Video Viral / ସ୍ତ୍ରୀର ଫଟୋ-ଭିଡିଓ ଏଡିଟ୍ କରି ଇନଷ୍ଟାଗ୍ରାମରେ ଭାଇରାଲ କଲା ସ୍ୱାମୀ
·1 hour ago·2 min read

Key Points
ସ୍ତ୍ରୀର ଭିଡିଓ ଭାଇରାଲ କଲା ସ୍ମାମୀ
ଏଡିଟ୍ କରି ଇନଷ୍ଟାଗ୍ରାମରେ ଭାଇରାଲ କଲା
ସ୍ତ୍ରୀର ଅଭିଯୋଗ ପରେ ସ୍ବାମୀକୁ ଗିରଫ କଲା ପୋଲିସ୍
ପୁରୀ ଜିଲ୍ଲା କାକଟପୁରର ଘଟଣା

କାକଟପୁର,୦୪/୧୦ : ନିଜ ସ୍ତ୍ରୀର ଫଟୋ ଓ ଭିଡିଓକୁ ଏଡିଟ୍ କରି ସୋସିଆଲ ମିଡିଆରେ ଭାଇରାଲ କରିବା ମହଙ୍ଗା ପଡ଼ିଲା ସ୍ୱାମୀଙ୍କୁ। ସ୍ତ୍ରୀଙ୍କୁ ବଦନାମ କରିବା ସହ ଜୀବନରେ ମାରିଦେବାକୁ ଧମକ ଦେବା ଅଭିଯୋଗରେ ସାଇବର ଥାନା ପୁଲିସ ଅଭିଯୁକ୍ତ ସ୍ୱାମୀଙ୍କୁ ଗିରଫ କରିଛି। ଶନିବାର ତାଙ୍କୁ କୋର୍ଟ ଚାଲାଣ କରାଯିବା ପରେ ଜାମିନ ନାମଞ୍ଜୁର ହେବାରୁ ଜେଲ୍ ହାଜତକୁ ପଠାଇ ଦିଆଯାଇଛି।
ଗିରଫ ଅଭିଯୁକ୍ତ ହେଉଛନ୍ତି କାକଟପୁର ଥାନା ଅଧୀନ ବରଜିସାହିର ମନୋଜ ସିଂ । ମନୋଜ ନିକଟରୁ ପୋଲିସ ଦୁଇଟି ମୋବାଇଲ୍ ଫୋନ୍ ଜବତ କରିଛି। ଏହି ଫୋନ୍ଗୁଡ଼ିକରୁ ମାମଲା ସମ୍ପର୍କିତ ତଥ୍ୟ ଓ ଡିଜିଟାଲ ପ୍ରମାଣ ସଂଗ୍ରହ କରାଯାଉଛି।
ପୁଲିସ ସୂଚନା ଅନୁଯାୟୀ, ମନୋଜ ଦୀର୍ଘ ପ୍ରାୟ ୮ ବର୍ଷ ହେଲା ନିଜ ସ୍ତ୍ରୀ ସରସ୍ୱତୀ ଓ ଦୁଇ ପିଲାଙ୍କଠାରୁ ଅଲଗା ରହୁଥିଲେ। ଅଭିଯୋଗ ଅନୁସାରେ, ସେ ଅନ୍ୟ ଜଣେ ବିବାହିତ ମହିଳାଙ୍କ ସହ ରହୁଥିଲେ। ଅନ୍ୟପଟେ ସରସ୍ୱତୀ ନିଜ ଶାଶୂ-ଶଶୁର ଓ ଦୁଇ ପିଲାଙ୍କ ସହ ରହୁଥିଲେ।
ପଢନ୍ତୁ ଏହି ଖବର: ନାଇଟ୍ କ୍ଲବରେ ମହିଳାଙ୍କୁ ଦୁଷ୍କର୍ମ ଓ ମାଡ଼, ଭିଡିଓ ହେଲା ଭାଇରାଲ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ତେବେ ପ୍ରାୟ ଦୁଇ ମାସ ତଳେ ଘଟଣା ନୂଆ ମୋଡ଼ ନେଇଥିଲା। ଅଭିଯୋଗ ଅନୁସାରେ, ମନୋଜ ସରସ୍ୱତୀଙ୍କ କିଛି ଫଟୋ ଓ ଭିଡିଓକୁ ଏଡିଟ୍ କରି ଇନଷ୍ଟାଗ୍ରାମରେ ଅପଲୋଡ୍ କରିଥିଲେ। ଏଥିସହ ସରସ୍ୱତୀଙ୍କ ମୋବାଇଲ୍ ନମ୍ବର ମଧ୍ୟ ସୋସିଆଲ ମିଡିଆରେ ଦେଇଥିବା ଅଭିଯୋଗ ହୋଇଛି। ଏହା ମାଧ୍ୟମରେ ତାଙ୍କୁ ଯୌନକର୍ମୀ ଭାବେ ଚିତ୍ରଣ କରି ବଦନାମ କରିବାକୁ ଉଦ୍ୟମ କରାଯାଇଥିବା ସରସ୍ୱତୀ ଅଭିଯୋଗ କରିଛନ୍ତି।
କେବଳ ଏତିକି ନୁହେଁ, ସୋସିଆଲ ମିଡିଆରେ ମନୋଜ ତାଙ୍କୁ ଜୀବନରେ ମାରିଦେବାକୁ ମଧ୍ୟ ଧମକ ଦେଉଥିବା ଅଭିଯୋଗ ହୋଇଛି। ଲଗାତାର ଏଭଳି ହଇରାଣ ଓ ଧମକରେ ଅତିଷ୍ଠ ହୋଇ ଶେଷରେ ସରସ୍ୱତୀ ଗତ ଜୁନ୍ ୮ ତାରିଖରେ ସାଇବର ଥାନାର ଦ୍ୱାରସ୍ଥ ହୋଇଥିଲେ।
ଲିଖିତ ଅଭିଯୋଗ ଆଧାରରେ ସାଇବର ଥାନା ପୁଲିସ ମାମଲା ଏକ ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ସମୟରେ ସୋସିଆଲ ମିଡିଆ ପୋଷ୍ଟ, ମୋବାଇଲ୍ ଫୋନ୍ ଓ ଅନ୍ୟାନ୍ୟ ଡିଜିଟାଲ ତଥ୍ୟକୁ ଯାଞ୍ଚ କରାଯାଇଥିଲା। ଏହାପରେ ମନୋଜଙ୍କୁ ଗିରଫ କରି ତାଙ୍କଠାରୁ ଦୁଇଟି ମୋବାଇଲ୍ ଫୋନ୍ ଜବତ କରିଥିଲା ପୁଲିସ। ଗତକାଲି ଅଭିଯୁକ୍ତ ମନୋଜକୁ କୋର୍ଟରେ ହାଜର କରାଯାଇଥିଲା। ତେବେ ସେଠାରେ ତାଙ୍କ ଜାମିନ ଆବେଦନ ନାମଞ୍ଜୁର ହେବା ପରେ ମନୋଜକୁ ଜେଲ୍ ହାଜତକୁ ପଠାଇ ଦିଆଯାଇଛି। ଘଟଣାକୁ ନେଇ ପୁଲିସର ତଦନ୍ତ ଜାରି ରହିଛି।
ସୋସିଆଲ ମିଡିଆରେ ଅଶ୍ଳୀଳ କିମ୍ବା ଆପତ୍ତିଜନକ ସାମଗ୍ରୀ ପ୍ରସାରଣ କରିବା ପାଇଁ ଏହି କଠୋର ଧାରା ଲଗାଯାଏ, ଯେଉଁଥିରେ ଜରିମାନା ସହ ବହୁ ବର୍ଷର ଜେଲ୍ ଦଣ୍ଡ ବ୍ୟବସ୍ଥା ରହିଛି।

Related Topics
Explore more stories