Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଘର କାନ୍ଥରୁ ଝରୁଛି ବର୍ଷାପାଣି, ଛାତରୁ ଖସୁଛି ସିମେଣ୍ଟ ଖଣ୍ଡ

Odisha

ଘର କାନ୍ଥରୁ ଝରୁଛି ବର୍ଷାପାଣି, ଛାତରୁ ଖସୁଛି ସିମେଣ୍ଟ ଖଣ୍ଡ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଘର କାନ୍ଥରୁ ଝରୁଛି ବର୍ଷାପାଣି, ଛାତରୁ ଖସୁଛି ସିମେଣ୍ଟ ଖଣ୍ଡ

ଅର୍ଗସ ବ୍ୟୁରୋ: ମରାମତି ନାମରେ ଚଳୁ ହେଉଛି ଲକ୍ଷ ଲକ୍ଷ ଟଙ୍କା ହେଲେ ସୁଧୁରି ପାରୁନି ଅଙ୍ଗନବାଡି କେନ୍ଦ୍ର ର ସ୍ଥିତି । ଏବେ ବିପଦସଂକୁଳ ଅବସ୍ଥାରେ ଏହି ଅଙ୍ଗନବାଡି କେନ୍ଦ୍ରରେ ପାଠ ପଢୁଛନ୍ତି ଛାତ୍ରଛାତ୍ରୀ। ଏ ହେଉଛି  ନବରଙ୍ଗପୁର ଫୁପୁଗାଁ ଗ୍ରାମପଂଚାୟତ ଅନ୍ତର୍ଗତ ଜବାଧଡି ଅଙ୍ଗନବାଡି କେନ୍ଦ୍ର। ଅଙ୍ଗନବାଡି କେନ୍ଦ୍ରର କାନ୍ଥ ଗୁଡିକ ଫାଟି ଆଁ କରିଛି। ବାହାରେ ବର୍ଷା ହେଲେ ଅଙ୍ଗନବାଡି କେନ୍ଦ୍ରରେ ପାଣିଝରି ଭିତରଟା ପୁରା ବନ୍ୟା ହୋଇଯାଉଛି। ସେପଟେ ରୋଷେଇ ଗୃହ କେତେବେଳେ ଯେ ଭୁଶୁଡିତାହାବି କହି ହେବନି। ମାତ୍ର  ଭିତ୍ତିଭୂମି ନଥିବାରୁ ଏଠାରେ ବାଧଅୟ ହୋଇ ଚାଲିଛି ପାଠ ପଢା।

ଅଙ୍ଗନୱାଡି କେନ୍ଦ୍ରର ନାଁ ପାଚେରୀ ଅଛି ନା ଶୌଚାଳୟ। ଅଙ୍ଗନବାଡି କେନ୍ଦ୍ରରେ ସୃଷ୍ଟି ହୋଇଥିବା ଫାଟ ଲାଗି ଗ୍ରାମବାସୀଙ୍କ ପିଲାଙ୍କୁ କେନ୍ଦ୍ରକୁ ଛାଡିବା ନେଇ ଭୟଭୀତ ଅଛନ୍ତି। ଏହି ଅଙ୍ଗନବାଡି ଗୃହ ନିର୍ମାଣ ପରଠୁ ପ୍ରତିବର୍ଷ ମରାମତି କରାଯାଉଛି। ମରାମତି ନାମରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଉଛି ସତ କିନ୍ତୁ ମରାମତି କେବଳ ଠିକାଦାରଙ୍କ ରୋଜଗାର ର ପନ୍ଥା ହୋଇପଡିଛି । ସେପଟେ ଏହି ଅଙ୍ଗନବାଡି କେନ୍ଦ୍ରକୁ ଯିବା ପାଇଁ ରାସ୍ତା ନଥିବାରୁ ପ୍ରତିଦିନ ଯିବାଆସିବାକୁ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେବାକୁ ପଡୁଥିବା ଅଭିଯୋଗ ହୋଇଛି। ସମସ୍ୟା ଘେରରେ ଜବାଧଡି ଅଙ୍ଗନବାଡି କେନ୍ଦ୍ର। ଏଠି ବିକାଶ ନାଁରେ ଅର୍ଥ ଖର୍ଚ୍ଚ ହେଉଛି ମାତ୍ର ବିକାଶ ହେବା ବଦଳରେ ଅର୍ଥ ହେଉଛି ଆତ୍ମସାତ। ଏପଟେ ବିପଦ ସଙ୍କୁଳ ଅବସ୍ଥାରେ ଚାଲିଛି ଆଗାମି ଭବିଶ୍ୟତ ଗଢା।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Education Next Season 5
Sponsored
Anganwadi center is running in the danger zone | Argus News