Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

CMO Missing Files / ତଦନ୍ତ କମିଶନ ଫାଇଲ ଗାଏବ ଘଟଣା, ଥାନାରେ ଏତଲା ଦେଲା ଗୃହ ବିଭାଗ

Santosh Kumar Sahoo
Browse all articles by Santosh Kumar Sahoo
·1 month ago·1 min read
ତଦନ୍ତ କମିଶନ ଫାଇଲ ଗାଏବ ଘଟଣା, ଥାନାରେ ଏତଲା ଦେଲା ଗୃହ ବିଭାଗ
Capital Police Station

Key Points

ତଦନ୍ତ କମିଶନ ଫାଇଲ ଗାଏବକୁ ନେଇ କ୍ୟାପିଟାଲ ଥାନାରେ FIR
FIR ଦାଖଲ କଲେ ଗୃହ ବିଭାଗ ଯୁଗ୍ମ ସଚିବ ଶରତ ଚନ୍ଦ୍ର ମାରାଣ୍ଡି
ନାଇଡୁ କମିଶନ ରିପୋର୍ଟ ଫାଇଲ ଗାଏବ ହୋଇଥିବା ଅଭିଯୋଗ
ମୁଖ୍ୟମନ୍ତ୍ରୀ ଅଫିସ୍‌ରୁ ତଦନ୍ତ ରିପୋର୍ଟ ଗାଏବ ଘଟଣା । ରାଜ୍ୟ ସରକାରଙ୍କ ଗୃହ ବିଭାଗରୁ ଗୁରୁତ୍ୱପୂର୍ଣ୍ଣ ଫାଇଲ୍ ଗାଏବ ହୋଇଥିବା ନେଇ ଥାନାରେ ଏତଲା ଦିଆଯାଇଛି । ଥାନାରେ ଏତଲା ଦେଲା ଗୃହ ବିଭାଗ ।

ଗୃହ ବିଭାଗର ଯୁଗ୍ମ ସଚିବ ଶରତ ଚନ୍ଦ୍ର ମାରାଣ୍ଡିଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ ହୋଇଛି । ନାଇଡ଼ୁ କମିଶନ ରିପୋର୍ଟ ଏବଂ ସମ୍‌ ହସ୍ପିଟାଲ ଅଗ୍ନିକାଣ୍ଡ ତଦନ୍ତ ରିପୋର୍ଟ ଗାଏବ ହୋଇଥିବା ଅଭିଯୋଗ ହୋଇଛି । ଲକ୍ଷ୍ମଣା ନନ୍ଦ ସରସ୍ବତୀ ହତ୍ୟାକାଣ୍ଡ ଘଟଣାରେ ନାଇଡ଼ୁ କମିଶନ ତଦନ୍ତ କରି ୨୦୧୬ରେ ରିପୋର୍ଟ ଦାଖଲ କରିଥିଲେ । ସେହିପରି ୨୦୧୮ ମସିହାରେ ସମ୍‌ ହସ୍ପିଟାଲ ଅଗ୍ନିକାଣ୍ଡ ଘଟଣାରେ ଆରଡିସି ତଦନ୍ତ କରି ରିପୋର୍ଟ ଦାଖଲ କରିଥିଲେ । ଦୁଇଟି ରିପୋର୍ଟ ଗାଏବ ହୋଇଥିବା ଅଭିଯୋଗ ହୋଇଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Odisha CMO File Row: Home Department Lodges Complaint Over Missing Reports | Argus News