Videos
|
Odisha

୫ଟି ରାଜସ୍ୱ ଗାଁରେ ନାହିଁ ଅଙ୍ଗନବାଡି

Banajyotshna Ray
Browse all articles by Banajyotshna Ray
·1 year ago·1 min read
୫ଟି ରାଜସ୍ୱ ଗାଁରେ ନାହିଁ ଅଙ୍ଗନବାଡି

ଅର୍ଗସ ବ୍ୟୁରୋ:  ସ୍ୱାଧୀନତାର ସାତ ଦଶନ୍ଧି ପରେ ମଧ୍ୟ ରାଜସ୍ବ ଗାଁରେ ନାହିଁ ଅଙ୍ଗନୱଡି କେନ୍ଦ୍ର। ପ୍ରାକ ଶିକ୍ଷାରୁ ବଞ୍ଚିତ କୋମଳମତି ଶିଶୁ । ଏପଟେ ଗର୍ଭାବତୀମାନେ ମଧ୍ୟ ପୁଷ୍ଟିକର ଖାଦ୍ୟ ପାଇବାରୁ ବଞ୍ଚିତ ହେଉଛନ୍ତି । ଦୁର୍ଗମରେ ଶିକ୍ଷା ଭିତ୍ତିଭୂମିର ଏଭଳି ବିକଳ ଅବସ୍ଥା ଦେଖିବାକୁ ମିଳିଛି ଉପାନ୍ତର ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ।  ମାଥିଲି ବ୍ଲକର ପାଙ୍ଗାମ ପଞ୍ଚାୟତର ସାନ ନାୟକଗୁଡା, କାଲିଆପୂଜାରିଗୁଡା,ପାଙ୍ଗମ ଏକ୍ସ ଡିଏନକେ  ଘେନାଗୁଡା, ପାତ୍ରଗୁଡା ଓ କାକାଡାଗୁଡା ଗାଁରେ ଅଙ୍ଗନୱଡି କେନ୍ଦ୍ର ନାହିଁ । ତେଣୁ ଏହି ୬ ଟି ଗାଁର ଶିଶୁ ଏବଂ ଗର୍ଭାବତୀମାନେ ପୁଷ୍ଟିକର ଖାଦ୍ୟରୁ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଛି। 

ଗାଁରେ ଅଙ୍ଗନବାଡି କେନ୍ଦ୍ର ନଥିବାରୁ ୩ କିଲୋମିଟର ଦୂରରେ ଥିବା ଅନ୍ୟ ଗାଁର ଅଙ୍ଗନୱଡି କେନ୍ଦ୍ରକୁ ଯାଆନ୍ତି ଗାଁର ଶିଶୁ ଓ ଗର୍ଭବତୀ ମହିଳା। ୩ କିଲୋମିଟର ଚାଲିଲେ ମିଳେ ଅଣ୍ଡା ଓ ଛତୁଆ ।  ଗାଁରେ ଅଙ୍ଗନୱଡି ନିର୍ମାଣ କରିବା ପାଇଁ ଗ୍ରାମବାସୀମାନେ ଦୀର୍ଘ ବର୍ଷ ହେଲା ଦାବି କରିଆସୁଥିଲେ ମଧ୍ୟ ପ୍ରଶାସନିକ ଅଧିକାରୀ ମାନେ କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି। ୨୫ ବର୍ଷର ସରକାର ଦେଲେ ଧୋକା...ଦେଇ ପାରିଲେନି ମୌଳିକ ସୁବିଧା..ଗାଁକୁ ହୋଇ ପାରୁନି ପକ୍କା ରାସ୍ତା। ପ୍ରାକ ଶିକ୍ଷା ଭଳି ମୌଳିକ ସୁବିଧାରୁ ବଞ୍ଚିତ ଦୁର୍ଗମର ଶିଶୁ ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Anganwadi is not available in 5 revenue villages | Argus News