Videos
|
Odisha

Heart Attack / ଗୋଟିଏ ଦିନରେ ହୃଦ୍‌ଘାତରେ ଚାଲିଗଲା ସ୍ୱାମୀ ଓ ସ୍ତ୍ରୀଙ୍କ ଜୀବନ

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ଗୋଟିଏ ଦିନରେ ହୃଦ୍‌ଘାତରେ ଚାଲିଗଲା ସ୍ୱାମୀ ଓ ସ୍ତ୍ରୀଙ୍କ ଜୀବନ
Angul Couple Dies Within Hours of Heart Attack

Key Points

ପରସ୍ପରକୁ କଥା ଦେଇଥିଲେ ହାତ ଧରି ଜୀବନ ଥିବା ପର୍ଯ୍ୟନ୍ତ ଚାଲିବେ । ଆଉ ସେହି କଥା ରଖି ଏବେ ହାତ ଧରି ପତିପତ୍ନୀ ଆରପାରିକୁ ଚାଲି ଯାଇଛନ୍ତି । ସ୍ଵାମୀଙ୍କ ମୃତ୍ୟୁର ମାତ୍ର କେଇ ଘଣ୍ଟାରେ ପତ୍ନୀ ମଧ୍ୟ ଆଖି ବୁଜିଛନ୍ତି । 
ଅନୁଗୋଳ: ଅଗ୍ନିକୁ ସାକ୍ଷୀ ରଖି ହାତ ଧରିଥିଲେ । ପରସ୍ପରକୁ କଥା ଦେଇଥିଲେ ହାତ ଧରି ଜୀବନ ଥିବା ପର୍ଯ୍ୟନ୍ତ ଚାଲିବେ । ଆଉ ସେହି କଥା ରଖି ଏବେ ହାତ ଧରି ପତିପତ୍ନୀ ଆରପାରିକୁ ଚାଲି ଯାଇଛନ୍ତି । ସ୍ଵାମୀଙ୍କ ମୃତ୍ୟୁର ମାତ୍ର କେଇ ଘଣ୍ଟାରେ ପତ୍ନୀ ମଧ୍ୟ ଆଖି ବୁଜିଛନ୍ତି । ହସଖୁସିର ସଂସାର ମାତ୍ର କେଇ ଘଣ୍ଟାରେ ଚିରନିଦ୍ରାରେ ଶୋଇ ଯାଇଛି । 

ଉଭୟ ପତିପତ୍ନୀ ହୃଦ୍‌ଘାତରେ ଟଳି ପଡ଼ିଛନ୍ତି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଅନୁଗୋଳ ସହର ଉପକଣ୍ଠ ଜରାସିଂହାରେ । ଯାହାକୁ ନେଇ ସମଗ୍ର ଅଞ୍ଚଳବାସୀ ସ୍ତବ୍ଧ ହୋଇ ଯାଇଛନ୍ତି । ମୃତକ ହେଉଛନ୍ତି ଜରାସିଂହା ଗାଁର ପବିତ୍ର ପ୍ରଧାନ (୫୦) ଓ ସାବିତ୍ରୀ ନାୟକ (୪୧) ।

ଏଥିସହ ପଢ଼ନ୍ତୁ: ଶୁଭଶ୍ରୀ ମୃତ୍ୟୁ ମାମଲାରେ ନୂଆ ଟ୍ୱିଷ୍ଟ: ଏତଲାର ଦିନକ ପରେ ଶୁଦ୍ଧି, ଉଠିଲା ବଡ଼ ପ୍ରଶ୍ନ 

ଝିଅ ହୋଇଗଲା ବାପାମାଆ ଛେଉଣ୍ଡ

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସୂଚନା ଅନୁସାରେ, ଜରାସିଂହାର ପବିତ୍ର ପ୍ରଧାନ ପେଶାରେ ଜଣେ ଆଇନଜୀବୀ ହୋଇଥିବା ବେଳେ ସ୍ତ୍ରୀ ସାବିତ୍ରୀ ଏଏନଏମ୍ ଥିଲେ । ଦମ୍ପତିଙ୍କର ଜଣେ ୧୬ ବର୍ଷର ଝିଅ ଅଛି । ଏବେ ବାପାମାଆ ଗୋଟିଏ ଦିନରେ ହୃଦ୍‌ଘାତରେ ଦୁନିଆ ଛାଡ଼ିବା ପରେ ଝିଅଟି ଏକୁଟିଆ ହୋଇ ଯାଇଛି ।

ଶୁକ୍ରବାର ଥିଲା ଶେଷ ରାତି

ସୂଚନା ଅନୁସାରେ, ଦମ୍ପତି ଶୁକ୍ରବାର ରାତିରେ ଖାଇପିଇ ଘରେ ଶୋଇଥିଲେ । ଶନିବାର ଭୋର ସମୟରେ ପବିତ୍ରଙ୍କ ଛାତିରେ ଭୀଷଣ ଯନ୍ତ୍ରଣା ହୋଇଥିଲା । ହୃଦ୍‌ଘାତରେ ସେ ଘରେ ଥିବା ଟଳି ପଡ଼ିଥିଲେ । ପରିବାର ଲୋକ ତାଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ । ହେଲେ ସେତେବେଳକୁ ସବୁ ସରି ଯାଇଥିଲା ।

ସ୍ଵାମୀଙ୍କ ପରେ ସ୍ତ୍ରୀକୁ ହୃଦ୍‌ଘାତ

ସ୍ଵାମୀଙ୍କ ଅବସ୍ଥା ଦେଖି ପତ୍ନୀ ସାବିତ୍ରୀ ମଧ୍ୟ ହୃଦ୍‌ଘାତର ଶିକାର ହୋଇଥିଲେ । ତତ୍‌କ୍ଷଣାତ୍ ସାବିତ୍ରୀଙ୍କୁ ଅନୁଗୋଳ ସହରର ଏକ ଘରୋଇ ନସିଂହୋମ୍‌ରେ ଭର୍ତ୍ତି କରାଯାଇଥିଲା । ଡାକ୍ତରଙ୍କ ପ୍ରୟାସ ସତ୍ତ୍ଵେ ଅବସ୍ଥାରେ କୌଣସି ସୁଧାର ନ ହେବାରୁ ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନା ସ୍ଥାନାନ୍ତର କରାଯାଉଥିବା ବେଳେ ବାଟରେ ତାଙ୍କର ପ୍ରାଣ ବାୟୁ ଉଡ଼ି ଯାଇଥିଲା ।

ଏଥିସହ ପଢ଼ନ୍ତୁ: ସ୍ତ୍ରୀର ଫଟୋ-ଭିଡିଓ ଏଡିଟ୍ କରି ଇନଷ୍ଟାଗ୍ରାମରେ ଭାଇରାଲ କଲା ସ୍ୱାମୀ 

ରବିବାର ପବିତ୍ରଙ୍କ ମରଶରୀରକୁ ଶୋଭାଯାତ୍ରାରେ ନେଇ ବଜାର ପରିକ୍ରମା କରାଯାଇ ଅନୁଗୋଳ କୋର୍ଟ ପରିସରକୁ ନିଆଯାଇଥିଲା । ସେଠାରେ ଶତାଧିକ ଆଇନଜୀବୀ ଶେଷ ଦର୍ଶନ କରିବା ସହ ଅନ୍ତିମ ଯାତ୍ରାରେ ସାମିଲ ହୋଇଥିଲେ । ପତ୍ନୀ ସାବିତ୍ରୀ ବନ୍ତଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏଏନ୍‌ଏମ୍ ଭାବରେ କାମ କରୁଥିଲେ । ସାବିତ୍ରୀଙ୍କ ଅକାଳ ମୃତ୍ୟୁରେ ଡାକ୍ତରଖାନା କର୍ମଚାରୀଙ୍କ ମଧ୍ୟରେ ଗଭୀର ଶୋକ ପ୍ରକାଶ ପାଇଛି ।