Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଇସ୍ପାତ ସହରରେ ଝାଡ଼ାବାନ୍ତି ଆତଙ୍କ, ଚାଲିଗଲା ଆଉ ଜଣଙ୍କ ଜୀବନ

Odisha

ଇସ୍ପାତ ସହରରେ ଝାଡ଼ାବାନ୍ତି ଆତଙ୍କ, ଚାଲିଗଲା ଆଉ ଜଣଙ୍କ ଜୀବନ

Banajyotshna Ray
Browse all articles by Banajyotshna Ray
·2 years ago
ଇସ୍ପାତ ସହରରେ ଝାଡ଼ାବାନ୍ତି ଆତଙ୍କ, ଚାଲିଗଲା ଆଉ ଜଣଙ୍କ ଜୀବନ

ଅର୍ଗସ ବ୍ୟୁରୋ:  ଇସ୍ପାତ ସହରରେ ଝାଡ଼ାବାନ୍ତି ଆତଙ୍କ। ଝାଡ଼ାବାନ୍ତିରେ ପଡ଼ି ଚାଲିଗଲା ଆଉ ଗୋଟେ ଜୀବନ।  ଇସ୍ପାତ ନଗରୀ ରାଉରକେଲାରେ ଏବେ ସୁଦ୍ଧା ଝାଡ଼ାବାନ୍ତିରେ  ମୋଟ 6 ଜଣଙ୍କ ମୃତ୍ୟୁ ହେଲାଣି। ତଥାପି ନିର୍ବିକାର ରାଜ୍ୟ ସରକାର। PSDର ପାଣି ଗୋଳିଆ ଆସୁଥିବାରୁ ଏହି ପାଣି ପିଇ ଲୋକମାନେ ଝାଡ଼ାବାନ୍ତିର ଶିକାର ହେଉଥିବା ଅଭିଯୋଗ ହେଉଛି। ଡିସେମ୍ବର 10 ତାରିଖରୁ ଡାଇରିଆ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ଝାଡାବାନ୍ତିରେ 245 ଜଣ ଆକ୍ରାନ୍ତ ହୋଇଥିବାବେଳେ ରାଉରକେଲା ସରକାରୀ ହସ୍ପିଟାଲରେ ଶତାଧିକ ରୋଗୀ ଭର୍ତ୍ତି ହୋଇଛନ୍ତି ।

ସ୍ୱାସ୍ଥ୍ୟବିଭାଗର ନିର୍ଦ୍ଦେଶକ୍ରମେ 4 ଜଣିଆ ଡାକ୍ତରୀ ଟିମ୍ ରାଉରକେଲା ମେଡିକାଲ୍ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି । ସେପଟେ ରାଉରକେଲାରେ ସାତ ସପନ ପାଲଟିଛି ରାଜ୍ୟ ସରକାରଙ୍କ ସ୍ବଚ୍ଛ ପାନୀୟ ଜଳ ପ୍ରତିଶ୍ରୁତି।  ସରକାରଙ୍କ ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍ ଯୋଜନାର ଅସ୍ତିତ୍ବକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

Painting
Sponsored
Another Diarrhoea -Related Death Reported in Rourkela | Argus News