BJP Slams Former BJD Government / CMOରୁ ଫାଇଲ ହଜିବା ଘଟଣାରେ ପୂର୍ବ ବିଜେଡି ସରକାରକୁ ଟାର୍ଗେଟ କଲେ ବିଜେପି ମୁଖପାତ୍ର ଅନୀଲ ବିଶ୍ବାଳ
·2 hours ago·2 min read

Key Points
CMOରୁ ଫାଇଲ ହଜିବା ଘଟଣା
ପୂର୍ବ ବିଜେଡି ସରକାରକୁ ଟାର୍ଗେଟ
ଟାର୍ଗେଟ କଲେ ବିଜେପି ମୁଖପାତ୍ର ଅନୀଲ ବିଶ୍ବାଳ

ଭୁବନେଶ୍ବର,୧୧/୦୬: ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଫାଇଲ ହଜିବା ଘଟଣାରେ ପୂର୍ବ ବିଜେଡି ସରକାରକୁ ଟାର୍ଗେଟ କଲେ ବିଜେପି ମୁଖପାତ୍ର ଅନୀଲ ବିଶ୍ବାଳ । ସୋସିଆଲ ମିଡିଆରେ ପୋଷ୍ଟ କରି ସେ ପୂର୍ବ ବିଜେଡି ସରକାର ଉପରେ ବର୍ଷିଛନ୍ତି । ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟା ଉପରେ ବସିଥିବା ତଦନ୍ତ କମିଶନ ରିପୋର୍ଟରେ ଏମିତି କଣ ଥିଲା, ଯାହାକୁ ନେଇ ବିଜେଡି ସରକାର ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଚିନ୍ତିତ ଥିଲେ ଯେ ବିଜେଡି ସରକାର ଏହାକୁ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରୁ ଗାଏବ କରିଦେଲେ ବୋଲି ପ୍ରଶ୍ନ ଉଠାଇଛନ୍ତି।
24 ବର୍ଷ ଓଡିଶାର ମୁଖ୍ୟମନ୍ତ୍ରୀ ଥିବା ନବୀନ ବାବୁଙ୍କୁ ଓଡ଼ିଆ ଲୋକ ଏହି କୁକର୍ମ ପାଇଁ କେବେ ବି କ୍ଷମା ଦେବେ ନାହିଁ l ଯଦି ଏହା ସତ୍ୟ ହୋଇଥାଏ ବୋଧହୁଏ ଓଡିଶା ଇତିହାସରେ ଏହି ଘଟଣା ସବୁଦିନ ପାଇଁ ତାଙ୍କୁ କଳଙ୍କିତ କରି ରଖିବ ବୋଲି ଆକ୍ଷେପ କରିଛନ୍ତି l ଏହା କେବଳ ଏକ ରାଜନୈତିକ ଷଡଯନ୍ତ୍ର ନୁହେଁ ବଂର ଓଡ଼ିଶାରେ ଧର୍ମାନ୍ତରୀକରଣ ରାକେଟ ଚଳାଇଥିବା ଶକ୍ତିମାନଙ୍କୁ ପୂର୍ବ ବିଜେଡି ସରକାର ସୁରକ୍ଷା ଦେଇଥିବାର ପ୍ରମାଣ ବୋଲି ସେ କହିଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ କାହିଁକି ରୋମ ଯାଇଥିଲେ ଏବଂ କଣ ସେହି ରୋମ ଗସ୍ତର ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟାକମିଶନ ରିପୋର୍ଟ ହଜିବା ପଛରେ କିଛି ସଂଯୋଗ ଅଛି କି? କୌଣସି ବିଦେଶୀ ସଂଗଠନର ବଦନାମି ରୋକିବା ପାଇଁ ଏଭଳି କିଛି ହୋଇନାହିଁ ତ? ବୋଲି ସେ ପ୍ରଶ୍ନ କରିଛନ୍ତି।
ତେବେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟା କମିଶନ ରିପୋର୍ଟକୁ ସାର୍ବଜନୀନ କରିବୁ ଏହା ଆମର ନିର୍ବାଚନ ସମୟରେ ସଂକଳ୍ପ ଥିଲା ବୋଲି ଅନୀଲ ସ୍ପଷ୍ଟ କରିଛନ୍ତି l ଯେଉଁମାନେ ସ୍ୱାମୀଜୀଙ୍କୁ ହତ୍ୟା କରିଥିଲେ ଏବଂ ଯେଉଁମାନେ ହତ୍ୟା କରାଇଥିଲେ ସେମାନଙ୍କ ମୁଖା ଖୋଲିବା ଆମର ପ୍ରତିବଦ୍ଧତା ଥିଲା ଏବଂ ରହିଛି l ଏହା ଦିନେ ନା ଦିନେ ଆମେ ନିଶ୍ଚିନ୍ତ ପୂରଣ କରିବୁ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି।
ପଢନ୍ତୁ ଏହି ଖବର: ତଦନ୍ତ କମିଶନ ଫାଇଲ ଗାଏବ ଘଟଣା, ଥାନାରେ ଏତଲା ଦେଲା ଗୃହ ବିଭାଗ
ମୁଖ୍ୟମନ୍ତ୍ରୀ ଅଫିସ୍ରୁ ତଦନ୍ତ ରିପୋର୍ଟ ଗାଏବ ଘଟଣା । ରାଜ୍ୟ ସରକାରଙ୍କ ଗୃହ ବିଭାଗରୁ ଗୁରୁତ୍ୱପୂର୍ଣ୍ଣ ଫାଇଲ୍ ଗାଏବ ହୋଇଥିବା ନେଇ ଥାନାରେ ଏତଲା ଦିଆଯାଇଛି । ଥାନାରେ ଏତଲା ଦେଲା ଗୃହ ବିଭାଗ। ଗୃହ ବିଭାଗର ଯୁଗ୍ମ ସଚିବ ଶରତ ଚନ୍ଦ୍ର ମାରାଣ୍ଡିଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ ହୋଇଛି । ନାଇଡ଼ୁ କମିଶନ ରିପୋର୍ଟ ଏବଂ ସମ୍ ହସ୍ପିଟାଲ ଅଗ୍ନିକାଣ୍ଡ ତଦନ୍ତ ରିପୋର୍ଟ ଗାଏବ ହୋଇଥିବା ଅଭିଯୋଗ ହୋଇଛି । ଲକ୍ଷ୍ମଣା ନନ୍ଦ ସରସ୍ବତୀ ହତ୍ୟାକାଣ୍ଡ ଘଟଣାରେ ନାଇଡ଼ୁ କମିଶନ ତଦନ୍ତ କରି ୨୦୧୬ରେ ରିପୋର୍ଟ ଦାଖଲ କରିଥିଲେ। ସେହିପରି ୨୦୧୮ ମସିହାରେ ସମ୍ ହସ୍ପିଟାଲ ଅଗ୍ନିକାଣ୍ଡ ଘଟଣାରେ ଆରଡିସି ତଦନ୍ତ କରି ରିପୋର୍ଟ ଦାଖଲ କରିଥିଲେ । ଦୁଇଟି ରିପୋର୍ଟ ଗାଏବ ହୋଇଥିବା ଅଭିଯୋଗ ହୋଇଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories