Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଏକ ତରଫା ପ୍ରେମର କରୁଣ ପରିଣତି; ବିବାହକୁ ମନା କରିବାରୁ...

Smruti Parija
Browse all articles by Smruti Parija
·1 year ago·1 min read
ଏକ ତରଫା ପ୍ରେମର କରୁଣ ପରିଣତି; ବିବାହକୁ ମନା କରିବାରୁ...

ସୁନ୍ଦରଗଡ: ଏକ ତରଫା ପ୍ରେମର କରୁଣ ପରିଣତି । ବିବାହ କରିବାକୁ ମନା କରିବାରୁ ଅଙ୍ଗନବାଡ଼ି ଦିଦିଙ୍କୁ ହତ୍ୟା । ସୁନ୍ଦରଗଡ଼ ହେମଗିରି ଥାନା ଜୁଲୁମୁ ବାହଲ ପୁରୁଣା ଗାଁରେ ଅଙ୍ଗନବାଡ଼ି କର୍ମୀଙ୍କୁ ହତ୍ୟା କରାଯାଇଛି । ସେହି ଗାଁର ଶରତ କଉଡ଼ି ନାମକ ଯୁବକ ଜଣଙ୍କ ଅଙ୍ଗନବାଡ଼ି ଦିଦି ଦିବ୍ୟା ଅଢାଙ୍କୁ ବିବାହ କରିବା ପାଇଁ କହୁଥିଲେ । ହେଲେ ଅଙ୍ଗନବାଡି ଦିଦି ଦିବ୍ୟା ମନା କରିବାରୁ  ଶରତ ତାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି ।  ଶରତ ଏବେ ଫେରାର ଥିବାବେଳେ, ପୋଲିସ ଘଟଣାର ଛାନଭିନ୍‌ କରୁଛି।

ଗତକାଲି ଜଙ୍ଗଲ ଭିତରୁ ଦିବ୍ୟାଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର କରାଯାଇଛି । ଖବର ଅନୁଯାୟୀ ବାରମ୍ବାର ଦିବ୍ୟାଙ୍କୁ ପ୍ରେମ ନିବେଦନ କରିଥିଲା ଶରତ କଉଡି । ହେଲେ ସେ ମନା କରିବାରୁ ପ୍ରତିଶୋଧ ପରାୟଣ ହୋଇ ଏପରି କରିଥିବା କୁହାଯାଉଛି । ସବୁଦିନ ଭଳି ସେ ଅଙ୍ଗନବାଡି କେନ୍ଦ୍ରକୁ ଯାଉଥିଲେ । ଫେରିବା ସମୟରେ ଏକ ନିଛାଟିଆ ସ୍ଥାନ ଦେଖି ଶରତ ଏକ ଫାର୍ସାରେ ତାଙ୍କୁ ଆକ୍ରମଣ କରିଥିବା କଥା କୁହାଯାଉଛି । 

ଆହୁରି ପଢନ୍ତୁ ଓଡିଶା ଖବର...
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
anganwadi-worker-brutually-murdered-in-sundargarh | Argus News