Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ସୀମାନ୍ତରେ ପୁଣି ଏନକାଉଣ୍ଟର: ଦୁଇ DRG ଯବାନ ଆହତ

Odisha

ସୀମାନ୍ତରେ ପୁଣି ଏନକାଉଣ୍ଟର: ଦୁଇ DRG ଯବାନ ଆହତ

Ritu Das
Browse all articles by Ritu Das
·1 year ago·1 min read
ସୀମାନ୍ତରେ ପୁଣି ଏନକାଉଣ୍ଟର: ଦୁଇ DRG ଯବାନ ଆହତ

ଅର୍ଗସ ବ୍ୟୁରୋ: ସୀମାନ୍ତରେ ପୁଣି ଏନକାଉଣ୍ଟର ହୋଇଛି। ଏହି ଏନକାଉଣ୍ଟରରେ ଦୁଇ DRG ଯବାନ ଆହତ ସୂଚନା ମୁତାବକ ବିଜାପୁର ଜିଲ୍ଲା ଗଙ୍ଗାଲୁର ଥାନା ଅନ୍ତର୍ଗତ ମୁନଗା ଗାଁ ଜଙ୍ଗଲ ଅଂଚଳରେ ମାଓବାଦୀ ଙ୍କ dvcm କମାଣ୍ଡର ଦିନେସ , କମ୍ପାନୀ ନମ୍ବର ଦୁଇ ର କମାଣ୍ଡର ବେଲ୍ଲା ଭଳି 30 ରୁ 40 ହାର୍ଡକୋର ମାଓବାଦୀ କ୍ୟାମ୍ପ କରିଥିବା ସୂଚନା ଗୁଇନ୍ଦା ବିଭାଗ ପକ୍ଷରୁ ମିଳିଥିଲା। ଏହାକୁ କେନ୍ଦ୍ରକରି ଆରମ୍ଭ ହୋଇଥିଲା ବଡ ଅପରେସନ । 

ଅପରେସନ ସମୟରେ ଯବାନଙ୍କୁ ଆମ୍ବୁସ କରିବାକୁ ଚେଷ୍ଟା କରିଥିଲେ ଲାଲ ବାହିନୀ । ଏହାସହ ଯବାନ ଙ୍କୁ ଟାର୍ଗେଟ କରି ied ବ୍ଲାଷ୍ଟ ମଧ୍ୟ କରିଥିଲେ ମାଓବାଦୀ କିନ୍ତୁ ସ୍ଥିତି କୁ ସମ୍ଭାଳି ପାଲଟା ଜବାବ ଦେଇଥିଲେ drg ଯବାନ । ଦୀର୍ଘ ସମୟ ଧରି ଗୁଳିବିନିମୟ ପରେ ଜଣେ ହାର୍ଡକୋର ମାଓବାଦୀ ର ମୃତ୍ୟୁ ହୋଇଥିବା ବେଳେ ଦୁଇ drg ଯବାନ ଆହତ ହୋଇଛନ୍ତି । ଏନକାଉଣ୍ଟର ସ୍ଥଳରେ ସର୍ଚ୍ଚ ଅପରେସନ ପରେ ସେଠାରୁ ଗୋଟିଏ 9mm ପିସ୍ତଲ, ଗୋଟିଏ ied ଏବଂ 6 ଟି ରିମୋର୍ଟ କୁ ଜବତ କରିଛନ୍ତି ସୁରକ୍ଷା ବାହିନୀ। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Another encounter | Argus News