ବଳକା ୩ ଆସନ ପାଇଁ ପ୍ରାର୍ଥୀ ଘୋଷଣା ବିଜେଡି
·2 years ago·1 min read

ଅର୍ଗସ ବ୍ୟୁରୋ: ଆସିଲା ବିଜେଡିର ପ୍ରାର୍ଥୀ ପତ୍ର ତାଲିକା। ବଳକା ୩ ଆସନ ପାଇଁ ପ୍ରାର୍ଥୀ ଘୋଷଣା ବିଜେଡି। ଖଣ୍ଡପଡା ପ୍ରାର୍ଥୀ ସାବିତ୍ରୀ ପ୍ରଧାନ ହୋଇଥିବା ବେଳେ
ନୀଳଗିରି ଆସନ ପାଇଁ ସୁକାନ୍ତ କୁମାର ନାୟକ ।କୋରେଇରୁ ସନ୍ଧ୍ୟାରାଣୀ ଦାସଙ୍କୁ ପ୍ରାର୍ଥୀ କରିଛି ବିଜେଡି। ଏହାସହ ଦେବଗଡ ପ୍ରାର୍ଥୀ ପରିବର୍ତ୍ତନ କଲା ବିଜେଡି। ରୋମାଞ୍ଚ ବିଶ୍ୱାଳ ଦେବଗଡ ବିଧାନସଭା ପ୍ରାର୍ଥୀ।
ନିର୍ବାଚନ ପାଇଁ ରାଜନୈତିକ ଦଳମାନେ ବିଭିନ୍ନ ପର୍ଯ୍ୟାୟରେ ପ୍ରାର୍ଥୀ ତାଲିକା ଜାରି କରୁଥିବା ବେଳେ ଟିକେଟ କଟିବା ପରେ କିଛି ନେତା ଦଳ ଛାଡ଼ୁଥିବା ଦେଖାଯାଇଛି । ତେବେ ଲୋକସଭା ନିର୍ବାଚନ ପାଇଁ ବିଜେଡି ପୂର୍ବରୁ ତା’ର ସମସ୍ତ ୨୧ଟି ଆସନରେ ପ୍ରାର୍ଥୀଙ୍କ ନାମ ଘୋଷଣା କରିସାରିଛି । ସେହିପରି ବିଧାନସଭା ନିର୍ବାଚନ ପାଇଁ ଦଳ ପୂର୍ବରୁ ୮ଟି ପର୍ଯ୍ୟାୟରେ ୧୪୪ଟି ଆସନ ପାଇଁ ପ୍ରାର୍ଥୀ ତାଲିକା ଜାରି କରି ସାରିଥିବା ବେଳେ ଆଉ ୩ଟି ଆସନ ବାକି ରହିଥିଲା । ଯାହା ଆଜି ଘୋଷଣା କଲା ବିଜେଡି।
ଅଧିକ ପଢ଼ନ୍ତୁ ଓଡିଶା ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: