|
logo
Live

Argus News - ଜରିପାଲ ତଳେ ଚାଲିଛି ଅଙ୍ଗନୱାଡି

Odisha

ଜରିପାଲ ତଳେ ଚାଲିଛି ଅଙ୍ଗନୱାଡି

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଜରିପାଲ ତଳେ ଚାଲିଛି ଅଙ୍ଗନୱାଡି

ଅର୍ଗସ ବ୍ୟୁରୋ:  ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ,ପୋଡଘାଟ ପଞ୍ଚାୟତର ଶିଖପଲ୍ଲୀରେ । ଶିଖପାଲ୍ଲୀ ଓ କୁସୁମଗୁଡା ଗାଁର 40 ଜଣ ଶିଶୁଙ୍କୁ ନେଇ ଚାଲିଛି ପ୍ରାକ ଶିକ୍ଷା । ଅଙ୍ଗନୱାଡି ଦିଦି ନୀତି ଦିନ ଆସି ଏଠାରେ ଶିକ୍ଷାଦାନ ଦିଅନ୍ତି । ଶିଖପଲ୍ଲୀ ଅଙ୍ଗନୱାଡି ଗୃହକୁ ପୁନଃ ନିର୍ମାଣ ନିମନ୍ତେ ଭଙ୍ଗା ଗଲା ମାତ୍ର ଦୁଇ ବର୍ଷ ବିତିଯାଇଥିଲେ ମଧ୍ୟ ବିଲଡିଂ କାମ ଶେଷ ହୋଇପାରୁନାହିଁ । ଏପଟେ ନିଜସ୍ବ ଗୃହ ନଥିବାରୁ ଖୋଲା ଆକାଶ ତଳେ ପାଠ ପଢୁଛନ୍ତି କୋମଳମତି ଶିଶୁ।

ଘର ନଥିବାରୁ ମିଶନ ଶକ୍ତି ଗୃହରେ ଶିଶୁମାନଙ୍କୁ ଶିକ୍ଷାଦାନ ଦେବା ପାଇଁ ଅଙ୍ଗନୱାଡି କହିଥିଲେ । ମାତ୍ର ସେହି ଗୃହ ଅବସ୍ଥା ମଧ୍ୟ ଜରାଜୀର୍ଣ୍ଣ । ଗୋଟିଏ କୋଠରୀରେ ପିଲାମାନଙ୍କ ଖାଦ୍ୟ ସାମଗ୍ରୀ ଓ ସେମାନଙ୍କ ବହି ବସ୍ତାନୀ ସହ ଖେଳ ସାମଗ୍ରୀ ରଖି ଅଳ୍ପ କିଛି ଜାଗାରେ ପିଲାଙ୍କୁ ବସେଇ ପାଠ ପଢା ଯାଉଛି । ଖରାଦିନେ କଷ୍ଟେ ମଷ୍ଟେ ଚଳିଯାଉଥିବା ବେଳେ ବର୍ଷା ଦିନେ ଏହି ଗୃହର ହାଲ୍ ମଧ୍ୟ ବେହାଲ୍। ବର୍ଷା ପାଣଇ ଆସି ଶ୍ରେଣୀଗୃହରେ ପସୁଛି । ସେପଟେ ସ୍ଥାନ ଅଭାବରୁ ରୋଷେଇ ମଧ୍ୟ ଖୋଲାମେଲା ସ୍ଥାନରେ କରାଯାଉଛି । ଦୁର୍ଗାମାରେ ପ୍ରାକ ଶିକ୍ଷାର ଏ ହେଉଛି ବିକଳ ଚିତ୍ର। ଯୋଜନା ନାଁରେ ଅର୍ଥ ମଞ୍ଜୁର ହୋଇଛି ହେଲେ ଏହାର ଲାଭ ପାଉ ନାହାନ୍ତି ଦୁର୍ଗମବାସୀ। ତେବେ ନୂଆ ସରକାରଠାରୁ ଏହି ସମସ୍ୟାର ସମାଧାନ ଚାହୁଁଛନ୍ତି । ଚାହୁଛନ୍ତି ବାଟବଣା ହୋଇଥିବା ବିକାଶ ଲୋକଙ୍କ ନିକଟରେ ପହଞ୍ଚୁଛି।

ଅଧିକ ପଢ଼ନ୍ତୁ ଓଡିଶା ଖବର:

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଜରିପାଲ ତଳେ ଚାଲିଛି ଅଙ୍ଗନୱାଡି | Argus News