Videos
|
Odisha

ବର୍ଷା ପାଇଁ ମଣ୍ଡି କାର୍ଯ୍ୟାଳୟକୁ ତାଲା ପକାଇଲେ ଉତ୍ତ୍ୟକ୍ତ ଚାଷୀ

Ritu Das
Browse all articles by Ritu Das
·2 years ago·1 min read
ବର୍ଷା ପାଇଁ ମଣ୍ଡି କାର୍ଯ୍ୟାଳୟକୁ ତାଲା ପକାଇଲେ ଉତ୍ତ୍ୟକ୍ତ ଚାଷୀ


ଅର୍ଗସ ବ୍ୟୁରୋ: ବରଗଡ଼ ଜିଲ୍ଲା ବିଜେପୁର ନିର୍ବାଚନ ମଣ୍ଡଳୀ ଗାଇସିଲେଟ ବ୍ଲକ ଡାଙ୍ଗବାହାଲ ଠାରେ ପଡିରହିଛି ହଜାର ହଜାର ପ୍ୟାକେଟ ଧାନ।  ଗତ ବିଳମ୍ବିତ ରାତିରୁ ଅଦିନିଆ ବର୍ଷା ଜୋର୍ ଧରିବା ପରେ ଦିନ ତମାମ୍ ବର୍ଷା ଜାରୀ ରହିଛି ଯାହା ଫଳରେ ହଜାର ହଜାର ବସ୍ତା ଧାନ ପାଣିରେ ଭିଜି ଯାଇଛି । ଧାନ ନ ଉଠିବା କାରଣକୁ ନେଇ ଆଜି ଉତ୍ତ୍ୟକ୍ତ ହୋଇ ଚାଷୀ ମଣ୍ଡି କାର୍ଯ୍ୟାଳୟକୁ ତାଲା ପକାଇଛନ୍ତି। ପାଣି ଯୁଡୁବୁଡୁରେ ଧାନ ପଡ଼ିରହିଛି । ଧାନ ଆର ଏମ ସି ଓ ମିଲର୍ ଙ୍କ ମଧୁ ଚନ୍ଦ୍ରିକା ଯୋଗୁଁ ଧାନ ଉଠି ପାରି ନାହିଁ ଯାହା ଫଳରେ ଆଜି ଅଦିନିଆ ବର୍ଷାରେ ଭିଜି ଯାଇଛି ଧାନ ।

ଧାନ ମଣ୍ଡିରେ ନା ଆସୁଛନ୍ତି କତୃପକ୍ଷ ନା ଆସୁଛି ପ୍ରଶାସନ ଚାଷୀର ଧାନ ମଣ୍ଡିରେ ପଡି ବର୍ଷାରେ  ଭିଜି ଯୁଡ଼ୁବୁଡୁ ଅଭିଯୋଗ ହୋଇଛି । ରାଜ୍ୟ ସରକାର ମଧ୍ୟ ଚାଷୀଙ୍କୁ ଅଣଦେଖା କରିଲୁଥିବା ଅଭିଯୋଗ ହୋଇଛି ଆଗକୁ ସଧାରଣ ନିର୍ବାଚନ ଥିବା ବେଳେ ଭୋଟ ବର୍ଜନ କରିବା ପାଇଁ ପ୍ରତିକ୍ରିୟା ରଖିଛନ୍ତି । ରାଜ୍ଯ ସରକାର ଚାଷୀଙ୍କ ଅଭିଯୋଗ ଶୁଣୁନାହାନ୍ତି କିମ୍ପା ତାଙ୍କ ଅଭିଯୋଗକୁ ଖାତିର କରୁନାହାନ୍ତି ବୋଲି ଅଭିଯୋଗ ହୋଇଛି ସେପଟେ ପ୍ୟାକ୍ସ ସମ୍ପାଦକ ଆଜି ମଣ୍ଡି କାର୍ଯ୍ୟାଳୟ ଠାରେ ଥିବା ଥିବା ବେଳେ ସ୍ଥାନୀୟ ଚାଷୀ ଆସି କାର୍ଯ୍ୟାଳୟକୁ ଉତ୍ୟକ୍ତ ହୋଇ ତାଲା ପକାଇଲେ ଚାଷୀ। 

ଅଭିଯୋଗ ପରେ ଅଭିଯୋଗ ଆସୁଛି କେବେ ଶୁଣିବେ ରାଜ୍ୟ ସରକାର କେବେ ହେବ ଚାଷୀଙ୍କ ଅଭିଯୋଗର ସମାଧାନ ?  ଚାଷ କାର୍ଯ୍ୟ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ କ୍ଷତି ସହୁଛି। ଏହାର ସମାଧାନ କେବେ ହେବ ତାକୁ ନେଇ ଅପେକ୍ଷା। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
angry farmers | Argus News