Double Encounter / ଅନୁଗୁଳରେ ପୋଲିସର ଡବଲ୍ ଏନକାଉଣ୍ଟର, ପୋଲିସ ଉପରକୁ ଗୁଳି ଚଳାଇ ଫେରାର ହେବା ବେଳେ ଦୁଇ ସୁନା ଲୁଟେରାଙ୍କୁ ଏନକାଉଣ୍ଟର କଲା ପୋଲିସ
·2 months ago·2 min read

Key Points
ଅନୁଗୁଳରେ ପୋଲିସର ଡବଲ୍ ଏନକାଉଣ୍ଟର
ଦୁଇ ସୁନା ଲୁଟେରାଙ୍କୁ ଏନକାଉଣ୍ଟର
ସେଲ୍ଫ ଡିଫେନ୍ସରେ ଏନକାଉଣ୍ଟର କରିଛି ପୋଲିସ୍
ଦୁଇ ଅଭିଯୁକ୍ତ ହେଲେ ମହାରାଷ୍ଟ୍ରର ସଚିନ ଗେଜଗେ ଓ ପ୍ରକାଶ ମାଦନେ

ଅନଗୁଳ,୧୮/୦୬: ଅନୁଗୁଳରେ ଡବଲ୍ ଏନକାଉଣ୍ଟର। ସୁନା ଦୋକାନରେ ଲୁଟ୍ ମାମଲରେ ମହାରାଷ୍ଟ୍ରର ୨ ଜଣ ହାର୍ଡକୋର ଲୁଟେରାଙ୍କୁ ଏନ୍କାଉଣ୍ଟର କଲା ପୁଲିସ। ହଣ୍ଡପା ନିକଟରେ ଏନକାଉଣ୍ଟର ହୋଇଥିଲା ।୧୨ ଘଣ୍ଟା ମଧ୍ୟରେ ଏକ ସଶସ୍ତ୍ର ଡକାୟତି ମାମଲା ଚିହ୍ନଟ କରି ଚାରି ଅଭିଯୁକ୍ତଙ୍କୁ ଗିରଫ କରିଛି। ଯେଉଁଥିରେ ଦୁଇଜଣ ଗୁଳିରେ ଆହତ ହୋଇଛନ୍ତି।ସେମାନଙ୍କ ନିକଟରୁ ଦୁଇଟି ପିସ୍ତଲ ଜବତ କରିଛି ପୁଲିସ।
ସୂଚନା ଅନୁଯାୟୀ, ଗତକାଲି ସନ୍ଧ୍ୟା ପ୍ରାୟ ୬:୧୦ ସମୟରେ, ତାଳଚେର ପୁଲିସ ତାଳଚେରର ହାଟାଟୋଟାସ୍ଥିତ ବାଲାଜୀ ସୁନା ରିଫାଇନାରୀରେ ଏକ ଡକାୟତି ସମ୍ପର୍କରେ ସୂଚନା ପାଇଥିଲା। ଯେଉଁଥିରେ ସଶସ୍ତ୍ର ଦୁର୍ବୃତ୍ତମାନେ ପ୍ରାୟ ୨୩୦ ଗ୍ରାମ ସୁନା, ୬୦ ଗ୍ରାମ ସୁନା ଅଳଙ୍କାର ଏବଂ ୭୦୦ ଗ୍ରାମ ରୂପା ଅଳଙ୍କାର ଲୁଟି ନେଇଥିଲେ। ଅଭିଯୁକ୍ତମାନେ ବନ୍ଧୁକ ଦେଖାଇ ଜଣେ କର୍ମଚାରୀଙ୍କୁ ଅପହରଣ କରିଥିଲେ। ଏକ ଧଳା ହୁଣ୍ଡାଇ ଭର୍ନା କାରରେ ଘଟଣାସ୍ଥଳରୁ ପଳାଇ ଯାଇଥିଲେ। ପରେ ଏକ ନକଲି ନମ୍ବର ପ୍ଲେଟ୍ ଲଗାଇଥିବା ତଦନ୍ତରୁ ଜଣାପଡ଼ିଥିଲା। ଏନେଇ ମାମଲା ପଞ୍ଜିକରଣ ପରେ ଆକ୍ସନ୍ ମୋଡ଼କୁ ଆସିଥିଲା ପୁଲିସ।
ପଢନ୍ତୁ ଏହି ଖବର: ଭଦ୍ରକରେ ଦୁର୍ଦ୍ଦାନ୍ତ ଅପରାଧୀ ପ୍ରଫୁଲ୍ଲ ମଲ୍ଲିକକୁ ଏନକାଉଣ୍ଟର,ପ୍ରଫୁଲ୍ଲ ନାଁରେ ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାର ବିଭିନ୍ନ ଥାନାରେ ରହିଛି ୨୫ରୁ ଅଧିକ ମାମଲା
ଅନୁଗୁଳ ପୁଲିସ ଅଧିକ୍ଷକଙ୍କ ତତ୍ତ୍ୱାବଧାନରେ ପାଞ୍ଚଟି ସ୍ୱତନ୍ତ୍ର ଦଳ ଗଠନ କରାଯାଇଥିଲା। ତଦନ୍ତ ସମୟରେ, ବିଭିନ୍ନ ସ୍ଥାନରୁ ସିସିଟିଭି ଫୁଟେଜ୍ ଯାଞ୍ଚ କରାଯାଇଥିଲା । ମିଳିଥିବା ସୁରାକ ଉପରେ ଆଧାର କରି ସନ୍ଦିଗ୍ଧ ଗାଡ଼ିଟିକୁ ପୁଲିସ ଦଳ ଦ୍ୱାରା ଚିହ୍ନଟ କରାଯାଇଥିଲା। ପରେ ପିଛା କରାଯାଇଥିଲା।ପରେ NH-55 ରେ ସମ୍ବଲପୁର ଅଭିମୁଖେ ଯାଉଥିବା ଗାଡ଼ିଟି ଲକ୍ଷ୍ୟ କରାଯାଇଥିଲା। ସେହି ସମୟରେ ଜିଲ୍ଲାର ସମସ୍ତ ଥାନାକୁ ସତର୍କ କରାଯାଇଥିଲା ଏବଂ ବିଭିନ୍ନ ସ୍ଥାନରେ ନାକା କରାଯାଇ ଯାଞ୍ଚ ହୋଇଥିଲା। ନିଜକୁ ପୁଲିସ ଜାଲରେ ଫସୁ ଥିବାଦେଖି ଅଭିଯୁକ୍ତମାନେ ହଣ୍ଡପା ପୁଲିସ ଷ୍ଟେସନ ସୀମା ଅନ୍ତର୍ଗତ ଚୁଲିଆପୁର ଜଙ୍ଗଲ ନିକଟରେ ଗାଡ଼ିଟିକୁ ଛାଡି ପାଦରେ ଖସିଯିବାକୁ ଚେଷ୍ଟା କରିଥିଲେ। ପିଛା କରୁଥିବା ପୁଲିସ ଟିମ୍ ଅଭିଯୁକ୍ତମାନଙ୍କୁ ଜଙ୍ଗଲ ଭିତରକୁ ଗୋଡ଼ାଇଥିଲେ। ଏହି ସମୟରେ ଅଭିଯୁକ୍ତମାନେ ପୁଲିୗ କର୍ମଚାରୀଙ୍କ ଉପରେ ଗୁଳି ଚଳାଇଥିଲେ। ପୁଲିସ କର୍ମଚାରୀଙ୍କ ଜୀବନ ରକ୍ଷା ପାଇଁ ଏବଂ ବ୍ୟକ୍ତିଗତ ପ୍ରତିରକ୍ଷାର ଆଇନଗତ ପ୍ରୟୋଗ ପାଇଁ, ନିୟନ୍ତ୍ରିତ ପ୍ରତିଶୋଧମୂଳକ ଗୁଳି ଚାଳନା କରିଥଲେ। ଯେଉଁଥିରେ ମହାରାଷ୍ଟ୍ରର ବାସିନ୍ଦା ସଚିନ ଗଜଗେ ଏବଂ ପ୍ରକାଶ ମଦନେ ନାମକ ଦୁଇ ଅଭିଯୁକ୍ତଙ୍କ ଗୋଡ଼ରେ ଗୁଳି ବାଜିଥିଲା। ସେମାନଙ୍କୁ ତୁରନ୍ତ ନିରସ୍ତ୍ର କରାଯାଇ ଜିଲ୍ଲା ମୁଖ୍ୟାଳୟ ଡାକ୍ତରଖାନାକୁ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଥିଲା।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅଭିଯାନ ସମୟରେ ଅନ୍ୟ ଦୁଇ ଅଭିଯୁକ୍ତ, ରାଜେଶ ମଦନେ ଏବଂ ଦେବା ପ୍ରଭାକର ଲୋଖଣ୍ଡେ, ଯେଉଁମାନେ ମଧ୍ୟ ମହାରାଷ୍ଟ୍ରର ବାସିନ୍ଦା, ଗିରଫ ହୋଇଥିଲେ।ପ୍ରାୟ ସମ୍ପୂର୍ଣ୍ଣ ଲୁଟ ହୋଇଥିବା ସୁନା ଏବଂ ରୂପା ଅଳଙ୍କାର ଉଦ୍ଧାର ଏବଂ ଜବତ କରାଯାଇଥିଲା। ପୁଲିସ ଜୀବନ୍ତ ଗୁଳି ସହିତ ଦୁଇଟି ଦେଶୀ ନିର୍ମିତ ବନ୍ଧୁକ ମଧ୍ୟ ଜବତ କରିଥିଲା। ଅପରାଧରେ ବ୍ୟବହୃତ ହୁଣ୍ଡାଇ ଭର୍ନା କାର ମଧ୍ୟ ଜବତ କରାଯାଇଥିଲା। ଅନ୍ୟ ଜଣେ ପଳାତକ ଅଭିଯୁକ୍ତଙ୍କୁ ଧରିବା ଏବଂ ଅନ୍ୟ କୌଣସି ସହଯୋଗୀଙ୍କ ସମ୍ପୃକ୍ତି ଜାଣିବା ପାଇଁ ତଦନ୍ତ ଜାରି ରହିଛି।
Related Topics
Explore more stories