶ୍ନ ଉଠାଇଛନ୍ତି ସାଧାରଣ ଜନତା । ସେପଟ ରାଜ୍ୟ ସରକାର ତୁରନ୍ତ ନିଜର ନୀରବତା ଭାଙ୍ଗିବା ପାଇଁ ଆହ୍ୱାନ କରିଛି ବିଜେପି । ବିଜେଡି ସରକାରଙ୍କ ଏପରି ଅପାରଗତା ବିରୋଧରେ ଆନ୍ଦୋଳନର ଧମକ ଦେଇଛି ବିଜେପି ।

ସୀମାରେ ଆନ୍ଧ୍ର କରୁଛି ଦାଦାଗିରି । କେବଳ କୋଟିଆ ଗ୍ରାମପୁଞ୍ଜରେ ଆନ୍ଧ୍ରର ଜଗନ ସରକାର ଯୋଜନା ବାଣ୍ଟୁନାହାନ୍ତି ନୀରିହ ଆଦିବାସୀଙ୍କ ସରଳତାର ସୁଯୋଗ ନେଇ ଧର୍ମ ପ୍ରଚାର କରିଚାଲିଥିବାର ଅଭିଯୋଗ ମଧ୍ୟ ହୋଇଛି । କୋଟିଆ ସହ ନାରାୟଣପାଟଣା ବ୍ଲକର ଗୁମାଣ୍ଡି, ପଡାପଦର , କୁମ୍ଭାରୀ, ସିରିଗୁଡା ରେ ବି ମାଳମାଳ ଚର୍ଚ୍ଚ । ସୀମାନ୍ତ ରେ ଥିବା ଆଲମଣ୍ଡା, ହାତୀଗେଡା,  ୟେଲେଙ୍ଗା ବଲସା, କୁମ୍ଭଗଣ୍ଡା, ରାମଜିପୁଟ, ଜାଗୁଡ଼ା , କାବେରିବାଡି, ଟିକରପଡା ଅଞ୍ଚଳରେ ବୁଲି ଆଦିବସୀଙ୍କୁ ଶୋଷଣ କରିବାରେ ଲାଗିଛନ୍ତି ଖ୍ରୀଷ୍ଟିଆନ୍ ସଙ୍ଗଠନ ।  ଅତୀତରେ କୋଟିଆରେ ଥିବା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିରରେ ତାଲା ପକାଇବା ପାଇଁ ଚର୍ଚ୍ଚର ବଡ ଷଡଯନ୍ତ୍ରର ଖୁଲାସା ମଧ୍ୟ ହୋଇଛି  । ଯଦି ଜଗନ୍ନାଥ ରହିବେ ତାହାହେଲେ ଓଡିଆ ଭାବାବେଗ ରହିବ । ସେଥିପାଇଁ ଏହାକୁ ଭଣ୍ଡୁର କରିବା ପାଇଁ ୱାଇଏସଆରଙ୍କ ସମୟରୁ ଆରମ୍ଭ ହୋଇଥିଲା ମିଶନ....ୱାଇଏସଆରଙ୍କ ସମୟରୁ ଆରମ୍ଭ ହୋଇଥିବା ଏହି ମାଷ୍ଟରପ୍ଲାନ୍ ର ମୁଣ୍ଡି ମାରୁଛନ୍ତି ଖୋଦ୍ ଜଗନ । ଆଉ ସୀମାରେ ଜାଣିଶୁଣି ସୃଷ୍ଟି ହେଉଛି ବିବାଦ । ଅସୁରକ୍ଷିତ ସୀମା, ଆନ୍ଧ୍ରର ଦାଦାଗିରି, ଓଡିଶା ସରକାର ଚୁପ୍ । ଓଡିଶାର ଅଂଶ ଚାଲିଗଲାଣୀ ଆନ୍ଧ୍ର କବଜାକୁ । ହେଲେ କେବେ ଭାଙ୍ଗିବ ନବୀନ ସରକାରଙ୍କ ନିଦ ତାହାକୁ ନେଇ ଉଠିଛି ପ୍ରଶ୍ନ । 
 
ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Andhra's multi-pronged plan to capture Odisha border | Argus News