Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ରାଜଧାନୀରେ ପୁଣି ବୋମାମାଡ: ୩ଟି ବୋମା ଫିଙ୍ଗିଲେ ଦୁର୍ବୁତ୍ତ

Odisha

ରାଜଧାନୀରେ ପୁଣି ବୋମାମାଡ: ୩ଟି ବୋମା ଫିଙ୍ଗିଲେ ଦୁର୍ବୁତ୍ତ

Ritu Das
Browse all articles by Ritu Das
·1 year ago
ରାଜଧାନୀରେ ପୁଣି ବୋମାମାଡ: ୩ଟି ବୋମା ଫିଙ୍ଗିଲେ ଦୁର୍ବୁତ୍ତ

ଅର୍ଗସ ବ୍ୟୁରୋ: ରାଜଧାନୀରେ ପୁଣି ବୋମାମାଡ଼ ହୋଇଛି। କ୍ୟାପିଟାଲ ଥାନା ଅଞ୍ଚଳର ଦୁଇଟି ସ୍ଥାନରେ ବୋମାମାଡ ହୋଇଛି। ୨ଜଣ ଯୁବକ ବାଇକରେ ଆସି ଦୁଇଟି ସ୍ଥାନରେ ୩ଟି ବୋମା ପକାଇ ଫେରାର୍ ହୋଇଯାଇଛନ୍ତି। ଏଥିରେ ଜଣେ ୧୫ବର୍ଷର ନାବାଳକ ଗୁରୁତର ଆହତ ହୋଇଛନ୍ତି । ଆହତ ନାବାଳକଙ୍କ ନାମ ରାହୁଲ ନାୟକ । ତାଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । 

ରାହୁଲର ଗୋଡ, ପିଠି ସହ ଏକାଧିକ ସ୍ଥାନରେ ଆଘାତ ଲାଗିଛି ବୋମାମାଡ ହୋଇଥିବା ସ୍ଥାନଗୁଡିକରେ ସିସିଟିଭି ଲାଗିଥିବାରୁ ସେଇ ଆଧାରରେ ଦୁର୍ବୃତ୍ତଙ୍କୁ ଚିହ୍ନଟ କରାଯାଉଛି । ସେମାନେ ହେଲମେଟ ସହ ମୁଖା ପିନ୍ଧିଥିବା ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି । ପୂର୍ବଶତ୍ରୁତା କିମ୍ବା ବଟି ଆଦାୟକୁ କେନ୍ଦ୍ରକରି ବୋମାମାଡ ହୋଇଥିବା ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Education Next Season 5
Sponsored
Another bomb | Argus News