ବିପଦସଙ୍କୁଳ ପାଲଟିଛି ଅଙ୍ଗନବାଡ଼ି କେନ୍ଦ୍ର

ଅର୍ଗସ ବ୍ୟୁରୋ: ଜରିପାଲ ବିଛା ଚାଳ ଛପର ଘରେ ନିର୍ମାଣ ହେଉଛି କୋମଳମତି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ । ବିପଦସଙ୍କୁଳ ପାଲଟିଛି ଅଙ୍ଗନବାଡ଼ି କେନ୍ଦ୍ର । ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ବାଲିବୋ ପଞ୍ଚାୟତ ଦଧିସିଙ୍ଗା ଗାଁ । ଏ ଦୁର୍ଗମ ଅଞ୍ଚଳରେ ପିଲାଙ୍କ ଶିକ୍ଷାଦାନ ପାଇଁ ୨୦୨୦ ମସିହାରୁ ୭ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିଲା ଅଙ୍ଗନବାଡ଼ି କେନ୍ଦ୍ର । ମାତ୍ର ୩ ବର୍ଷରେ ଘରଟି ବ୍ୟବହାର ଅନୁପଯୋଗୀ ହୋଇଯାଇଛି । କେଲୁଅ ମାଟିରେ ନିର୍ମାଣ ହୋଇଥିବାରୁ ଘରଟି ଦବିଯିବା ସହ ଚଟାଣ ଫାଟି ଆଁ କରିଛି । ବର୍ଷା ଦିନେ ଘର ଭିତରେ ପାଣି ଲହଡ଼ି ଭାଙ୍ଗୁଛି । ଫଳରେ ପିଲାମାନେ ଏଠି ବସି ପାଠ ପଢିପାରୁନାହାନ୍ତି । ଫଳରେ ୧୫ ଜଣ ଛାତ୍ରଛାତ୍ରୀ ବର୍ଷେ ହେଲା ଅଙ୍ଗନବାଡ଼ି କର୍ମୀଙ୍କ ଘର ବାରଣ୍ଡାରେ ପଢୁଛନ୍ତି ।
ଜରିପାଲ ବିଛା ଛପର ଘରେ ଶିକ୍ଷାଦାନ ଠିକ ହେଉ ନଥିବା ଅଭିଯୋଗ ହେଉଛି । କେନ୍ଦ୍ରରେ ବିଭିନ୍ନ ଚିତ୍ର ଓ ଖେଳନା ଦର୍ଶାଇ ପିଲା ମାନଙ୍କୁ ପାଠ ପଢାଇବାର ବ୍ୟବସ୍ଥା ଥିବାରୁ ଅନ୍ୟ ସ୍ଥାନରେ ଏହାର ସୁଫଳ ମିଳୁନି । ଅଙ୍ଗନବାଡ଼ିର ମରାମତି ପାଇଁ ବର୍ଷେ ତଳୁ ଚିଠି ହୋଇଥିଲେ ମଧ୍ୟ କିଛି କାର୍ଯ୍ୟକାରୀ ହୋଇ ନ ଥିବାରୁ ଅବ୍ୟବସ୍ଥା ମଧ୍ୟରେ ପିଲାମାନଙ୍କର ଶିକ୍ଷାଦାନ ଚାଲିଛି ବୋଲି ଅଭିଯୋଗ ହୋଇଛି ।
ଅଧିକ ପଢ଼ନ୍ତୁ ଓଡିଶା ଖବର: