Videos
|
Odisha

ସସପେଣ୍ଡ ପୋଲିସଙ୍କୁ ଜେଲ ପଠାଇବାକୁ ଦାବି କଲେ ଅଙ୍କିତାଙ୍କ ବାପା

Smruti Parija
Browse all articles by Smruti Parija
·1 year ago·2 min read
ସସପେଣ୍ଡ ପୋଲିସଙ୍କୁ ଜେଲ ପଠାଇବାକୁ ଦାବି କଲେ ଅଙ୍କିତାଙ୍କ ବାପା

Key Points

 

  • ହସପିଟାଲରେ ଆହତ ହୋଇ ଚିକିତ୍ସିତ ହେଉଛନ୍ତି ଅଙ୍କିତା
  • ଡିଜିପିଙ୍କୁ ଆକସନ୍ ଟେକେନ୍ ରିପୋର୍ଟ ମାଗିଲେ ଜାତୀୟ ମହିଳା କମିଶନ
  • ସସପେଣ୍ଡ ପୋଲିସଙ୍କୁ ଜେଲ ପାଠାଇବାକୁ ଦାବି କଲେ ଅଙ୍କିତାଙ୍କ ବାପା
  • ନିଲମ୍ବିତ ଆଇଆସି ଦୀନକୃଷ୍ଣଙ୍କ ଲାଞ୍ଚ ମାଗୁଥିବାର ଭିଡିଓ ହୋଇଥିଲା ଭାଇରାଲ୍ 
  • ହେଲେ ବିଜେଡି ସରକାରଙ୍କ ଗେହ୍ଲାପୁଅଙ୍କୁ  ଅଣାଯାଇଥିଲା ମଡେଲ୍ ଥାନାକୁ

ଅର୍ଗସ ବ୍ୟୁରୋ: ରାତି ଅଧରେ ପୋଲିସ ମାଡରେ ଲହୁଲୁହାଣ ଅଙ୍କିତାଙ୍କ ଭୁବନେଶ୍ବରର ଏକ ହସପିଟାଲରେ ଚାଲିଛି ଚିକିତ୍ସା। ପୋଲିସର ବର୍ବରକାଣ୍ଡରେ ଅଙ୍କିତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ଲାଗିଛି ଗଭୀର ଆଘାତ । ଆଉ ଏ କାଣ୍ଡ ଘଟାଇଥିବାର ସାଂଘାତିକ ଅଭିଯୋଗ ଆସିଛି ଭରତପୁରର ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ର, ଏସଆଇ ବୈଶାଳିନୀ ପଣ୍ଡା, ଏଏସଆଇ ସଲିଳମୟୀ ସାହୁ, ଏଏସଆଇ ସାଗରିକା ରଥ ଓ କନଷ୍ଟେବଳ ବଳରାମ ହାଁସଦାଙ୍କ ନାଁରେ । କରିତକର୍ମା ପୋଲିସ ବାବୁ ଦୀନକୃଷ୍ଣଙ୍କର ଏଇ ଭାଇରାଲ୍ ଭିଡିଓ ଉପରେ ନଜର ପକାନ୍ତୁ।

2022ରେ କଟକ କ୍ୟାଣ୍ଟନମେଣ୍ଟ ଥାନାରେ ଥିବା ବେଳେ ବାବୁ ବାଲିଯାତ୍ରା ଷ୍ଟାଣ୍ଡ ପାଇଁ ମାଗୁଥିଲେ ଲାଞ୍ଚ। ନ ଦେଲେ ମିଛ କେସରେ ଫଶାଇବେ ବୋଲି ଦି ଧମକାଉଥିଲେ । ହେଲେ ତାଙ୍କ ବିରୋଧରେ ହେଲାନାହିଁ ଆକସନ୍। ଓଲଟା ତାଙ୍କୁ ପୁରସ୍କାର ମିଳିଲା । 6 ମାସ ତଳେ ଭରତପୁର ମଡେଲ ଥାନାକୁ ଉଦଘାଟନ କରିଥିଲେ ସେତେବେଳର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲାଞ୍ଚୁଆ ପୋଲିସ ବାବୁ ବଦଳି ହୋଇ ଆସିଲେ ଏଇ ଥାନାକୁ । ଅଙ୍କିତାଙ୍କୁ ଦୀନକୃଷ୍ଣ ଓ ତାଙ୍କ ଟିମ୍ ମାଡ ମାରି ଏବେ ବିବାଦରେ। ଯେଉମାନେ ରାସ୍ତାରେ ସେମାନଙ୍କୁ ଆକ୍ରମଣ ସହ ଦୁର୍ବ୍ୟଵହାର କରିଥିଲେ ସେମାନଙ୍କୁ ଖୁବଶୀଘ୍ର ଗିରଫ ପାଇଁ ଡିଜିପିଙ୍କ ନିର୍ଦେଶ ଦେଇଛନ୍ତି। ତେବେ ପ୍ରଶ୍ନ ଅଙ୍କିତା ଓ ମେଜର ଗୁରବନ୍ତଙ୍କୁ ମାଡ ମାରିଥିବା ପୋଲିସ ବିରୋଧରେ କେବେ ହେବ ଏଫଆଇଆର,  ଅଙ୍କିତାଙ୍କ ବାପା ଦୋଷୀ ପୋଲିସଙ୍କୁ ଜେଲରେ ପୁରାଇବାକୁ ଦାବି କରିଛନ୍ତି ।   

ସେପଟେ ଅଙ୍କିତାଙ୍କୁ ଥାନାରେ ଆକ୍ରମଣ ଘଟଣାରେ ଓଡ଼ିଶା ପୋଲିସ ଡିଜିଙ୍କୁ ରିପୋର୍ଟ ମାଗିଛନ୍ତି ଜାତୀୟ ମହିଳା କମିଶନ । 3 ଦିନ ମଧ୍ୟରେ ଆକ୍ସନ ଟେକେନ୍ ରିପୋର୍ଟ ଦେବାକୁ କୁହାଯାଇଛି । ସେପଟେ ଜଣେ ଯୁବତୀଙ୍କୁ ଥାନା ଭିତରେ ଏଭଳି ଆକ୍ରମଣ ନେଇ ପ୍ରତିକ୍ରିୟା ପ୍ରକାଶ ପାଇଛି। ସାଢେ 4 କୋଟି ବ୍ୟୟରେ ନିର୍ମିତ ମଡେଲ୍ ଥାନାର ସିସିଟିଭି କୁଆଡେ ଗଲା ତାକୁ ନେଇ ବି ଉଠିଛି ପ୍ରଶ୍ନ। 

ଅଭିଯୋଗ ଅନୁସାରେ ଶନିବାର ବିଳମ୍ବିତ ରାତି ୧୨ଟା ୩୦ରେ ଦୁର୍ବୃତ୍ତଙ୍କ ଆକ୍ରମଣର ଶିକାର ହୋଇଥିଲେ ମେଜର ଗୁରବନ୍ତ ସିଂ ଓ ତାଙ୍କ ବାନ୍ଧବୀ  ଅଙ୍କିତା । ଏନେଇ ଭରତପୁର ଥାନାକୁ ଏଫଆଇଆର ପାଇଁ ଆସିଥିଲେ ମେଜର ଓ ଅଙ୍କିତା । ହେଲେ ପୋଲିସ ସେମାନଙ୍କୁ ମାଡ଼ ମାରି ଲହୁଲୁହାଣ କରିବା ସହ ଓଲଟା ଅଙ୍କିତାଙ୍କୁ ଗିରଫ କରିଥିଲା । ଯାହାକୁ ନେଇ ରାସ୍ତାକୁ ଓହ୍ଲାଇଥିଲେ ଅବସରପ୍ରାପ୍ତ ସେନା କର୍ମଚାରୀ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଓଡିଶା ଖବର...