Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ହାତୀ ମୃତ୍ୟୁ ପାଇଁ ଦାୟୀ କିଏ ?

Odisha

ହାତୀ ମୃତ୍ୟୁ ପାଇଁ ଦାୟୀ କିଏ ?

Smruti Parija
Browse all articles by Smruti Parija
·2 years ago·1 min read
ହାତୀ ମୃତ୍ୟୁ ପାଇଁ ଦାୟୀ କିଏ ?

ଚମ୍ପୁଆ: ବାଲିବନ୍ଧ ସେକ୍ସନ, ଚମକପୁର ସଂରକ୍ଷିତ ଜଙ୍ଗଲରେ ଆଜି ଏକ ହାତୀର ଗଳିତ ମୃତଦେହ ଠାବ ହୋଇଛି । ସଂରକ୍ଷିତ ଜଙ୍ଗଲର ଲୁଣଗୋଠାଣୀ ଓ ତିନିଧାରିଆ ଜଙ୍ଗଲ ମଝିରେ ହାତୀର ମୃତଦେହ ପଡ଼ିଥିବା ଖବର ପାଇ ବନ ବିଭାଗର ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଡିଏଫଓ ଧନରାଜ ହନୁମନ୍ତ, ଏ ସି ଏଫ୍ ଅଶୋକ କୁମାର ଦାସ, ଚମ୍ପୁଆ ବାନାଞ୍ଚଳ ଅଧିକାରୀ ଅକ୍ଷୟ ଛତ୍ରିଆ, ବନ୍ୟ ପ୍ରାଣୀ ଚିକିତ୍ସକଙ୍କ ସହ ଜଏଣ୍ଟ ଟାସ୍କ ଫୋର୍, ଅନ୍ୟ ବନ କର୍ମଚାରୀ ଓ ଚମ୍ପୁଆ ପୋଲିସ୍ ସ୍ଥିତି ଅନୁଧ୍ୟାନ କରିଛନ୍ତି । 

ପାଖାପାଖି ତିନି ସପ୍ତାହ ତଳେ ହାତୀଟିର ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି । ମୃତ ହାତୀଟି ମଧ୍ୟମ ବୟସର ମାଈ ହାତୀ ବୋଲି ବନ ବିଭାଗ ସନ୍ଦେହ କରୁଛି । ତେବେ ହାତୀର ଦାନ୍ତ କାଟି କେହି ନେଇ ଯାଇଥିବା ସନ୍ଦେହ କରାଯାଉଥିବା ବେଳେ ସେ ଦିଗକୁ ନେଇ ମଧ୍ୟ ତଦନ୍ତ କରାଯାଉଛି । ହସ୍ତୀ ମୃତ୍ୟୁ ପଛର କାରଣ ସ୍ପଷ୍ଟ ହୋଇ ପାରି ନଥିବାବେଳେ, ସ୍ଥାନୀୟ ଜନଜାତିର ଲୋକେ ଅନେକ ସମୟରେ ବାରହା ଶିକାର ପାଇଁ ବ୍ୟବହାର କରୁଥିବା ବୋମା ଯୋଗୁଁ ହାତୀର ମୃତ୍ୟୁ ହୋଇଥିବା ଅନୁମାନ କରୁଛି ବନ ବିଭାଗ । 

ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଏବଂ କେମିକାଲ ରିପୋର୍ଟ ଆସିବା ପରେ ପ୍ରକୃତ କାରଣ ଜଣାପଡ଼ିବ ବୋଲି କେନ୍ଦୁଝର ଡି ଏଫ୍ ଓ କହିଛନ୍ତି । ତେବେ ଏଠାରେ ପ୍ରଶ୍ନ ଉଠୁଛି ହାତୀର ଗତି ବିଧି ଉପରେ ବନ ବିଭାଗ ସବୁ ବେଳେ ନଜର ରଖୁଥିବା କଥା କହୁଥିଲା ବେଳେ, ଏହି ହାତୀଟିର ମୃତ୍ୟୁ ପାଇଁ କିଏ ଦାୟୀ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଓଡିଶା ଖବର...
 

Sponsored
Another elephant dies in Champua range | Argus News