Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News -  ନୀଳଗିରିରେ ପୁଣି କଳା ପଲ୍‌ସର ଆତଙ୍କ

Odisha

 ନୀଳଗିରିରେ ପୁଣି କଳା ପଲ୍‌ସର ଆତଙ୍କ

Manini Pattanayak
Browse all articles by Manini Pattanayak
·1 year ago
 ନୀଳଗିରିରେ ପୁଣି କଳା ପଲ୍‌ସର ଆତଙ୍କ

ବାଲେଶ୍ୱର: ନୀଳଗିରିରେ ପୁଣି କଳା ପଲସର ଆତଙ୍କ। ଦୁଇଟି ବାଇକରେ ପାଞ୍ଚ ଜଣ ଦୁର୍ବୃତ୍ତ ଆସି ଶିକ୍ଷୟିତ୍ରୀଙ୍କ ବେକରୁ ଲୁଟି ନେଲେ ଲକ୍ଷାଧିକ ଟଙ୍କାର ସୁନା ଚେନ। ନୀଳଗିରି ଥାନା ସଜନାଗଡ଼ ର ବଡପୋଲ ନିକଟରେ ଘଟଣା। ସଜନାଗଡ଼ ଗ୍ରାମର  ଶିକ୍ଷୟିତ୍ରୀ ବିଦ୍ୟାଳୟ କାର୍ଯ୍ୟରେ ସ୍କୁଟି ରେ ନୀଳଗିରି ଆସୁଥିବା ବେଳେ କଳା ପଲସର ବାଇକରେ  ତିନି ଜଣ ଆସି ପ୍ରଥମେ ଶିକ୍ଷୟିତ୍ରୀଙ୍କୁ ଅଟକାଇ ଗାଡି କାଗଜପତ୍ର ମାଗିଥିଲେ ।

ପରେ ଶିକ୍ଷୟିତ୍ରୀଙ୍କ ବେକରୁ ସୁନା ଚେନ ଲୁଟ କରି କପ୍ତିପଦା ରାସ୍ତାରେ ଫେରାର  ହୋଇଜାଇଥିଲେ। ଅଭିଯୋଗ ପାଇ ନୀଳଗିରି ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛି। ସୂଚନା ଥାଉକି ସେରଗଡ଼ ନୀଳଗିରି ଝରଣାଘାଟି ୧୯ ନଂ ରାଜ୍ୟ ରାଜପଥର ସଜନାଗଡ଼ ଓ ଭାଲୁକାଶୁଣି ରାସ୍ତାରେ ବାରମ୍ବାର ଛୀନତାଇ ଘଟୁଥିବାରୁ ଲୋକେ ଭୟଭୀତ ଅଛନ୍ତି। 

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
another black pulsar terror in the nilgiris | Argus News