ଅଙ୍ଗନବାଡି କେନ୍ଦ୍ରର ନାହିଁ ନିଜସ୍ୱ ଘର

ଅର୍ଗସ ବ୍ୟୁରୋ: ବଲାଙ୍ଗିରରୁ ଆସିଲା ଶିକ୍ଷା ବ୍ୟବସ୍ଥାର ଏଭଳି ବିକଳ ଚିତ୍ର । ତୁରେକେଲା ଆଦିବାସୀ ବହୁଳ ଘୁନେଶ ପଂଚାୟତ ବର୍ଲା ଗାଁର । ଗାଁ ଥିବା ଅଙ୍ଗନୱାଡି କେନ୍ଦ୍ର ଦୀର୍ଘ ବର୍ଷ ହେଲା ଅଧପନ୍ତରିଆ ଭାବେ ପଡି ରହିଛି । ପୂର୍ବରୁ ଏକ ଅଙ୍ଗନୱାଡି କେନ୍ଦ୍ର ରହିଥିଲା ମାତ୍ର ରକ୍ଷଣାବେକ୍ଷଣ ଅଭାବରୁ ତାହା ଜୀରାଜର୍ଣ୍ଣ ଅବସ୍ଥାରେ ପଡି ରହିଛି। ଅନ୍ୟ ଜଣେ ଲୋକଙ୍କ ଘରେ ଶିକ୍ଷାଦାନ କରୁଛନ୍ତି ଅଙ୍ଗନୱାଡି କର୍ମୀ । ବିଭିନ୍ନ ସମୟ ରେ ଏ ନେଇ ଗ୍ରାମବାସୀ ବିଭାଗୀୟ ଅଧିକାରୀ ମାନଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କେହି ଧ୍ୟାନ ଦେଉ ନ ଥିବା ଅଭିଯୋଗ ହୋଇଛି।
ଅଙ୍ଗନୱାଡି ଘର ନିର୍ମାଣ ପାଇଁ ଅନୁଦାନ ଆସିଥିଲା। ଏଥିରେ କୋଠା କାମ ମଧ୍ୟ ହୋଇଛି ମାତ୍ର ସମ୍ପୁର୍ଣ୍ଣ ହୋଇ ପାରିନି କୋଠା କାମ। ଦିର୍ଘ ଦିନ ହେବ କାମ ନହେବାରୁ ନିର୍ମାଣଧିନ ଘରବି ନଷ୍ଟ ହୋଇ ଗଲାଣି। ଅନାବନା ଗଛ ଭିତରେ ଭୂତକୋଠୀର ଭ୍ରମ ଶ୍ରୁଷ୍ଟି କରିଛି ଅଙ୍ଗନୱାଡି ଘର। ଏପଟେ ନିଜସ୍ବ ଘର ନଥିବାରୁ ବାରଦୁଆର ସୁଣ୍ଢିପିଣ୍ଡା ହେଉଛନ୍ତି କୋମଳମତି ଶିଶୁ।
ସମସ୍ୟା ଅନେକ, ସମାଧାନ ନାହିଁ । ଆଉ ଏହି ନାହିଁ ଭିତରେ ଘାଣ୍ଟି ହେଉଛି କୋମଳମତି ଶିଶୁଙ୍କ ଭବିଶ୍ୟତ। ପୂର୍ବସରକାର ସଵୁ ଜାଣି ମଧ୍ୟ ଏହାର ସମାଧାନ ପାଇଁ ଆନ୍ତରିକତା ଦେଖାଇଲେନି । ଏବେ ନୂଆ ଶରକାରଙ୍କ ଉପରେ ଆଶା ରଖିଛନ୍ତି ଗ୍ରାମବାସୀ।
📱 Get Argus News App
✨ଅଧିକ ପଢ଼ନ୍ତୁ ଓଡିଶା ଖବର: