ଓଡିଶା ଏଏନଏମ କର୍ମଚାରୀ ସଙ୍ଘ ପକ୍ଷରୁ ଲୋୟର ପିଏମଜି ଠାରେ ଧାରଣା
·2 years ago

ଭୁବନେଶ୍ୱର: ରାଜରାସ୍ତାରେ ଏଏନଏମ କର୍ମଚାରୀ । ଓଡିଶା ଏଏନଏମ କର୍ମଚାରୀ ସଙ୍ଘ ପକ୍ଷରୁ ଲୋୟର ପିଏମଜି ଠାରେ ଧାରଣା । ସ୍ଥାୟୀ ନିଯୁକ୍ତି ସହ ୩ ଦଫା ଦାବି ନେଇ ପ୍ରତିବାଦ ଓ ଧାରଣା ଦେଇଛନ୍ତି ଏଏନଏମ କର୍ମୀ ।ସରକାର ଆବଶ୍ୟକ ସମୟରେ ଆମ ମାନଙ୍କୁ ନିଯୁକ୍ତି ଦେଲେ । ଆବଶ୍ୟକ ସରିଗଲା ପରେ ବାହାର କରିଦେଲେ ।
କୋଭିଡ ସମୟରେ ସେବା କ୍ଷେତ୍ରରେ ଦେଇଥିବା ଆମର ପରିଶ୍ରମ ଆଉ ତ୍ୟାଗକୁ ସରକାର ବୁଝିଲେ ନାହିଁ ।କୋଭିଡ ସମୟରେ ନୋୟୋଜିତ ସମସ୍ତ କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି, ବୟସ ସୀମା ନରଖି ପରୀକ୍ଷା ନକରି ଅଭିଜ୍ଞାତା ମୁତାବକ ନିଯୁକ୍ତି ଦିଆଯାଉ ବୋଲି ଦାବି କରିଛି ଓଡିଶା ଏଏନଏମ କର୍ମଚାରୀ ସଙ୍ଘ । ଏହାସହ ପରୀକ୍ଷାରେ ୫ ପ୍ରତିଶତ ଗ୍ରେସ ମତକୁ ବାତିଲ କରି ଅଗ୍ରାଧିକାର ଭିତିରେ ନିଯୁକ୍ତି ଦିଆଯାଉ ବୋଲି ସଙ୍ଘ ପକ୍ଷରୁ ଦାବି କରାଯାଇଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: