ଗଣମାଧ୍ୟମ ଆଗରେ ଛତିଥରା କାହାଣୀ ବଖାଣିଲେ ଅଙ୍କିତା
·1 year ago·1 min read

ଭୁବନେଶ୍ୱର: ଗଣମାଧ୍ୟମ ଆଗରେ ଛତିଥରା କାହାଣୀ ବଖାଣିଲେ ଅଙ୍କିତା । ସାମ୍ନାକୁ ଆସିଲା ଭରତପୁର ପୋଲିସର ତାଲିବାନୀ ଅତ୍ୟାଚାର । ପୋଲିସର ଅକଥନୀୟ ଅତ୍ୟାଚାର କଥା କହିଲେ ମେଜରଙ୍କ ବାନ୍ଧବୀ । ଗଣମାଧ୍ୟମ ଆଗରେ କାନ୍ଦି କାନ୍ଦି ପୋଲିସ ଅତ୍ୟାଚାର କଥା କହିଲେ । ଘଟଣା ଦିନର ଲୋମହର୍ଷକ, ଛାତିଥରା କଥା କହିଲେ ଅଙ୍କିତା । IIC ଓ ଅନ୍ୟ ପୋଲିସ କର୍ମଚାରୀ କିପରି ଯୌନ ନିର୍ଯାତନା ଦେଇଥିଲେ କହିଲେ ।
15 ତାରିଖ ରାତି 1ଟାରେ ରେଷ୍ଟୁରାଣ୍ଟ ବନ୍ଦ କରି ଗୁରୁବଂଶଙ୍କ ସହ ଫେରୁଥିଲି । ବିଚ୍ ରାସ୍ତାରେ କିଛି ଦୁର୍ବୃତ୍ତ ହଇରାଣ କଲେ, ବହୁ କଷ୍ଟରେ ମୁକୁଳିଆସିଥିଲୁ । ସେମାନଙ୍କ ବିରୋଧରେ ଏତଲା ଦେବାକୁ ଭରତପୁର ଥାନାରେ ପହଞ୍ଚିଥିଲୁ । ଥାନାରେ ନାଇଟ୍ ପିନ୍ଧିଥିବା ଅବସ୍ଥାରେ ଜଣେ ମହିଳା କନଷ୍ଟେବଳ ବସିଥିଲେ । ଏତଲା ରଖିବା ବଦଳରେ ଆମକୁ ପ୍ରବଳ ଗାଳିଗୁଲଜ କଲେ । ମୋ ହାତ ଓ ଗୋଡ଼ ବାନ୍ଧି ପୋଲିସ ମୋ ଛାତିକୁ କିକ୍ ମାରିଥିଲା । ଆର୍ମି ଅଫିସରଙ୍କୁ ଲକ୍ରେ ରଖିପାରିବେନି ବୋଲି କହିଥିଲି।
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: