Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଭୂତକୋଠି ପାଲଟିଛି ଅଙ୍ଗନୱାଡି କେନ୍ଦ୍ର

Odisha

ଭୂତକୋଠି ପାଲଟିଛି ଅଙ୍ଗନୱାଡି କେନ୍ଦ୍ର

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଭୂତକୋଠି ପାଲଟିଛି ଅଙ୍ଗନୱାଡି କେନ୍ଦ୍ର

ଅର୍ଗସ ବ୍ୟୁରୋ:  ଭୂତକୋଠି ପାଲଟିଛି ଅଙ୍ଗନୱାଡି କେନ୍ଦ୍ର । ଗାଁ ଲୋକଙ୍କ ବାରଣ୍ଡାରେ ଚାଲିଛି କୁନି କୁନି ପିଲାଙ୍କ ପ୍ରାକ୍‌ ଶିକ୍ଷା । ସରକାରଙ୍କ ପକ୍ଷରୁ ଅଙ୍ଗନୱାଡି କେନ୍ଦ୍ର ମାଧ୍ୟମରେ ଶିଶୁଙ୍କୁ ପୁଷ୍ଟିକର ଖାଦ୍ୟ, ପୋଷାକପତ୍ର ଯୋଗାଣ ସହ ପ୍ରାକ୍‌ ଶିକ୍ଷା ପ୍ରଦାନ କରାଯାଉଛି। ହେଲେ ସୁନ୍ଦରଗଡ କୋଇଡା ଅଞ୍ଚଳରେ ଆବଶ୍ୟକ ଭିତ୍ତିଭୂମି ଅଭାବରୁ ଦେଖିବାକୁ ମିଳିଛି ବ୍ୟତିକ୍ରମ । ଦେଙ୍ଗୁଳା ପଞ୍ଚାୟତ ଜଳଡିହିଁ ଗାଁରେ 1990 ମସିହାରୁ ନିର୍ମାଣ ହୋଇଥିବା ଅଙ୍ଗୱାଡ଼ି ଶ୍ରେଣୀ ଗୃହ ଏବେ ଜରାଜିର୍ଣ୍ଣ ଅବସ୍ଥା । ଅଙ୍ଗନୱାଡି କର୍ମୀ ୩୦ରୁ ଅଧିକ ପିଲାଙ୍କୁ ଧରି ଗାଁ ଲୋକଙ୍କ ବାରଣ୍ଡାରେ ପାଠ ପଢାଉଛନ୍ତି ।

ବିଭାଗୀୟ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉ ନାହିଁ  । ସ୍ଥାନୀୟ ଅଭିଭାବକମାନେ ଏ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଏକ ବର୍ଷରୁ ଊର୍ଦ୍ଧ୍ବ ହେବ ଗୃହ ନିର୍ମାଣ ପାଇଁ ଟେଣ୍ଡର ପ୍ରକ୍ରିୟା ବାହାରିଛି । ହେଲେ କୌଣସୀ କଣ୍ଟ୍ରାକ୍ଟର ଆସୁନାଥିବା ଗୋଷ୍ଟୀ ଉନ୍ନୟନ ଅଧିକାରୀଙ୍କ ସୂଚନା ଦେଇଛନ୍ତି । ଏନେଇ କୋଇଡା ବିଡ଼ିଓ ରସ୍ମିରେଖା ପାତ୍ର କହିଛନ୍ତି, କାହିଁକି କଣ୍ଟାଟର ଟେଣ୍ଡର ପକାଉ ନାହାଁନ୍ତି, ଉଚ୍ଚ ପଦସ୍ଥ ଅଧିକାରୀଙ୍କ ଶହ ଯୋଗାଯୋଗ ନେଇ ଶୀଘ୍ର ପଦେକ୍ଷପ ନିଆଯିବ ବୋଲି କହିଛନ୍ତି । ତେବେ ଦେଖିବାକୁ ବାକି ରହିଲା କେବେ ଜଳଡିହିଁ ଗାଁରେ ନିର୍ମାଣ ହେଉଛି ।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Anganwadi centres turns into a haunted house | Argus News