Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବଙ୍ଗୋପସାଗରରେ ସୃଷ୍ଟି ହେଲା ଆଉ ଏକ ଲଘୁଚାପ

Smruti Parija
Browse all articles by Smruti Parija
·1 year ago·1 min read
ବଙ୍ଗୋପସାଗରରେ ସୃଷ୍ଟି ହେଲା ଆଉ ଏକ ଲଘୁଚାପ

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହେଲା ଆଉ ଏକ ଲଘୁଚାପ । ଫଳରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଜାରି ରହିଛି ।  ଲଘୁଚାପ ନେଇ ୧୩ ଜିଲ୍ଲାକୁ ସ୍ୱତନ୍ତ୍ର ରିଲିଫ୍ କମିଶନର ଚିଠି ଲେଖିଛନ୍ତି । ଲଘୁଚାପ ବର୍ଷାରେ ଉତ୍ତର ଓଡ଼ିଶାରେ ଉପୁଜିପାରେ ବନ୍ୟା ସ୍ଥିତି । ଉତ୍ତର ଓଡ଼ିଶା ସହ ୧୩ ଜିଲ୍ଲାକୁ ସଜାଗ ରହିବାକୁ SRCଙ୍କ ନିର୍ଦ୍ଦେଶ ରହିଛି । 

ଜିଲ୍ଲାସ୍ତରରେ ପ୍ରସ୍ତୁତ ରହିବା ସହ ସ୍ଥିତି ନେଇ ଅବଗତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ୧୩ ଜିଲ୍ଲା- ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦୁଝର, ସୁନ୍ଦରଗଡ଼, ଭଦ୍ରକ , କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ଯାଜପୁର, ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାକୁ ସତର୍କ କରିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଉତ୍ତର ବଙ୍ଗୋପସାଗର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆଗାମୀ 2 ଦିନ ମଧ୍ୟରେ ଲଘୁଚାପ ପଶ୍ଚିମବଙ୍ଗ ଓ ଝାଡଖଣ୍ଡ ମୁହାଁ ହେବ । ଫଳରେ ରାଜ୍ୟରେ ବର୍ଷାର ପରିମାଣ ବଢିବ । 

ଆହୁରି ପଢନ୍ତୁ ପାଣିପାଗ ଖବର...
 

Sponsored
Another depression formed in the Bay of Bengal | Argus News