Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ପନ୍ଦର ବର୍ଷ ହେଲା ସମ୍ପୂର୍ଣ୍ଣ ହୋଇପାରୁନି ଅଙ୍ଗନବାଡି ଗୃହ

Odisha

ପନ୍ଦର ବର୍ଷ ହେଲା ସମ୍ପୂର୍ଣ୍ଣ ହୋଇପାରୁନି ଅଙ୍ଗନବାଡି ଗୃହ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ପନ୍ଦର ବର୍ଷ ହେଲା ସମ୍ପୂର୍ଣ୍ଣ ହୋଇପାରୁନି ଅଙ୍ଗନବାଡି ଗୃହ

ଅର୍ଗସ ବ୍ୟୁରୋ:  ଆମେ କହୁଛୁ ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକର  ଯେଉଁଠି ରହିଛି ସମୁଦାୟ 304 ଟି ଅଙ୍ଗନବାଡି କେନ୍ଦ୍ର । ହେଲେ ଭିତିଭୂମି ର କଥା ଯଦି କୁହାଯାଏ ତେବେ ଅଧିକାଂଶ ଅଙ୍ଗନବାଡି କେନ୍ଦ୍ର ଗୃହ ସମସ୍ୟା କାରଣରୁ ବାର ଦୁଆରେ କେନ୍ଦ୍ର ଚାଳାଇ ହନ୍ତସନ୍ତ ହେଉଛନ୍ତି ୱାର୍କର ଏବଂ ଶିଶୁ ।  ଇଏ ହେଉଛି ତା ମଧ୍ୟରୁ ଗୋଟିଏ ନିଚ୍ଛକ ସତ୍ୟ । ଇଚ୍ଛାପୁର ଗ୍ରାମପଂଚାୟତର କାଦମଲୀ ଗ୍ରାମରେ ଥିବା ଅଙ୍ଗନବାଡି କେନ୍ଦ୍ର ଯେଉଁଠି ଆଜକୁ ପନ୍ଦର ବର୍ଷ ହେଲା ସମ୍ପୂର୍ଣ୍ଣ ହୋଇପାରୁନି ଅଙ୍ଗନବାଡି କେନ୍ଦ୍ର ଗୃହ । ଅଙ୍ଗନବାଡି କେନ୍ଦ୍ରଗୃହ ଅଭାବରୁ କେବେ ଆ ଦୁଆରେ ତ ଆଉ କେବେ କାହା ଦୁଆରେ ଚାଲୁଥିଲା କେନ୍ଦ୍ର । ହେଲେ ଗ୍ରାମବାସୀ ଙ୍କ ନିଷ୍ପତି କ୍ରମେ ଆଜକୁ ଦୁଇ ବର୍ଷ ହେବ ଅଙ୍ଗନବାଡି କେନ୍ଦ୍ରଟି କଦମଲୀ ଆମଗାଁ ଆମ ବିକାଶ କେନ୍ଦ୍ରରେ ଚାଲିଛି।

କାଦମଲୀ ଅଙ୍ଗନବାଡି କେନ୍ଦ୍ରରେ ୯ ଟି ପଡ଼ା ଗ୍ରାମର ୧୧୩ଟି ଶିଶୁଙ୍କ ଭବିଷ୍ୟତ ନିର୍ଭର କରୁଥିବା ବେଳେ ଗ୍ରାମବାସୀ ଏ ଅଞ୍ଚଳରେ ଆଉ ଏକ ଅଙ୍ଗନବାଡି ଗୃହ ନିର୍ମାଣ ଲାଗି ବାରମ୍ବାର ଜଣେଇଲେ ମଧ୍ୟ ଏମାନଙ୍କ କଥାକୁ ରାଜନେତା ଠାରୁ ସରକାରୀ ଅଧିକାରୀ କେହି ଗୁରୁତ୍ୱ ଦେଉନଥିବା ଜଣେଇଛନ୍ତି ଗ୍ରାମବାସୀ । ଝରୀଗାଁ ଯେଉଁଠି କିଛି ଅଙ୍ଗନବାଡି କେନ୍ଦ୍ର ଛାତ ଘରେ ଟିଣ ପକେଇ ଅଭିନଵ ଢଙ୍ଗରେ ମରାମତି କରାଯାଉଥିବା ବେଳେ କେଉଁଠି ବିପଦ ସଂକୁଳ ଅବସ୍ଥାରେ ଶିଶୁ ଅଧ୍ୟୟନ କରୁଛନ୍ତି ତା ଛଡା ପ୍ରଶାସନିକ ଅବହେଳା କାରଣରୁ ବର୍ଷ ବର୍ଷ ଧରି ଅଙ୍ଗନବାଡି କେନ୍ଦ୍ର ଗୃହ ଗୁଡିକ ଆଜି ଯାଏଁ ଅଧାଗଢା ହୋଇ ପଡ଼ିରହିଛି ଯାହା ର ପରିଣାମ ଅଙ୍ଗନବାଡି କର୍ମୀ ଏବଂ ଗାଁ ର କୋମଳମତି ଶିଶୁଙ୍କୁ ଭୋଗିବାକୁ ପଡୁଛି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Anganwadi House has not been completed for fifteen years | Argus News