Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ରେଭେନସା ସାହେବଙ୍କ ନିଷ୍ଠୁରତାର ପ୍ରମାଣ ସହ ଭର୍ତ୍ତୃହରିଙ୍କ ଆଉ ଏକ ସମ୍ପାଦକୀୟ

Odisha

ରେଭେନସା ସାହେବଙ୍କ ନିଷ୍ଠୁରତାର ପ୍ରମାଣ ସହ ଭର୍ତ୍ତୃହରିଙ୍କ ଆଉ ଏକ ସମ୍ପାଦକୀୟ

Ritu Das
Browse all articles by Ritu Das
·1 year ago·2 min read
ରେଭେନସା ସାହେବଙ୍କ ନିଷ୍ଠୁରତାର ପ୍ରମାଣ ସହ ଭର୍ତ୍ତୃହରିଙ୍କ ଆଉ ଏକ ସମ୍ପାଦକୀୟ

ଅର୍ଗସ ବ୍ୟୁରୋ: ସମ୍ପାଦକୀୟ ଧନି ପ୍ରତିଧ୍ବନୀରେ ଓଡ଼ିଆଙ୍କ ପ୍ରତି ରେଭେନସା ସାହେବଙ୍କ ଅତ୍ୟାଚାରର ପୋଲ ଖୋଲିଛନ୍ତି ଭର୍ତ୍ତୃହରି ମହତାବ। କିଏ ଏହି ରେଭେନ୍ସା ? କାହିଁକି ତାଙ୍କ ପାଇଁ ଏତେ ଦରଦ? ଶୀର୍ଷକ ସମ୍ପାଦକୀୟରେ ରେଭେନସାଙ୍କ ନିଷ୍ଠୁରତାର କରିଛନ୍ତି ବର୍ଣ୍ଣନା। ଉତ୍କଳ ଦୀପିକାରେ ପ୍ରକାଶିତ ନଅଙ୍କ ଦୁର୍ଭିକ୍ଷର ପ୍ରତ୍ୟକ୍ଷଦର୍ଶୀ ବିବରଣୀର ଅବତାରଣା କରିଛନ୍ତି ଭର୍ତ୍ତୃହରି। କିଭଳି କଟକରେ ଚାଉଳ ନେବାକୁ ଆସୁଥିବା ଲୋକଙ୍କୁ ମାଡ଼ ଦିଆଯାଉଥିଲା ଏବଂ କଲେକ୍ଟରମାନଙ୍କ ବାରମ୍ବାର ଦୃଷ୍ଟି ଆକର୍ଷଣ ସତ୍ତ୍ବେ ବିଳମ୍ବରରେ କୋଲକାତାରୁ ଚାଉଳ ମଗାଇଥିଲେ ରେଭେନ୍ସା ତାର ବର୍ଣ୍ଣନା କରିଛନ୍ତି ଭର୍ତ୍ତୃହରି। ସେହିପରି ରେଭେନସା ସାହେବ ମୟୂରଭଞ୍ଜ

ବାଦାମପାହାଡ଼ ଯାଇଥିବା ବେଳେ ସେଠାରେ କ୍ଷୁଧାର୍ତ୍ତମାନ ମଣିଷ ମାଂସ ଖାଉଥିବାର ଦେଖି ଏକ ତତ୍ସଲ୍ୟ ଭରା ପତ୍ର ଲେଖିଥିଲେ। 
ଇଂରାଜୀରେ ଲେଖାଯାଇଥିବା ସେହି ପତ୍ରରେ କିଛି ଇଂରାଜୀ ପଂକ୍ତି ନିଜ ସମ୍ପାଦକୀୟରେ ଲେଖିଛନ୍ତି କଟକ ସାଂସଦ। ସେହିପରି ଭର୍ତ୍ତୃହରି ଲେଖିଛନ୍ତି ଶିକ୍ଷାନୁଷ୍ଠାନରୁ ରେଭେନସାଙ୍କ ନାଁ ପରିବର୍ତ୍ତନ ଦାବି ନୂଆ ନୁହେଁ। ପୂର୍ବରୁ ବିଭିନ୍ନ ସମୟରେ ରେଭେନସା ନାଁ ହଟାଇବାକୁ ନେଇ ବଡ଼ ଧରଣର ଆନ୍ଦୋଳନ ହୋଇଛି। ଏପରିକି ଓଡ଼ିଶାରେ ଗଡ଼ଜାତ ରାଜ୍ୟଗୁଡ଼ିକର ମିଶ୍ରଣ ପରେ ବିଧାନସଭାରେ ମଧ୍ୟ ଏହି ଦାବି ଉଠିଥିଲା। 

ଏହାଭିତରେ ରେଭେନ୍ସା ନାଁ ପରିବର୍ତ୍ତନ କରାଯାଇ ଓଡ଼ିଶାର ଓଡ଼ିଆ ବରପୁତ୍ରଙ୍କ ନାମରେ ନାମିତ କରିବକୁ ଦାବି କରିଛି ରେଭେନ୍ସା ବିଶ୍ଵବିଦ୍ୟାଳୟ ପୁରାତନ ଛାତ୍ର ଓ ବୁଦ୍ଧିଜୀବୀ ସାମୁଖ୍ୟ। ବ୍ରିଟିଶ ଶାସନ ଅମଳରେ ଯିଏ ନଅଙ୍କ ଦୁର୍ଭିକ୍ଷର ଖଳନାୟକ ଥିଲେ, ଯେଉଁ ଗୋରା ସାହେବଙ୍କ ଯୋଗୁଁ ଲକ୍ଷାଧିକ ଓଡିଆଙ୍କ ଜୀବନ ଗଲା ତାଙ୍କ ପାଇଁ ଏତେ ଦରଦ କାହିଁକି ବୋଲି ପ୍ରଶ୍ନ କରିଛନ୍ତି ପୁରାତନ ଛାତ୍ର ଓ ବୁଦ୍ଧିଜୀବୀ। 

ସେପଟେ ରେଭେନସା ନାଁ ନ ନେଇ ଇତିହାସକୁ କିଛି ଲୋକ ବିକୃତ କରିବାକୁ ଅପଚେଷ୍ଟା କରୁଥିବା କହି ଫେସବୁକରେ ପୋଷ୍ଟ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଏଥିସହ ପରୋକ୍ଷରେ ବିଜେପିକୁ କରିଛନ୍ତି ଟାର୍ଗେଟ। ଏକ୍ସରେ ନବୀନଙ୍କୁ କଡ଼ା ଜବାବ ଦେଇଛନ୍ତି ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର। ଲେଖିଛନ୍ତି ନବୀନ ବାବୁ, ଓଡ଼ିଆ ଅସ୍ମିତାର ମର୍ମ ବୁଝିବା ପାଇଁ ଆପଣଙ୍କୁ ଆହୁରି ଗୋଟିଏ ଜନ୍ମ ଲାଗିବ । 25 ବର୍ଷରେ ଓଡ଼ିଆ ଅସ୍ମିତାକୁ ଆପଣ ଯେଉଁ ଅବସ୍ଥାରେ ଛାଡି ଯାଇଛନ୍ତି, ଓଡ଼ିଶାର ଜନତା ତା’କୁ ବୁଝି ଠିକଣା ଜବାବ୍ ଦେଇଛନ୍ତି, ସେଥିପାଇଁ ଆପଣଙ୍କ ନେତୃତ୍ବାଧୀନ ସରକାରକୁ ବିଦା କରିଛନ୍ତି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆପଣ ଓ ଆପଣଙ୍କ ଦଳର ନେତୃବୃନ୍ଦମାନେ ଇତିହାସକୁ ବିକୃତ କରିବାର ଅପଚେଷ୍ଟା କରୁଛନ୍ତି, ଯେଉଁଥିପାଇଁ ଚଳିତ ନିର୍ବାଚନରେ ଓଡ଼ିଶାବାସୀ ଠିକ୍ ଭାବେ ଜବାବ୍ ଦେଇଛନ୍ତି । କଥାରେ କୋଣାର୍କ ଆପଣ ହିଁ କରୁଥିଲେ। ନରହନ୍ତା ଇଂରେଜ ଅଫିସର ଟି.ଇ ରେଭେନ୍ସାଙ୍କ ପାଇଁ ଦରଦ କାହିଁକି ? ବୋଲି ପ୍ରଶ୍ନ କରିଛନ୍ତି। ବର୍ତ୍ତମାନ ଓ ପୂର୍ବତନ ବିରୋଧୀ ଦଳ ନେତାଙ୍କ ଭିତରେ ସୋସିଆଲ ମିଡିଆରେ କଥାକଟିକୁ ନେଇ ମୁହାଁ ମୁହିଁ ହୋଇଛନ୍ତି ବିଜେପି ବିଜେଡି। 

ନଅଙ୍କ ଦୁର୍ଭିକ୍ଷରେ ଲକ୍ଷ ଲକ୍ଷ ଓଡ଼ିଆଙ୍କ ମୃତ୍ୟୁର କାରଣ ସାଜିଥିବା ବ୍ରିଟିଶ୍ କମିଶନର ଟି.ଇ ରେଭେନସାଙ୍କ ନାଁ ଶିକ୍ଷାନୁଷ୍ଠାନରୁ ହଟାଇବା ଲାଗି ବିତର୍କ ପାଇଁ ଆହ୍ବାନ ଦେଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେବେଠାରୁ ଆରମ୍ଭ ହୋଇଥିଲା ବିବାଦ। ସାମ୍ନାକୁ ଆସିଥିଲା ରେଭେନସାର ପୂରାତନ ବିଦ୍ୟାର୍ଥୀଙ୍କ ଭାବାବେଗ। ତେବେ ରେଭେନସା ସାହେବଙ୍କ ଭୂମିକା ଉପରେ ବିତର୍କ ଲାଗି କେନ୍ଦ୍ରମନ୍ତ୍ରୀ କହିଥିବା ବେଳେ ଏହାକୁ ବିବାଦୀୟ କରି ରାଜନୈତିକ ଫାଇଦା ନେବାକୁ ଉଦ୍ୟମ କରିଆସୁଛନ୍ତି କିଛି ବାମପନ୍ଥୀ ଓ ବିରୋଧୀ ସଂଗଠନ। ଏଭଳି ସମୟରେ ଭର୍ତ୍ତୃହରି ମହତାବ ନିଜ ସମ୍ପାଦକୀୟ ମାଧ୍ୟମରେ ରେଭେନସା ସାହେବଙ୍କ କଳା କରନାମାର ପ୍ରମାଣ ସହ ଖୋଲିଛନ୍ତି ଚିଠା। ଏଥିସହ ଟି.ଇ ରେଭେନସାଙ୍କର ଗୁଣଗାନ କରୁଥିବା ଲୋକଙ୍କର ବି ଖୋଲିଛି ମୁଖା। ଏବେ ଅପେକ୍ଷା ପରବର୍ତ୍ତି ସମ୍ପାଦକୀୟରେ ଆଉ କେଉଁ ପ୍ରସଙ୍ଗରେ କରିବେ ଖୁଲାସା। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

Education Next Season 5
Sponsored
Another editorial | Argus News