Videos
|
Odisha

ସାମ୍ନାକୁ ଆସିଲା ବିଜେଡି ସରକାରଙ୍କ ଆଉ ଏକ ଓଡ଼ିଆ ମାରଣ ନୀତିର ନମୁନା

Ritu Das
Browse all articles by Ritu Das
·2 years ago·2 min read
ସାମ୍ନାକୁ ଆସିଲା ବିଜେଡି ସରକାରଙ୍କ ଆଉ ଏକ ଓଡ଼ିଆ ମାରଣ ନୀତିର ନମୁନା

ଅର୍ଗସ ବ୍ୟୁରୋ: 350 କୋଟି ଟଙ୍କାର ଆଖିଖୋସି ହେଲା ଭଳି ବିଲ୍ଡିଂ। 4 ଲକ୍ଷ ସ୍କୋୟାର ଫୁଟର ଜାଗା। ଆଲିସାନ ବହୁତଳ କାଚ ବିଲଡିଂ ଭିତରେ ଆକର୍ଷଣୀୟ ଇଣ୍ଟରୀୟର। ହେଲେ ଏ ସବୁ କାହା ପାଇଁ ? ଓଡ଼ିଶାରେ ଷ୍ଟାର୍ଟ ଅପ୍ କରିଥିବା ରାଜ୍ୟର ଯୁବ ଉଦୋଗୀଙ୍କ ପାଇଁ ଏହି ଓ- ହବ ବିଲ୍ଡିଙ୍ଗର ଯୋଜନା କରିଥିଲେ ବିଜେଡି ସରକାର। ହେଲେ ଏତେ ବଡ ବିଲ୍ଡିଙ୍ଗରେ ଓଡିଶାର ଗୋଟିଏ ହେଲେ ବି ଷ୍ଟାର୍ଟ ଅପ୍ କମ୍ପାନୀକୁ ମିଳିନି ଜାଗା। 

ବରଂ ଅଣ ଓଡ଼ିଆ ବହୁ ରାଷ୍ଟ୍ରୀୟ କମ୍ପାନୀଙ୍କ ଅଫିସ ଖୋଲାଯାଇଛି ଏହି ବିଲଡିଂରେ। ଅଭିଯୋଗ ଏହି ଓ-ହବ୍ ବିଲଡିଂ ଥିଲା ପୂର୍ବତନ ଆଇଟି ସଚିବ ମନୋଜ ମିଶ୍ରଙ୍କ ସଂପୂର୍ଣ୍ଣ ନିୟନ୍ତ୍ରଣରେ। ଆଉ ଓଡ଼ିଆ ଉଦ୍ୟୋଗୀ ମାରଣ ନୀତିର ମୁଖ୍ୟ କାର୍ପଟଦାର ସାଜିଥିଲେ ବିଜେଡି ସରକାରଙ୍କ ଗେହ୍ଲାପୁଅ ସାଜିଥିବା ମନୋଜ ମିଶ୍ର। ବିନା ଲାଞ୍ଚ କାରବାରରେ କୌଣସି ଓଡ଼ିଶାର କମ୍ପାନୀଗୁଡ଼ିକର କାମ ହେଉନଥିଲା। ମନୋଜ ମିଶ୍ରଙ୍କ ଖାସ ଅଫିସରମାନେ ଇଭେଣ୍ଟ ନାଁରେ ନିର୍ଦ୍ଦିଷ୍ଟ କେତେତ ଘରୋଇ କଲେଜକୁ ଅନୁଗୃହିତ କରୁଥିଲେ।

ତା ପଛରେ ବି ଲକ୍ଷାଧିକ ଟଙ୍କାର କମିଶନ କାରବାର ହେଉଥିବା ନେଇ ଅଭିଯୋଗ କରିଛନ୍ତି ଯୁବ ଉଦ୍ୟୋଗୀ। 
ଖାଲି ସେତିକି ନୁହେଁ ଅଭିଯୋଗ ହୋଇଛି ବିଜେଡି ଶାସନରେ ଷ୍ଟାର୍ଟଅପ୍ ଓଡ଼ିଶା ନାଁରେ ବିଦେଶ ବୁଲି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ଅଫିସର୍। ଇନଭେଷ୍ଟ ଓଡ଼ିଶା ନାଁରେ ବି ରାଜକୋଶ ଲୁଟ୍ ଚାଲିଥିଲା। ଏପଟେ ରାଜଧାନୀରେ ଅଫିସ ଖଣ୍ଡିଏ କରି ନିଜ ଷ୍ଟାର୍ଟ ଅପ୍ କୁ ଆଗେଇବା ପାଇଁ ଯୁବ ଉଦ୍ୟୋଗୀଙ୍କୁ ସଂଘର୍ଷ କରିବାକୁ ପଡୁଥିଲା। 

ଅଭିଯୋଗ ମନୋଜ ମିଶ୍ରଙ୍କ ପରି ଭ୍ରଷ୍ଟ ଅଧିକାରୀଙ୍କ ଯୋଗୁଁ ପ୍ରତାରଣାର ଶିକାର ହେଉଥିଲେ ଓଡ଼ିଆ ଯୁବ ଉଦ୍ୟୋଗୀ। ହେଲେ ତାଙ୍କର କେହି କିଛି କରିପାରୁନଥିଲେ। କାରଣ ସେ ଥିଲେ ନୀବନ ପାଣ୍ଡିଆନଙ୍କ ଖାସ୍। ଏବେ ସରକାର ବଦଳିବା ପରେ ଏହି ଭ୍ରଷ୍ଟ ଅଧିକାରୀଙ୍କ ବିରୋଧରେ ତଦନ୍ତ କରାଯାଇ ହେବ କି କାର୍ଯ୍ୟାନୁଷ୍ଠାନ ?

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର