Encounter / ଭଦ୍ରକରେ ଦୁର୍ଦ୍ଦାନ୍ତ ଅପରାଧୀ ପ୍ରଫୁଲ୍ଲ ମଲ୍ଲିକକୁ ଏନକାଉଣ୍ଟର,ପ୍ରଫୁଲ୍ଲ ନାଁରେ ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାର ବିଭିନ୍ନ ଥାନାରେ ରହିଛି ୨୫ରୁ ଅଧିକ ମାମଲା
·3 months ago·2 min read

Key Points
ଦୁର୍ଦ୍ଦାନ୍ତ ଅପରାଧୀକୁ ଭଦ୍ରକ ପୋଲିସର ଏନକାଉଣ୍ଟର
ଦୁର୍ଦ୍ଦାନ୍ତ ଅପରାଧୀ ପ୍ରଫୁଲ୍ଲ ମଲ୍ଲିକଙ୍କୁ ଏନକାଉଣ୍ଟର କଲା ପୋଲିସ
ପ୍ରଫୁଲ୍ଲ ନାମରେ ବିଭିନ୍ନ ଥାନାରେ ରହିଛି 25ରୁ ଅଧିକ ମାମଲା

ଭଦ୍ରକ,୧୧/୦୬: ଭଦ୍ରକରେ ପୁଲିସର ଏନ୍କାଉଣ୍ଟର। ସହରରେ ଅପରାଧୀଙ୍କ ସାବାଡ୍ ପାଇଁ ଗର୍ଜିଲା ପୁଲିସର ବନ୍ଧୁକ। ଦୁର୍ଦ୍ଦାନ୍ତ ଅପରାଧୀ ପପୁକୁ ଏନ୍କାଉଣ୍ଟର କରାଯାଇଛି। ପପୁର ଡାହାଣ ଗୋଡ଼ରେ ଗୁଳି ବାଜିଛି। ପ୍ରଥମିକ ଚିକିତ୍ସା ପରେ ଭଦ୍ରକରୁ କଟକ ସ୍ଥାନାନ୍ତର କରାଯାଇଛି। ଏହି ଏନକାଉଣ୍ଟର ବେଳେ ୩ ପୁଲିସ କର୍ମଚାରୀ ବି ଆହତ ହୋଇଛନ୍ତି। ଜଣେ ASI, ଜଣେ ଇନସ୍ପେକ୍ଟର ଏବଂ ଜଣେ କନେଷ୍ଟବଲ୍ ଆହତ ହୋଇଛନ୍ତି । ଭଦ୍ରକ ଏସପି ମନୋଜ ରାଉତ ଙ୍କ ନିର୍ଦ୍ଦେଶ କ୍ରମେ ଭଦ୍ରକ ସଦର , ଗ୍ରାମାଞ୍ଚଳ ଓ ପୁରୁଣା ବଜାର ପୁୁଲିସ ମିଳିତ ଅପରେସନ୍ କରିଥିଲେ ।
ସୂଚନା ଅନୁଯାୟୀ, ଭଦ୍ରକ ପୁଲିସ ପକ୍ଷରୁ ଅଭିଯାନ ଆରମ୍ଭ ହୋଇଛି। ଗତକାଲି ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଥିଲା ପୁଲିସ। ପାଟ୍ରୋଲିଂ ବେଳେ ପପୁ ସହ ପୁଲିସର ମୁହାଁମୁହିଁ ହେଇଥିଲା । ପୁଲିସକୁ ଦେଖି ଅତର୍କିତ ଗୁଳିମାଡ଼ କରିଥିଲା ଦୁର୍ଦ୍ଦାନ୍ତ ଅପରାଧି ପପୁ ମଲ୍ଲିକ। ପୁଲିସ ନିଜର ଆତ୍ମରକ୍ଷା ପାଇଁ ଅପରାଧିକୁ ବଜାବ ଦେଇଥିଲା । ଏହି ଏନ୍କାଉଣ୍ଟରରେ ପପୁ ମଲ୍ଲିକର ଡାହାଣ ଗୋଡରେ ଗୁଳି ବାଜିଥିଲା। ଘଟଣାସ୍ଥଳରେ ପପୁ ଗୁରୁତର ହୋଇପଡିଥିଲା । ତାକୁ ତୁରନ୍ତ ଉଦ୍ଧାର କରାଯାଇ ପ୍ରଥମେ ଭଦ୍ରକ ମେଡିକାଲରେ ପ୍ରାଥମିକ ଚିକିତ୍ସା କରାଯାଇଥିଲା। ପରେ କଟକ ଏସ୍ସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଦୁର୍ଦ୍ଦାନ୍ତ ଅପରାଧୀ ପପୁ ନାଁରେ ୨୨ରୁ ଅଧିକ ହତ୍ୟା, ରାହାଜାନୀ ଭଳି ଅପରାଧିକ ମାମଲା ରହିଛି। ତେବେ ଏହି ଏନ୍କାଉଣ୍ଟର ବେଳେ ପପୁର ସହଯୋଗୀ ଘଟଣାସ୍ଥଳରୁ ଫେରାର ହୋଇଯାଇଛି।
ପଢନ୍ତୁ ଏହି ଖବର: ଅପରାଧ ନିୟନ୍ତ୍ରଣ ପାଇଁ ପୋଲିସ ବିଭାଗର ବଡ଼ ପଦକ୍ଷେପ,ବରିଷ୍ଠ ଆଇପିଏସ୍ ଅଫିସରଙ୍କୁ ଜିଲ୍ଲା ଦାୟିତ୍ବ, ଜିଲ୍ଲା ଗସ୍ତ କରି ଆଇନଶୃଙ୍ଖଳା ପରିସ୍ଥିତିର କରିବେ ସମୀକ୍ଷା
ଏବେ ଆକ୍ସନ ମୋଡ଼ରେ ପୋଲିସ। । ଦୁର୍ଦ୍ଦାନ୍ତ ଅପରାଧୀଙ୍କୂ ଗୋଡ଼ାଇ ଗୋଡ଼ାଇ ଧରୁଛି ପୋଲିସ। ଅପରାଧୀ ଆକ୍ରମଣ କଲେ ତାର ପାଲଟା ଜବାବ ଦେଉଛି ପୋଲିସ। ଗତ ୩୧ ତାରିଖରେ ପୁରୀରେ ହୋଇଥିଲା ଏନକାଉଣ୍ଟର। ଦୁର୍ଦ୍ଧାନ୍ତ ଅପରାଧୀ ଚନ୍ଦନ ଜେନାକୁ ଏନକାଉଣ୍ଟର କରିଥିଲା ପୁରୀ ପୋଲିସ। ପୋଲିସ ଓ ଚନ୍ଦନ ମଧ୍ୟରେ ସାମ୍ନାସାମ୍ନି ଗୁଳିବିନିମୟ ବେଳେ ଚନ୍ଦନର ଡାହାଣ ପଟ ଗୋଡ଼ରେ ଗୁଳି ବାଜିଛି। ଫଳରେ ସେ ଗୁରୁତର ଆହତ ହୋଇଥିଲା।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
୩୦ ତାରିଖରେ ଝାରସୁଗୁଡ଼ାର ପୋଲିସ କରିଥିଲା ଏନକାଉଣ୍ଟର। ଦୁର୍ଦ୍ଧାନ୍ତ ଅପରାଧୀ ଜୟ ଚୌହାନକୁ ଏନକାଉଣ୍ଟର କରିଥିଲା ଝାରସୁଗୁଡ଼ା ପୋଲିସ। ବ୍ରଜରାଜନଗର ଗାନ୍ଧିଛକ ଅଞ୍ଚଳର ବାସିନ୍ଦା ଜୟ ଚୌହାନ ତାର ସହଯୋଗୀଙ୍କ ସହ ମିଶି ରେଙ୍ଗାଳି ଅଞ୍ଚଳରେ ଏକ ବଡ଼ଧରଣର ଡକାୟତି ପାଇଁ ଯୋଜନା କରୁଥିଲା। ଏ ସମ୍ପର୍କରେ ବିଶେଷ ସୂତ୍ରରୁ ଖବର ପାଇ ପୋଲିସର ଏକ ସ୍ପେଶାଲ ଟିମ୍ ସେଠାରେ ଚଢ଼ାଉ କରିଥିଲା। ପୋଲିସକୁ ଦେଖି ଅପରାଧୀମାନେ ଛତ୍ରଭଙ୍ଗ ଦେବା ସହ ପୋଲିସ ଉପରକୁ ଗୁଳି ଚଳାଇବାକୁ ଚେଷ୍ଟା କରିଥିଲେ। ଆତ୍ମରକ୍ଷା ସହ ଅପରାଧୀକୁ କାବୁ କରିବା ପାଇଁ ପୋଲିସ ପକ୍ଷରୁ ମଧ୍ୟ ଗୁଳି ଚାଳନା କରାଯାଇଥିଲା ସେହିପରି ଭୁବନେଶ୍ବରରେ କୁଖ୍ୟାତ ଡ୍ରଗ୍ସ ମାଫିଆ ପପୁନ ମାଝୀକୁ ଏନ କାଉଣ୍ଟର କରିଥିଲା କମିଶନରେଟ ପୋଲିସ। ବ୍ରହ୍ମପୁରରେ ମଧ୍ୟ ଦୁଇ ଦୁର୍ଦ୍ଧାନ୍ତ ଅପରାଧୀ ଅପରାଧୀ ରଞ୍ଜନ ମଲ୍ଲିକ ଓ ସରୋଜ ପଣ୍ଡା ଓରଫ ବିକିକୁ ଏନକାଉଣ୍ଟର କରାଯାଇଥିଲା।
ଗତକାଲି ଅପରାଧ ନିୟନ୍ତ୍ରଣ ପାଇଁ ପୋଲିସ ବିଭାଗ ନେଇଛି ବଡ଼ ପଦକ୍ଷେପ। ବରିଷ୍ଠ ଆଇପିଏସ୍ ଅଫିସରଙ୍କୁ ଦିଆଯାଇଛି ଜିଲ୍ଲା ଦାୟିତ୍ବ, ଜିଲ୍ଲା ଗସ୍ତ କରି ଆଇନଶୃଙ୍ଖଳା ପରିସ୍ଥିତିର ସମୀକ୍ଷା କରିବେ ବରିଷ୍ଠ IPS ଅଧିକାରୀ।

Related Topics
Explore more stories